ଭାରତୀୟ କ୍ରିକେଟ୍, ଦ୍ରାବିଡଙ୍କ ପରେ କିଏ ?


ପ୍ରସାଦ ରାଓ
ଅକ୍ଟୋବର ୨୭
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ଚଳିତ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟ ସରିବା ପରେ ପରେ ଶେଷ ହେବାକୁ ଯାଉଛି । ବିସିସିଆଇ ରାହୁଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ କି ଭାରତୀୟ ଦଳ ପାଇଁ ଅନ୍ୟ କାହାରିକୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇ ଗଲାଣି । ଭାରତରେ ଗତ ୫ ତାରିଖରୁ ଚାଲିଥିବା ଆଇସିସି ପୁରୁଷ ବିଶ୍ୱକପ୍ କ୍ରିକେଟର ରାଉଣ୍ଡ ରବିନସ୍ତରରେ ଭାରତୀୟ ଟମ୍ ଦ୍ରାବିଡଙ୍କ କୋଚିଂରେ ଲଗାତର ପାଂଚଟି ବିଜୟ ହାସଲ କଲେଣି । ଦଳ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାଜିତ କରି ପଏଂଟ୍ ତାଲିକାରେ ସର୍ବୋଚ୍ଚରେ ରହିଛି । ଯାହାକି, ରାହୁଲ ଦ୍ରାବିଡଙ୍କ ବଡ ସଫଳତା ଭାବେ ବିଚାର କରାଯାଉଛି । ତାଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ଟିମ୍ ଦୀର୍ଘ ବର୍ଷ ବ୍ୟବଧାନରେ ଆଇସିସି ପୁରୁଷ ବିଶ୍ୱକପ୍ କ୍ରିକେଟ୍ ଜିତିବା ଲକ୍ଷ୍ୟରେ ସଫଳତାର ସହ ଅଗ୍ରସର ହେଉଥିବା ଦ୍ରାବିଡଙ୍କ ପାଇଁ ପ୍ଲସ୍ ପଏଂଟ୍ ହୋଇଛି । ଭାରତ ଏହି ବିଶ୍ୱ କପ୍ ଜିତିଲେ ବିସିସିଆଇ ଦ୍ରାବିଡଙ୍କୁ ଶ୍ରେୟ ଦେବା ନିଶ୍ଚିତ । ତେବେ, ତାଙ୍କ ହେଡ୍ କୋଚ୍ କାର୍ଯ୍ୟକାଳ ବଢାଇବାକୁ ବିସିସିଆଇ ଚାହିଁବ କି ଅନ୍ୟ କାହାକୁ ଡେଡ୍ କୋଚ୍ ନିଯୁକ୍ତ କରିବ – ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ତାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଗତବର୍ଷ ଆଇସିସି ବିଶ୍ୱ ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲକୁ ଯାଇଥିଲା ଓ ଆଇସିସି ବିଶ୍ୱ ଟେଷ୍ଟ ଚାଂପିଅନସିପ୍ ଫାଇନାଲ ଖେଳି ଥିଲା । ଚଳିତ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତର ବିଜୟ ହେଲେ ତାହା ହେଡ୍ କୋଚ୍ ଦ୍ରାବିଡଙ୍କ ମୁଣ୍ଡରେ ଆଉ ଏକ ମୁକୁଟ ହେବ । ତେବେ, ଦ୍ରାବିଡ ଯେତେବେଳେ ବି ଅନୁପସ୍ଥିତ ରହିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷଣ ସର୍ବଦା ତାଙ୍କ ସ୍ଥାନରେ ଦଳର ପରିଚାଳନା କରି ଆସୁଥିବାରୁ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିବା ପରେ ଲକ୍ଷ୍ମଣ ହେଡ୍ କୋଚ୍ ହେବା ସମ୍ଭାବନାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି । ବିସିସିଆଇ ପୁଣି ଥରେ ଦ୍ରାବିଡଙ୍କୁ ହେଡ୍ କୋଚ୍ ପଦ ପାଇଁ ଆବେଦନ କରିବାକୁ କହିବ କି ନୂଆ ହେଡ୍ କୋଚ୍ ନିଯୁକ୍ତି କରିବ – ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଯଦି ନୂଆ ହେଡ୍ କୋଚ୍ ନିଯୁକ୍ତି ପାଇଁ ବିସିସିଆଇ ଚିନ୍ତା କରେ ତେବେ ଦୈଡରେ ଲକ୍ଷ୍ମଣ ଆଗୁଆ ରହିବେ ବୋଲି ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS