ରଘୁବର ଦାସ ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ


ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୩୧
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସ ଆଜି ପୂର୍ବାହ୍ନରେ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ.ବିଦ୍ୟୁତ ରଂଜନ ଷଡଙ୍ଗୀ ଶ୍ରୀ ଦାସଙ୍କୁ ନୂତନ ରାଜ୍ୟପାଳ ଭାବେ ଶପଥ ପାଠ କରାଇଥିଲେ । ଆୟୋଜିତ ଶପଥ ପାଠ ଉତ୍ସବରେ ନୂତନ ରାଜ୍ୟପାଳଙ୍କ ପରିବାର ୮୦ ଜଣ ସଦସ୍ୟ ଆମନ୍ତ୍ରିତ ହୋଇଥିଲେ । ପ୍ରଫେସର ଗଣେଣୀ ଲାଲ ଓଡ଼ିଶାର ରାଜ୍ୟପାଳ ପଦରୁ ଆନୁଷ୍ଠାନିକ ଭାବେ ଅବସର ନେବା ପରେ ତାଙ୍କ ସ୍ଥାନରେ ଶ୍ରୀ ଦାସଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ମହାମହୀମ ଦ୍ରୌପଦୀ ମୁର୍ମୁ ଗତ ୧୮ ତାରିଖ ଦିନ ଶ୍ରୀ ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ନୂତନ ରାଜ୍ୟପାଳ ଆଜି ଶପଥ ଗ୍ରହଣ କରିବା ପୂର୍ବରୁ ସକାଳେ ସପରିବାର ଲିଙ୍ଗରାଜ ମନ୍ଦିର ଯାଇ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀ ଦାସ ରାଜ୍ୟପାଳ ଭାବେ ଶପଥ ନେବା ସକାଶେ ଓଡ଼ିଶା ଆସି ପ୍ରଥମେ ସୋମବାର ଦିନ ସିଧାସଳଖ ପୁରୀରେ ପହଂଚି ଥିଲେ ଏବଂ ସପରିବାର ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାବାସୀଙ୍କ ସେବା କରିବା ସକାଶେ ତାଙ୍କୁ ଏଠାକୁ ଆଣିଛନ୍ତି । ସେ ରାଜ୍ୟସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ସେ ରାଜ୍ୟପାଳ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ରାଜଭବନର ଦୁଆର ସର୍ବଦା ସବୁ ସମୟରେ ଖୋଲା ରହିବ ବୋଲି ନୂତନ ରାଜ୍ୟପାଳ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS