ବେଂଗଲରୁ ବିଜେପି ପ୍ରାର୍ଥୀ ହେବେ ମହମ୍ମଦ ସାମୀ !
ପ୍ରସାଦ ରାଓ
ମାର୍ଚ୍ଚ ୦୮
ଭାରତୀୟ କ୍ରିକେଟର ପେସ୍ ବୋଲର୍ ମହମ୍ମଦ ସାମୀଙ୍କୁ ବିଜେପି ଆସନ୍ତା ନିର୍ବାଚନରେ ପଶ୍ଚିମ ବଂଗର ବସିରହାଟ୍ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ । ବିଜେପି ଏନେଇ ସାମୀଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଏଯାବତ୍ ସେ କୌଣସି ନିଷ୍ପତ୍ତି ନେଇ ନଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ସାମୀଙ୍କ ଘର ୟୁପିର ଆମରୋହା ହୋଇଥିଲେ ମଧ୍ୟ ସେ ବେଂଗଲ ପାଇଁ ରଣଜୀ ଟ୍ରଫି ଖେଳି ଆସୁଛନ୍ତି ଏବଂ ରାଜ୍ୟ ପାଇଁ ଘରୋଇ କ୍ରିକେଟ ମଧ୍ୟ ଖେଳୁଛନ୍ତି । ଆଇସିସିର ୨୦୨୩ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ବିଶ୍ୱ କପ୍ରେ ତାଙ୍କ ଚମକପ୍ରଦ ପ୍ରଦର୍ଶନ ବିଶ୍ୱବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କୁ ଉଲ୍ଲସୀତ କରିଥିଲା । ଏହି ଦିନିକିଆ ବିଶ୍ୱ କପ୍ କ୍ରିକେଟ ପ୍ରତିଯୋଗିତାରେ ଭାରତ ଫାଇନାଲରେ ପହଂଚିବାରେ ବିଫଳ ହୋଇଥିଲେ ମଧ୍ୟ ଗୃପ୍ ମ୍ୟାଚରେ ଚମକପ୍ରଦ ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଟିମ୍ ଖେଳାଳୀଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଫାଇନାଲରେ ପହଂଚି ପାରିନଥିବାରୁ ଶନ୍ତ୍ୱନା ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ଭାରତୀୟ ଟିମ୍ ଖେଳାଳୀଙ୍କୁ ଭେଟିବା ସମୟରେ ପେସର୍ ମହମ୍ମଦ ସାମୀଙ୍କୁ କୁଣ୍ଢାଇ ଧରିବା ଦୃଶ୍ୟ ଜାତୀୟ ଟେଲିଭିଜନ ଗଣମାଧ୍ୟମରେ ବେଶ୍ ପ୍ରସାରିତ ହୋଇଥିଲା । ପଶ୍ଚିମ ବଂଗର ସନ୍ଦେଶଖାଲିରେ ବାହୁବଳୀ ନେତା ଶେଖ୍ ସାହାଜାହାନଙ୍କ କୁକର୍ମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ସରକାର ଏକପ୍ରକାର ପ୍ରତିରକ୍ଷାତ୍ମକ ସ୍ଥିତିରେ ଥିବା ସମୟରେ ଏହି ପ୍ରସଙ୍ଗକୁ ଗଣମାଧ୍ୟମରେ ଜୋରଦାର ପ୍ରଚାର, ପ୍ରସାର କରାଇ ଟିଏମସିକୁ ଅଡୁଆରେ ପକାଇ ଥିବା ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ରାଜ୍ୟର ଭଲ ପ୍ରଦର୍ଶନ କରିବା ଆଶା ରଖିଛି ଏବଂ ରାଜ୍ୟର କୌଣସି ଏକ ସଂଖ୍ୟାଲଘୁ ସଂପ୍ରଦାୟ ବହୁଳ ଲୋକସଭା ନିର୍ବାଚନମଣ୍ଡଳୀରୁ ସାମୀଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ପଠାଇଛି । ସାମୀ ଆଜି ସୁଦ୍ଧ ଏହି ପ୍ରସ୍ତାବରେ ସହମତି ଦେଇନଥିଲେ ମଧ୍ୟ ବିଜେପି ନେତୃତ୍ୱ ସହ ଆଲୋଚନା ବେଳେ ସକାରାତ୍ମକ ମତ ରଖିଥିବା ସୂଚନା ମିଳିଛି । ସାମୀ ଗୋଇଠିରେ ଅସ୍ତ୍ରୋପଚାର କାରଣରୁ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ବିଶ୍ୱ କପ୍ ପରେ ସାମୟିକ ଭାବେ ଖେଳୁ ବ୍ରେକ୍ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ବାର୍ତ୍ତା ପଠାଇ ଅତିଶୀଘ୍ର ତାଙ୍କ ଆରୋଗ୍ୟ ଲାଭ କାମନା କରିବା ସହ ଭବିଷ୍ୟତ ମ୍ୟାଚଗୁଡିକ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସାମୀ ବିଶ୍ୱକପ୍ ମ୍ୟାଚ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଥିଲେ । େତେବେ, ସନ୍ଦେଶଖାଲି ଘଟଣାକ୍ରମ ପରେ ପଶ୍ଚିମ ବଂଗରେ ବଡ ବିଜୟ ଆଶା ରଖିଥିବା ବିଜେପି ସାମୀଙ୍କୁ ପ୍ରାର୍ଥୀ କରି ରାଜନୈତିକ ଫାଇଦା ନେବାକୁ ମନ ବଳାଇ ଥିବା ଏବଂ ତାଙ୍କୁ ପଶ୍ଚିମ ବଂଗରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିବା ଦଳୀୟ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ମହମ୍ମଦ ସାମୀ ଆଇସିସିର ୨୦୨୩ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ବିଶ୍ୱ କପ୍ ରେ ସାତଟି ମ୍ୟାଚ୍ ଖେଳି ୨୪ ୱିକେଟ୍ ଅକ୍ତିଆର କରିବା ସହ ସମଗ୍ର ବିଶ୍ୱକୁ ଚମକ୍ରୃତ କରିଥିଲେ । ସାମୀ ବେଂଗଲରୁ ପ୍ରାର୍ଥୀ ହେଲେ ରାଜ୍ୟରେ ବିଜୟ ସମ୍ଭାବନା ଅଧିକ ଥିବା ଦେଖି ବିଜେପି ତାଙ୍କୁ ୨୦୨୪ ଲୋକସଭା ରାଜନୀତି ଭିତରକୁ ଟାଣି ଆଣିବାକୁ ବ୍ୟଗ୍ର ଥିବା ଅନୁମାନ କରାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS