ପ୍ରମିଳା ମଲ୍ଲିକ ବିଧାନସଭା ବାଚସ୍ପତି ଦାୟିତ୍ୱ ନେଲେ


ପ୍ରସାଦ ରାଓ
ଭୁବନେଶ୍ୱର/ସେପ୍ଟେମ୍ବର ୨୨
ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ସେ ହେଉଛନ୍ତି ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି । ବିଜେଡ଼ି ପକ୍ଷରୁ ତାଙ୍କୁ ବାଚସ୍ପତି ପ୍ରାର୍ଥୀ କରାଯିବା ପରେ ଗତକାଲି ସେ ବିଧାନସଭା ସଚିବାଳୟରେ ନାମାଂକନପତ୍ର ଦାଖଲ କରିଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ପାଂଚ ଦିନିଆ ମୌସୁମୀ ଅଧିବେଶନରେ ପ୍ରଥମେ ବିଚସ୍ପତି ନିର୍ବାଚନ ହୋଇଥିଲା । ପ୍ରମିଳା ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ରେ ଲଗାତର ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡ଼ି ସରକାର ପ୍ରତିଷ୍ଠା ହେବା ପରେ ଦଳର ବରିଷ୍ଠ ନେତା ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ରାଜ୍ୟ ବିଧାନସଭା ବାଚସ୍ପତି କରାଯାଇଥିଲା । ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେବା ପରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ବିଧାନସଭା ବାଚସ୍ପତି ହୋଇଥିଲେ । ନିକଟରେ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ଥିଲା । ଇତିମଧ୍ୟରେ, ପୂର୍ବତନ ବାଚସ୍ପତି ଡକ୍ଟର ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଆଜି ଯାଜପୁର ଜିଲ୍ଲା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ରାଜ୍ୟ ବିଧାନସଭା ବାଚସ୍ପତି ନିର୍ବାଚିତ ହେବା ପରେ ନୂତନ ଦାୟିତ୍ୱ ନେଇଛନ୍ତି । ଅଧିବେଶନର ପ୍ରଥମାର୍ଦ୍ଧରେ ଗୃହରେ ଦିବଙ୍ଗତ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଁ ଶୋକବ୍ୟକ୍ତ କରାଯାଇ ଗୃହ ମୁଲତବୀ ରହିଥିଲା । ଅଧିବେଶନରେ ଦ୍ୱିତୀୟାର୍ଦ୍ଧରେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସନ୍ଧ୍ୟାରେ ଗୃହରେ ୨୮,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS