ଭଜନଲାଲ ଶର୍ମା ରାଜସ୍ଥାନ ମୁଖ୍ୟମନ୍ତ୍ରୀ


ପ୍ରସାଦ ରାଓ
ଡିସେମ୍ବର ୧୨
ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ସାଂଗାନେର ବିଧାୟକ ଭଜନଲାଲ ଶର୍ମାଙ୍କ ନାମ ବିଜେପି ଘୋଷଣା କରିଛି । ଜୟପୁରରେ ବିଜେପି ବିଧାୟକ ଦଳ ବୈଠକ ପରେ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ଦୁଇ ପର୍ଯ୍ୟବେକ୍ଷକ ବିନୋଦ ତାୱଡେ ଓ ସରୋଜ ପାଣ୍ଡେ ଏହି ଘୋଷଣା କରିଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇଛି । ଭଜନଲାଲ ଶର୍ମା ଜଣେ ସଂଗଠନ ବ୍ୟକ୍ତି ଥିଲେ । ସେ ଦୀର୍ଘ ବର୍ଷ ଧରି ବିଜେପି ରାଜ୍ୟ ଶାଖାର ସାଧାରଣ ସଂପାଦକ ରହିଥିଲେ । ଶର୍ମା ଏବିଭିପିରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଆରଏସଏସ ସହ ଜଡିତ ଥିଲେ । ସେ ରାଜସ୍ଥାନର ଜଣେ ଉଚ୍ଚ ବର୍ଣ୍ଣର ନେତା । ୫୬ ବର୍ଷ ବୟସ୍କ ଶର୍ମା ଜଣେ ସ୍ନାତକୋତ୍ତର ବୋଲି ନିର୍ବାଚନ କମିସନରେ ଦାଖଲ ସତ୍ୟପାଠରୁ ଜଣାପଡିଛି । ଛତିଶଗଡ, ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନରେ ମଧ୍ୟ ବିଜେପି ନେତୃତ୍ୱ ସମସ୍ତଙ୍କୁ ଚକମା ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସିନ୍ଧରା ରାଜେଙ୍କ ସମତେ ବହୁ ଆଶାୟୀ ଥିଲେ । ଜଣେ ମହିଳାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଗଣମାଧ୍ୟମ ଅନୁମାନ କରୁଥିଲେ । ବସୁନ୍ଧରା ଅନ୍ତତଃ ତାଙ୍କୁ ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ନିଜ ବାସଭବନରେ ସମର୍ଥକ ବିଧାୟକମାନଙ୍କ ଲଗାତର ବୈଠକ କରି ଦଳର ନେତୃତ୍ୱକୁ ଅଡୁଆରେ ପକାଇ ଥିଲେ । ତେବେ, ଶେଷରେ ମୁଖ୍ୟମନ୍ତ୍ରୀ ଦୈଡରେ ନଥିବା ଜଣେ ସାଧାରଣ ବିଧାୟକଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରି ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS