‘ଆପ୍’ ନେତା ରାଘବ ଚଡଢା ଗଲେ ସୁପ୍ରିମ କୋର୍ଟ
ପ୍ରସାଦ ରାଓ
ଅକ୍ଟୋବର ୧୦
ଅଗଷ୍ଟ ୧ ତାରିଖରେ ରାଜ୍ୟସଭା ସାଂସଦ ପଦରୁ ନିଲମ୍ବିତ ହୋଇଥିବା ‘ଆପ୍’ ନେତା ରାଘବ ଚଡଢା ଆଜି ନିଲମ୍ବନ ଆଦେଶ ବିରୋଧରେ ସୁପ୍ରିମ କୋର୍ଟକୁ ଯାଇଛନ୍ତି । ରାଜ୍ୟସଭାର ଚାରି ଜଣ ସାଂସଦଙ୍କ ଅଭିଯୋଗକୁ ଭିତ୍ତି କରି ଚଡଢାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩’ ବିଲ୍ ରାଜ୍ୟସଭାରେ ଆଗତ ହେବା ସମୟରେ ତାହା ଅନୁଧ୍ୟାନ ପାଇଁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ଯେଉଁ ଆବେଦନ ହୋଇଥିଲା ସେଥିରେ ପ୍ରସ୍ତାବିତ ହାଉସ୍ ପ୍ୟାନେଲରେ କିଛି ସାଂସଦଙ୍କ ନାମ ଥିଲା । ତେବେ, ପ୍ରସ୍ତାବିତ ହାଉସ୍ ପ୍ୟାନେଲରେ ନାମ ଥିବା ଚାରି ଜଣ ସାଂସଦ ସେମାନଙ୍କ ସହମତି ନଥାଇ ପ୍ୟାନେଲରେ ସେମାନଙ୍କ ନାମ ରଖା ଯାଇଥିବା ଅଭିଯୋଗ କରିଥିଲେ । ଏହାଦ୍ୱାରା ରାଜ୍ୟସଭା ନିୟମାବଳୀର ଉଲଂଘନ ହୋଇଛି ଏବଂ ସେମାନଙ୍କ ସ୍ୱାଧୀକାର ଭଂଗ ହୋଇଛି ବୋଲି ସେମାନଙ୍କ ଅଭିଯୋଗ କରିବାରୁ ସେହି ଆଧାରରେ ଗୃହର ନେତା ପିୟୂଷ ଗୋୟେଲ ଚଡଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯିବାକୁ ଗୃହରେ ପ୍ରସ୍ତାବ ଆଣିଥିଲେ । ସ୍ୱାଧୀକାର ଭଂଗ କମିଟି ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବା ପର୍ଯ୍ୟନ୍ତ ‘ଆପ୍’ ନେତା ଚଡଢାଙ୍କୁ ଗୃହରୁ ନିଲମ୍ବନ କରାଯିବାରୁ ଗୋୟେଲଙ୍କ ପ୍ରସ୍ତାବ ରାଜ୍ୟସଭାରେ ଗୃହୀତ ହେବା ପରେ ଚଡଢା ନିଲମ୍ବିତ ହୋଇଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ‘ଆପ୍’ ସାଂସଦ ଚଡଢାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନରେ ହିଁ କେନ୍ଦ୍ର ସରକାରଙ୍କ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ ଗୃହୀତ ହୋଇ ଆଇନରେ ପରିଣତ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS