ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
ପ୍ରସାଦ ରାଓ
ନୂଆଦିଲ୍ଲୀ / ଏପ୍ରିଲ ୧୮
ମେ’ ୧୩ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଓଡ଼ିଶା ସମତେ ୧୦ଟି ରାଜ୍ୟର ୯୬ ଲୋକସଭା ଆସନରେ ସେଦିନ ମତଦାନ ହେବ । ଓଡ଼ିଶାରେ ଚାରି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ମେ’ ୧୩ରୁ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ସେଦିନ ୪ଟି ଲୋକସଭା କ୍ଷେତ୍ର – ବ୍ରହ୍ମପୁର, କୋରାପୁଟ, ନବରଂଗପୁର ଓ କଳାହାଣ୍ଡିରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଂକରପତ୍ର ଦାଖଲ ଆରମ୍ଭ ହୋଇଛି । ଏହି ଚାରିଟି ଲୋକସଭା କ୍ଷେତ୍ରରେ ଥିବା ବିଧାନସଭା ଆସନରେ ମଧ୍ୟ ୧୩ ତାରିଖ ମତଦାନ ହେବ । ବିଧାନସଭା ଆସନଗୁଡିକ ହେଉଛି -ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି, ମୋହନା ଓ ପାରଳାଖେମୁଣ୍ଡି, କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ କୋରାପୁଟ, ରାୟଗଡା, ଗୁଣୁପୁର, ବିଷମ କଟକ, ଲକ୍ଷ୍ମୀପୁର, ଜୟପୁର ଓ ପଟାଂଗୀ; ନବରଂଗପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଂଗପୁର ଓ ଡାବୁଗାଁ ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ନୂଆପଡା, ଖରିଆର, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ ନର୍ଲା । ଏସବୁ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନିର୍ବାଚନ ପ୍ରଚାର କରି ପାରିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS