ରାଜ୍ୟସଭା ଫଳାଫଳକୁ ଚ୍ୟାଲେଂଜ କରି ହାଇକୋର୍ଟ ଗଲେ ସିଂଘଭି
ପ୍ରସାଦ ରାଓ
ଏପ୍ରିଲ ୦୬
ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମ କୋର୍ଟ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଆଜି ହିମାଚଳ ପ୍ରଦେଶ ହାଇକୋର୍ଟରେ ଏକ ଆବେଦନପତ୍ର ଦାଖଲ କରି ଗତ ଫେବୃୟାରୀ ୨୭ ତାରିଖରେ ହୋିଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଯେଭଳି ଭାବେ ନିର୍ବାଚିତ ଘୋଷରା କରାଗଲା ତାହାକୁ ଚ୍ୟାଲେଂଜ କରିଛନ୍ତି । ନିର୍ବାଚନରେ ‘ଟାଇ’ ହେବାରୁ ନିର୍ବାଚନ ଅଧିକାରୀ ଲଟେରୀ କରି ହର୍ଷଙ୍କୁ ନିର୍ବାଚତ ଘୋଷଣା କରିଥିଲେ । ନିର୍ବାଚନ ଅଧିକାରୀଙ୍କ ଏହି ପଦକ୍ଷେପର ଆଇନଗତ ବୈଧତାକୁ ନେଇ ସିଂଘଭି ପ୍ରଶ୍ନ ଉଠାଇଛନ୍ତି । ହିମାଚଳ ପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଗତ ଫେବୃୟାରୀ ୨୭ ତାରିଖରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସରୁ ସିଂଘଭି ପ୍ରାର୍ଥୀ ଥିବା ବେଳେ ହର୍ଷ ମହାଜନ ବିଜେପି ପ୍ରାର୍ଥୀ ଥିଲେ । ଉଭୟଙ୍କୁ ୩୪ଟି ଲେଖାଏଁ ଭୋଟ ମିଳିଥିଲା । ଫଳରେ, ନିର୍ବାଚନ ଫଳାଫଳ ‘ଟାଇ’ ହୋଇଯିବାରୁ ନିର୍ବାଚନ ଅଧିକାରୀ ଲଟେରୀ କରି ହର୍ଷଙ୍କୁ ନିର୍ବାଚିତ ଘୋଷଣା କରିଥିବା ବେଳେ ସେ ପରାଜିତ ହୋଇଥିବା ଜଣାଇ ଦେଇଥିଲେ । ରାଜ୍ୟସଭା ନିର୍ବାଚନ ପାଇଁ ଆଇନ ବା ନିୟମବଳୀ (ରୁଲ୍ସ)ରେ ଲଟେରୀ ବ୍ୟବସ୍ଥା ନଥିବା ବେଳେ ନିର୍ବାଚନ ଅଧିକାରୀ କିଭଳି ଲଟେରୀ କରି ହର୍ଷଙ୍କୁ ନିର୍ବାଚିତ ଘୋଷଣା କଲେ ବୋଲି ସେ ତାଙ୍କ ଆବେଦନପତ୍ରରେ ପ୍ରଶ୍ନ ଉଠାଇଥିବା ସିଂଘଭି ହିମାଚଳ ପ୍ରଦେଶ ହାଇକୋର୍ଟରେ ଆଜି ନିର୍ବାଚନ ପିଟିସନ ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୪୦ ଥିବା ବେଳେ ତିନି ଜଣ ସ୍ୱାଧୀନ ବିଧାୟକ ସରକାରଙ୍କୁ ସମର୍ଥନ ଦେଉଥିଲେ । ତେବେ, ଭୋଟ ବେଳେ ଦୁଇ ପ୍ରାର୍ଥୀଙ୍କୁ ୩୪ଟି ଲେଖାଏଁ ଭୋଟ ମିଳିଥିଲା । କଂଗ୍ରେସର ଛଅ ଜଣ ବିଧାୟକ ଓ ତିନି ସ୍ୱାଧୀନ ବିଧାୟକ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ‘ଟାଇ’ ହେବାରୁ ନିର୍ବାଚନ ଅଧିକାରୀ ଲଟେରୀ ଉଠାଇ ହର୍ଷଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ଲଟେରୀରେ ଯାହା ନାମ ଉଠିଲା ତାଙ୍କୁ ବିଜେତା ଘୋଷଣା କରିବା ପରିବର୍ତ୍ତେ ପରାଜିତ ଘୋଷଣା କରାଯିବା କେତେଦୂର ଆଇନସଂଗତ ବୋଲି ସିଂଘଭି ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଯେଉଁ ଛଅ ଜଣ କଂଗ୍ରେସ ବିଧାୟକ ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ ଭୋଟ ଦେଇଥିଲେ ସେମାନଙ୍କ ବିଧାନସଭା ସଭ୍ୟ ପଦ ପରବର୍ତ୍ତୀ ସମୟରେ ବାଚସ୍ପତି ରଦ୍ଦ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS