ମମତା ମହାନ୍ତ ରାଜ୍ୟସଭାକୁ ନିର୍ବାଚିତ


ପ୍ରସାଦ ରାଓ
ଅଗଷ୍ଟ,୨୭/୨୦୨୪
ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ମମତା ମହାନ୍ତ ଆଜି ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି । ତାଙ୍କ ବିରୋଧରେ ଏକମାତ୍ରା ପ୍ରାର୍ଥୀ ଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମମତା ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ପ୍ରଧାନ ତାଙ୍କ ବିରୋଧରେ ରାଜ୍ୟସଭାକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଂକନ ଦାଖଲ କରିବାରୁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଆଜି ନାମାଂକନ ପ୍ରତ୍ୟାହାରର ଶେଷ ଦିନ ଜଗନ୍ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ମମତା ମହାନ୍ତ ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ଚାରି ବର୍ଷ ପରେ ସାଂସଦ ପଦ ଓ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଆସନ୍ତା ମାସ ୦୩ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପୁନର୍ବାର ମମତାଙ୍କୁ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଉଛି । ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS