କେଇର ଷ୍ଟାରମେର ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ


ଜୁଲାଇ ୦୫/୨୦୨୪
ବ୍ରିଟେନରେ ଅନୁଷ୍ଠିତ ‘ହାଉସ ଅଫ୍ କମନ୍ସ’ ନିର୍ବାଚନରେ କେଇର ଷ୍ଟାରମେରଙ୍କ ନେତୃତ୍ୱାଧୀନ ଲେବର ପାର୍ଟିର ବିପୁଳ ବିଜୟ ହୋଇଛି । ୬୫୦ ସଦସ୍ୟ ବିଶିଷ୍ଟ ‘ହାଉସ ଅଫ୍ କମନ୍ସ’ ସରକାର କରିବାକୁ ୩୨୬ ଆସନର ଆବଶ୍ୟକତା ଥିବା ବେଳେ ଷ୍ଟାରମେରଙ୍କ ଲେବର ପାର୍ଟି ୪୦୩ ଆସନରେ ଆଗୁଆ ଅଛି । ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଂଜରଭେଟିବ ପାର୍ଟି ମାତ୍ର ୧୦୯ ଆସନ ଜିତିଛି । ତେଣୁ, ଲେବର ପାର୍ଟି ନେତା ଷ୍ଟାରମେର ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ ହୋଇଛି । ୨୦୧୦ରୁ ଲେବର ପାର୍ଟି କ୍ଷମତା ବାହାରେ ଥିଲା । ଲେବର ପାର୍ଟି ତାହାର ବିଦେଶ ନୀତି ‘ପ୍ରଗତିଶୀଳ ବାସ୍ତବିକତା’ ବା ପ୍ରୋଗ୍ରେସିଭ ରିଏଲିଜମ୍ ଆଧାରିତ ହେବ ବୋଲି ଘୋଷଣା କରି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲା । ବ୍ରିଟେନ-ଭାରତ ସଂପର୍କକୁ ଅଧିକ ସୁଦୃଢ କରିବା ମଧ୍ୟ ଲେବର ପାର୍ଟିର ବିଦେଶ ନୀତି ଅନ୍ତର୍ଭୁକ୍ତ ରହିଥିଲା । କଶ୍ମୀର ଭଳି ପ୍ରସଙ୍ଗରେ ଅତୀତରେ ହୋଇଥିବା ଭୁଲ ପଦକ୍ଷେପକୁ ସୁଧାରି ଭାରତ ସହ ଏକ ନୂତନ କୌଶଳ ଭିତ୍ତିକ ସହଭାଗିତା ପ୍ରତିଷ୍ଠା କରିବା, ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ)କୁ କାର୍ଯ୍ୟକାରୀ କରିବା ଏବଂ ଅର୍ଥନୈତିକ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆଡକୁ ଗତି କରୁଥିବା ଭାରତ ଭଳି ରାଷ୍ଟ୍ରଙ୍କ ସହ ବୈଷୟିକ, ସୁରକ୍ଷା, ଶିକ୍ଷା ଓ ପରିବେଶ ପରିବର୍ତ୍ତନ କ୍ଷେତ୍ରରେ ଦ୍ୱିପାକ୍ଷୀକ ସହଯୋଗ ବୃଦ୍ଧି ଉପରେ ଷ୍ଟାରମେରଙ୍କ ଲେବର ପାର୍ଟି ଗୁରୁତ୍ୱ ଦେଉଥିବା ସୂଚନା ଦେଇଥିଲେ । ବ୍ରିଟେନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ଅତୀତର ତିକ୍ତତାକୁ ଦୂର କରି ସଂପର୍କ ସୁଧାରିବା ଦିଗରେ ଷ୍ଟାରମେର ନିର୍ବାଚନ ପ୍ରଚାର ସମୟରେ ଉଦ୍ୟମ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକ ମତଦାତାଙ୍କୁ ନିଜ ପକ୍ଷରେ ପ୍ରଭାବିତ କରିବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛନ୍ତି । ଲେବର ପାର୍ଟିକୁ କ୍ଷମତାକୁ ଆଣିଲେ ବିଟ୍ରେନବାସୀ ଉଚ୍ଚ ହାରରେ ଟିକସ ଦେବାକୁ ବାଧ୍ୟ ହେବେ ବୋଲି ସୁନକଙ୍କ କଂଜରଭେଟିବ ପାର୍ଟିର ଚେତାବନୀ ସତ୍ତ୍ୱେ ମତଦାତା ଲେବର ପାର୍ଟିକୁ ଭୋଟ ଦେଇ କ୍ଷମତାକୁ ଆଣିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS