ବାରାଣସୀରେ ମୋଦୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ଅଜୟ ରାୟ ?
ପ୍ରସାଦ ରାଓ
ନୂଆଦିଲ୍ଲୀ/୨୪ ମାର୍ଚ୍ଚ
କଂଗ୍ରେସର ୟୁପି ମୁଖ୍ୟ ଅଜୟ ରାୟ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେଉଥିବା ସୂଚନା ମିଳିଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶନିବାର ଦିନ ଜାରି ହୋଇଥିବା ୪୫ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକାରେ ରାୟ ବାରାଣସୀରୁ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରାଜଗଡରୁ ପ୍ରାର୍ଥୀ ହୋଉଥିବା ଘୋଷଣା କରାଯାଇଛି । ଆମରୋହୀରୁ ଡାନିସ ଅଲ୍ଲୀ, ସାହରନପୁରରୁ ଇମରାନ ମାସୁଦ ଓ କାନପୁରରୁ ଆଲୋକ ମିଶ୍ର କଂଗ୍ରେସ ପ୍ରାର୍ଥୀ ହେବା ଘୋଷଣା ହୋଇଛି । ୟୁପିର ବାରାଣାସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହେଉଥିବା ଅଜୟ ରାୟ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ଥିଲେ । ତେବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରୁ ପରାଜିତ ହୋଇଥିଲେ । ଅଜୟ ରାୟ ଏବିଭିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୬ରୁ ୨୦୦୭ ମଧ୍ୟରେ ସେ ତିନି ଥର ବିଜେପି ଟିକଟରେ କୋଲସଲା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ, ଲୋକସଭା ଟିକଟ ନପାଇ ସେ ବିଜେପି ଛାଡି ସମାଜବାଦୀ ପାର୍ଟିକୁ ଯାଇଥିଲେ । ପାଂଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ରାୟ ୨୦୧୨ରେ କଂଗ୍ରେସରେ ଯୋଗଦେଇ ୟୁପିର ପିଣ୍ଡ୍ରା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । କିନ୍ତୁ, ୨୦୧୭ରେ ସେହି ଆସନରେ ପରାଜିତ ହୋଇଥିଲେ । ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ବାରାଣସୀ ଲୋକସଭା ନିର୍ବାଚନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଛନ୍ତି । ୨୦୨୩ରେ କଂଗ୍ରେସ ତାଙ୍କୁ ୟୁପି କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ଦେଇଛି । ବାରାଣସୀ ଲୋକସଭା ଆସନରୁ ବିରୋଧୀ ମେଂଟ ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଗତକାଲି ରାୟଙ୍କ ନାମ ଘୋଷଣା କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS