ସନ୍ଦେଶଖାଲିର ମୁଖ୍ୟ ଖଳନାୟକ ଗିରଫ
ପ୍ରସାଦ ରାଓ
ଫେବୃୟାରୀ ୨୯
ପଶ୍ଚିମ ବଂଗ ସନ୍ଦେଶଖାଲି ଘଟଣାର ମୁଖ୍ୟ ଖଳନାୟକ ଶେଖ ସାହାଜାହାନଙ୍କୁ ପୁଲିସ ଗିରଫ କରିଛି । ଗତ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଚଢାଉ ସମୟରେ ଇଡି ଅଧିକାରୀଙ୍କ ଉପରେ ମରାଣାନ୍ତକ ଆକ୍ରମଣ କରି ସେ ଫେରାର ରହିଥିଲେ । ୫୫ ଦିନ ପରେ ପଶ୍ଚିମ ବଂଗ ପୁଲିସ ତାଙ୍କୁ ଗିରଫ କରି ଆଜି ସକାଳେ କୋର୍ଟରେ ହାଜର କରିଛି । ପଶ୍ଚିମ ବଂଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦ୍ୱୀପ ସନ୍ଦେଶଖାଲିର ବାହୁବଳୀ ନେତା ହେଉଛନ୍ତି ଶେଖ ସାହାଜାହାନ । ତାଙ୍କ ବିରୋଧରେ ମହିଳାଙ୍କ ପ୍ରତି ଦୁଷ୍କର୍ମ, ଜମି ଜବର ଦଖଲ, ଜବରଦସ୍ତ ବଟି ଆଦାୟରୁ ଆରମ୍ଭ କରି ବହୁ ଗୁରୁତର ଅଭିଯୋଗ ରହିଛି । ଶାସକ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)ର ସେ ଜଣେ ଦବଂଗ ନେତା । ପୁଲିସ ତାଙ୍କୁ ଘଂଟ ଘୋଡାଇ ରଖିଥିଲେ । ସାହାଜାହାନଙ୍କୁ ତୁରନ୍ତ ଗିରଫ କରିବାକୁ କଲିକତା ହାଇକୋର୍ଟ ନିର୍େଦଶ ଦେବା ପରେ ପଶ୍ଚିମ ବଂଗ ପୁଲିସ ଗତକାଲି ତାଙ୍କୁ ଗିରଫ କରି ଆଜି ଅଦାଲତରେ ହାଜର କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS