ତେଲେଂଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୁଲିସର ସମନ
ପ୍ରସାଦ ରାଓ
ନୂଆଦିଲ୍ଲୀ / ଏପ୍ରିଲ ୨୯
ଏକ ଜାଲ ଭିଡ଼ିଓ ମାମାଲାରେ ଦିଲ୍ଲୀ ପୁଲିସ ତେଲେଂଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ବୁଧବାର ହାଜର ହେବା ପାଇଁ ସମନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସଂଖ୍ୟାଲଘୁ ଜାତି, ଜନଜାତି
ଓ ପଛୁଆ ବର୍ଗଙ୍କ ପାଇଁ ଥିବା ସ୍ଥାନ ସଂରକ୍ଷଣକୁ ଉଚ୍ଛେଦ କରିବା ସପକ୍ଷରେ ମତ ଦେଉଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେବା ପରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୁଲିସରେ ଏତଲା ହୋଇଛି । ଏହି ଭିଡ଼ିଓ ତେଲେଂଗାନା କଂଗ୍ରେସର ‘ଏକ୍ସ’ ହ୍ୟାଣ୍ଡେଲରୁ ପ୍ରସାରିତ ହୋଇଥିବା ଅଭିଯୋଗ ହୋଇଥିବାରୁ ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ସମେତ ଅନ୍ୟ ଚାରି ଜଣକୁ ବୁଧବାର ଦିନ ଜେରା ପାଇଁ ଡକାଇଛନ୍ତି । ଦିଲ୍ଲୀ ପୁଲିସ ପକ୍ଷରୁ ଆଇପିସିର ୧୫୩, ୧୫୩-ଏ, ୪୬୫, ୪୬୯, ୧୭୧-ଜି ଏବଂ ଆଇଟି ଆଇନର ୬୬ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ପୁଲିସ କେଉଁ ଆକାଉଂଟରୁ ଏହି ଭିଡ଼ିଓ ଅପଲୋଡ୍ ହୋଇଛି ଜଣାଇବା ପାଇଁ ‘ଏକ୍ସ’ ଓ ଫେସବୁକ୍ ମଧ୍ୟ ନୋଟିସ ପଠା ଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ଏକ ନିର୍ବାଚନୀ ଭାଷଣକୁ ଭୁଲ ଭାବରେ ଉପସ୍ଥାପନ କରାଯାଇ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଥିବା ବିଜେପି ଅଭିଯୋଗ କରିଛି । କଂଗ୍ରେସ ଦଳ ପକ୍ଷରୁ ପୋଷ୍ଟ୍ କରାଯାଇଥିବା ଭିଡ଼ିଓ ସଂପୂର୍ଣ୍ଣ ଭାବେ ଜାଲ୍ ଓ ତାହା ବହୁଳ ଭାବେ ପ୍ରସାରିତ କରାଯିବା ଫଳରେ ହିଂସାର ଆଶଙ୍କା ରହିଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏହା ଏକ ‘ଜାଲ ଭିଡ଼ିଓ’ କହି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି । ଗୃହ ମନ୍ତ୍ରୀ ଶାହା ରବିବାର ଦିନ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଥିବା ପର୍ଯ୍ୟନ୍ତ ସଂଖ୍ୟାଲଘୁ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ଥିବା ସ୍ଥାନ ସଂରକ୍ଷଣରେ କୌଣସି ପ୍ରକାର ପରିବର୍ତ୍ତନ ହେବାର ନାହିଁ । କେନ୍ଦ୍ରରେ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିଲେ ବିଜେପି ସରକାର ସଂଖ୍ୟାଲଘୁ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ଥିବା ସ୍ଥାନ ସରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ପ୍ରଚାର କରୁଛନ୍ତି ତାହା ବିଭ୍ରାନ୍ତିକର ବୋଲି ଗୃହ ମନ୍ତ୍ରୀ ଶାହା କହିଛନ୍ତି । ଦେଶରେ ତୃତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିଲେ ଦେଶରେ ସମ୍ବିଧାନକୁ ବଦଳାଇ ଦେବ ଏବଂ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେବ ବୋଲି ରାହୁଲ ଗାନ୍ଧୀ ଯାହା କହୁଛନ୍ତି ‘ଡାହା ମିଛ’ ବୋଲି ବିଜେପି କହିଛି । ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଅଧିକ ତୀବ୍ର ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS