ପ୍ୟାରିସ୍ ଅଲିଂପିକ୍ସ: ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ
ପ୍ରସାଦ ରାଓ
ନୂଆଦିଲ୍ଲୀ/୦୪ ଅଗଷ୍ଟ
ପ୍ୟାରିସ ଅଲିଂପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଆଜି ଗ୍ରେଟ୍ ବ୍ରିଟେନକୁ ୪-୨ ଗୋଲରେ ପରାଜିତ କରି ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି । ପ୍ୟାରିସର ଷ୍ଟାଡେ ଭୋସ-ଡୁ-ମାନୋଇରରେ ଭାରତ-ଗ୍ରେଟ୍ ବ୍ରିଟେନ ହକି ଦଳ ମଧ୍ୟରେ ଆଜିର କ୍ୱାଟର ଫାଇନାଲ ଖେଳ ହୋଇଥିଲା । ସୁଟ-ଆଉଟରେ ଭାରତୀୟ ଦଳ ଗ୍ରେଟ୍ ବିଟେନକୁ ପରାଜିତ କରିଛି । ମ୍ୟାଚ ୧-୧ରେ ଅମିମାଂସିତ ରହିବାରୁ ପେନାଲଟି କର୍ଣ୍ଣର ସୁଟ୍ ଆଉଟ୍ ହୋଇଥିଲା ଏବଂ ଭାରତ ୪-୨ରେ ବିଜୟୀ ଘୋଷିତ ହୋଇଥିଲା । ଆସନ୍ତା ୦୬ ତାରିଖରେ ଭାରତୀୟ ପୁରୁଷ ହକି ଦଳ ଜର୍ମାନୀ କିମ୍ବା ଆର୍ଜେଂଟିନା ବିପକ୍ଷରେ ସେମିଫାଇନାଲ ଖେଳିବେ । ଆଜି ଖେଳ ଆରମ୍ଭ ହେବାର ୧୬ ମିନିଟରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ ଗ୍ରେଟ୍ ବ୍ରିଟେନ ଖେଳାଳୀ ୱିଲ୍ କାଲନାନଙ୍କ ଉପରକୁ ବିପଜ୍ଜନନକ ଭାବେ ହକି ଷ୍ଟିକ୍ ଉଠାଇ ପଡିଆରୁ ବିଦା ନେଇଥିଲେ । ମ୍ୟାଚ୍ ରେଫରି ଅମିତଙ୍କୁ ‘ନାଲି କାର୍ଡ’ ଦେଖାଇ ପଡିଆରୁ ବିଦା କରିଥିଲେ । ହରମନପ୍ରିତ ସିଂହଙ୍କ ଭାରତୀୟ ଦଳ ଶେଷ ୪୨ ମିନିଟ୍ ୧୦ ଜଣ ଖେଳାଳୀଙ୍କୁ ନେଇ ଖେଳି ଥିଲେ । ଆଜିର ଖେଳରେ ଭାରତୀୟ ଦଳ ଅଧିନାୟକ ହରମନପ୍ରିତ ସିଂହ ୨୨ତମ ମିନିଟରେ ଏକ ପେନାଲଟି କର୍ଣ୍ଣରରେ ପ୍ରଥମ ଗୋଲ ଦେଇ ଭାରତକୁ ୧-୦ରେ ଅଗ୍ରଣୀ ରଖିଥିଲେ । ଯାହାକି, ପ୍ୟାରିସ ଅଲିଂପିକ୍ସରେ ହରମନପ୍ରିତ ସିଂହଙ୍କ ସପ୍ତମ ଗୋଲ ଥିଲା । ତେବେ, ଭାରତର ଖୁସି ମାତ୍ର ୦୫ ମିନିଟ ରହି ଥିଲା । ଗ୍ରେଟ୍ ବ୍ରିଟେନ ଖେଳାଳୀ ଲି ମର୍ଟନ ମାତ୍ର ପାଂଚ ମିନିଟରେ, ଅର୍ଥାତ ଖେଳର ୨୭ ତମ ମିନିଟରେ ଭାରତ ବିପକ୍ଷରେ ଗୋଲ କରି ଖେଳକୁ ସମାନସ୍ତରରକୁ ନେଇ ଆସିଥିଲେ । ଖେଳ ଅମିମାଂସିତ ରହିବାରୁ ପେନାଲଟି କର୍ଣ୍ଣର ସୁଟ୍-ଆଉଟ୍ ହୋଇଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS