ଆଜି ଦିନରେ ରାଜନୀତିର ଅର୍ଥ ହେଉଛି ‘କ୍ଷମତା ରାଜନୀତି’ !


ପ୍ରସାଦ ରାଓ
ସେପ୍ଟେମ୍ବର ୨୭/୨୦୨୪
ପୂର୍ବରୁ ରାଜନୀତି କହିଲେ ସମାଜ ସେବା, ଦେଶ ଗଠନଇ ଦେଶର ବିକାଶକୁ ବୁଝାଉ ଥିଲା । କିନ୍ତୁ, ଆଜି ଦିନରେ ରାଜନୀତି କହିଲେ କେବଳ ‘କ୍ଷମତା ରାଜନୀତି’କୁ ବୁଝାଉଛି ବୋଲି କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡକାରୀ ଛତ୍ରପତି ସମ୍ବାଜୀନଗରରେ ଏକ ସମ୍ବର୍ଦ୍ଧନା ଉତ୍ସବରେ କହିଛନ୍ତି । ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗାଡେଙ୍କ ସମ୍ବର୍ଦ୍ଧନା ଉପଲକ୍ଷେ ଆୟୋଜିତ ସମାରୋହରେ ବରିଷ୍ଠ ଭାଜପା ନେତା ଗଡକାରୀ ଏହି ମତ ରଖିଛନ୍ତି । ସେ କହିଛନ୍ତି, ରାଜନୀତିର ବାସ୍ତବ ଅର୍ଥ ହେଉଛି- ସମାଜକରଣ, ରାଷ୍ଟ୍ରକରଣ ଓ ବିକାଶକରଣ । ତେବେ, ଆଜି ଦିନରେ ରାଜନୀତିର ସଂଜ୍ଞା ‘ସତ୍ତାକରଣ’ରେ ସୀମିତ ହୋଇଯାଇଛି । ସତ୍ତାକରଣ ଅର୍ଥ ହେଉଛି ‘କ୍ଷମତା ରାଜନୀତି’ । ରାଜନୀତିରେ ଭିନ୍ନମତକୁ ନେଇ ନୁହେଁ, ବିଚାରଧାରାକୁ ନେଇ ସମସ୍ୟା ରହିଛି ବୋଲି ଗଡକାରୀ କହିଛନ୍ତି । ‘ପୂର୍ବରୁ ଆମେ ଆରଏସଏସ କାର୍ଯ୍ୟକର୍ତ୍ତା ଥିବା ସମୟମ୍ବେିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲୁ । କେହି ଆମକୁ ସ୍ୱୀକୃତି ବା ସମ୍ମାନ ଦେଉନଥିଲେ । ତଥାପି ହରିଭାଉ ବାଗାଡେ ଜନକଲ୍ୟାଣ ସକାଶେ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରୁଥିଲେ । ସେ (ଗଡକାରୀ) ଦୀର୍ଘ ୨୦ ବର୍ଷ କାଳ ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ବିଦର୍ଭ ଅଂଚଳ ବୁଲିଛନ୍ତି ଓ କାର୍ଯ୍ୟ କରିଛନ୍ତି । ଦଳ ପକ୍ଷରୁ ଆୟେଜିତ ସମାବେଶଗୁଡିକ ଉପରେ ଲୋକ ଟେକାମାଡ କରୁଥିଲେ । ଜରୁରୀ ପରିସ୍ଥିତି ପରବର୍ତ୍ତୀ ସମୟରେ ସେ ଅଟୋରିକ୍ସାରେ ଯାଇ ଦଳ ପାଇଁ ପ୍ରଚାର କରୁଥିବା ସମୟରେ ଲୋକମାନେ ତାଙ୍କ ଅଟୋରିକ୍ସାରେ ନିଆଁ ଲଗାଇ ଦେଇଥିଲେ ବୋଲି ଗଡକାରୀ ମନେ ପକାଇବା ସହ କହିଛନ୍ତି, ଆଜି ଦିନରେ ତାଙ୍କୁ ଶୁଣିବା ପାଇଁ ସଭାରେ ହଜାର ହଜାର ସଂଖ୍ୟାରେ ଲୋକତ୍ରୀତ ହେଉଛନ୍ତି । ଏହି ଲୋକପ୍ରିୟତା ତାଙ୍କର ନୁହେଁ, ଏହା ହେଉଛି ହରିଭାଉ ବାଗାଡେଙ୍କ ଭଳି ଅସଂଖ୍ୟ ଦଳୀୟ କର୍ମୀ ନିଜ ଜୀବନକୁ ବାଜି ଲଗାଇ ଯେଉଁ କଠିନ ପରିଶ୍ରମ କରିଛନ୍ତି ତାହାର ସୁଫଳ । ଦଳ ପାଇଁ କଠିନ ପରିଶ୍ରମ କରି ମଧ୍ୟ ଦଳ ଆଡୁ କିଛି ପାଇନଥିବା କର୍ମୀ ଜଣକ ଯଦି ଭଲ ବ୍ୟବହାର ପ୍ରଦର୍ଶନ କରୁଛି ସେ ହିଁ ହେଉଛି ଦଳର ଜଣେ ଭଲ କର୍ମୀ । ଯେଉଁମାନେ ଦଳରୁ କିଛି ପାଇଛନ୍ତି ସେମାନେ ଭଲ ବ୍ୟବହାର କରିବା ସ୍ୱାଭାବିକ ବୋଲି ଗଡକାରୀ କହିଛନ୍ତି । ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ନୀତୀନ ଗଡକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ ଥାଇ ବିଭିନ୍ନ ସମୟରେ ଦେଉଥିବା ଏଭଳି ବୟାନ ତାଙ୍କୁ ବିବାଦୀୟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଥାନରେ ବିଜେପିକୁ ନେତୃତ୍ୱ ଦେବା ଭଳି ବରିଷ୍ଠ ନେତାଙ୍କ ମଧ୍ୟରେ ସର୍ବୋଚ୍ଚରେ ଗଡକାରୀଙ୍କ ନାମ ଆସୁଥିବା ବେଳେ ଗଡକାରୀ ବିଭିନ୍ନ ସମୟରେ ଦେଉଥିବା ବୟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କଲା ଭଳି ହେଉଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS