ସଲମନଙ୍କ ପରେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ !
ପ୍ରସାଦ ରାଓ
ନୂଆଦିଲ୍ଲୀ/୦୭/ନଭେମ୍ବର
ବଲିଉଡ ସୁପରଷ୍ଟାର ସଲମନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକକୁ ନେଇ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟତମ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଆଜି ହତ୍ୟା ଧମକ ମିଳିଥିବା ଖବର ମିଳିଛି । ଶାହାରୁଖଙ୍କୁ ୫୦ ଲକ୍ଷ ଟଙ୍କା ବଟି ମଗାଯାଇ ହତ୍ୟା ଧମକ ଦିଆଯାଇଥିବା ମୁମ୍ବାଇର ବାନ୍ଦ୍ରା ପୁଲିସ ଥାନାରେ ମମଲା ରୁଜୁ ହୋଇଛି । ମୁମ୍ବାଇ ପୁଲିସ ତୁରନ୍ତ ଏତଲା ରୁଜୁ ଏହି ହତ୍ୟା ଧମକର ତଦନ୍ତ ଆରମ୍ଭ କରିଛନ୍ତି । ବାନ୍ଦ୍ରା ଥାନାରେ କୌଣସି ଅଜଣା ବ୍ୟକ୍ତିଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଦଫା ୩୦୮(୪) ଓ ୩୫୧ (୩) (୪)ରେ ମାମଲା ରୁଜୁ ହୋଇଛି । ଶାହାରୁଖଙ୍କୁ ଯେଉଁ ଫୋନ ନମ୍ବରରୁ ହତ୍ୟା ଧମକ ଦିଆଯାଇଛି ତାହା ଛତିଶଗଡ ରାୟପୁରର ବୋଲି କଲ୍ ଟ୍ରେସିଂରୁ ପୁଲିସ ଜାଣିବା ପରେ ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୁଲିସର ଏକ ଟିମ୍ ଛତିଶଗଡ ଯାଇଥିବା କୁହାଯାଉଥିବା ବେଳେ ମୁମ୍ବାଇ ପୁଲିସ ଗଣମାଧ୍ୟମକୁ ଏନେଇ କିଛି ସ୍ପଷ୍ଟ କରି ନାହିଁ । ତେବେ, ରାୟପୁର ପୁଲିସ ସୂତ୍ରକୁ ଆଧାର କରି ମୁମ୍ବାଇ ପୁଲିସ ଶାହାରୁଖଙ୍କୁ ଧମକ ଦେଇଥିବା ଅଭିଯୋଗରେ ରାୟପୁରର ଫୟାଜ ଖାନ ନାମକ ଜନୈକ ବ୍ୟକ୍ତିଙ୍କୁ ନୋଟିସ ପଠାଇ ଥିବା ସୂଚନା ମିଳିଛି । ସଲମନଙ୍କ ପରେ ଶାହାରୁଖ ଖାନଙ୍କୁ ମୋଟା ଅଂକର ବଟି ମଗାଯାଇ ହତ୍ୟା ଧମକ ଦିଆଯିବା ମୁମ୍ବାଇ ପୁଲିସର ମୁଣ୍ଡବ୍ୟଥା ବଢାଇଛି । ବଲିଉଡ ଷ୍ଟାର ସଲମନ ଖାନ ୨୦ ବର୍ଷ ତଳେ ରାଜସ୍ଥାନକୁ ଫିଲ୍ମ ସୁଟିଂରେ ଯାଇଥିବା ବେଳେ ଗୋଟିଏ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗୁ ନେଇ ସଲମନ ଖାନ ଆଇନର ଜାଲରେ ଛନ୍ଦି ହେବା ସହ କୃଷ୍ଣସାର ମୃଗଙ୍କୁ ପୂଜା କରୁଥିବା ଓ ସଂରକ୍ଷଣ ଦେଇ ଆସୁଥିବା ବିଷ୍ଣୋଇ ସମାଜର ଆକ୍ରୋଶର ଶିକାର ହୋଇଥିଲେ । ସଲମନ ଆଇନର ଜାଲରୁ ମୁକୁଳି ଥିଲେ ମଧ୍ୟ ରାଜସ୍ଥାନର ବିଷ୍ଣୋଇ ସମାଜ ତାଙ୍କୁ କ୍ଷମା କରି ନାହାନ୍ତି । କୃଷ୍ଣସାର ମୃଗ ହତ୍ୟାରେ ସଂପୃକ୍ତ ଥିବାରୁ ସଲମନ ରାଜସ୍ଥାନର ବିଷ୍ଣୋଇ ସମାଜ ମନ୍ଦିରକୁ ଯାଇ ସେଠାରେ ସର୍ବସମ୍ମୁଖରେ କ୍ଷମାଭିକ୍ଷା କରନ୍ତୁ, ନତୁବା ୦୫ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ଗୁଜରାଟ ଜେଲରେ ଅଟକ ଥିବା ଗ୍ୟାଂଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଂଗ ଧମକ ଦେଇ ଆସୁଛନ୍ତି । ନହେଲେ ହତ୍ୟା କରାଯିବ ବୋଲି ସେମାନେ ସଲମନଙ୍କୁ ଲଗାତର ଧମକ ଦେଇ ଆସୁଛନ୍ତି । ମୁମ୍ବାଇର ୱର୍ଲି ଥାନାରେ ଏନେଇ ମାମଲା ପଂଜୀକୃତ ରହିଛି । ନିକଟରେ ମଧ୍ୟ ସଲମାନଙ୍କୁ ଫୋନ୍ ରେ ହତ୍ୟା ଧମକ ମିଳିଥିଲା ଓ ତାଙ୍କ ବାସଭବନ ନିକଟରେ ଗୁଳି ଫୁଟିଥିଲା । ତେବେ, ସଲମନଙ୍କୁ ସଦ୍ୟ ଫୋନ କଲ୍ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ବୋଲି ମୁମ୍ବାଇ ପୁଲିସ କହିଛନ୍ତି । ଏବେ, ଶାହାରୁଖ ଖାନଙ୍କୁ ୫୦ ଲକ୍ଷ ଟଙ୍କା ବଟି ମଗାଯାଇ ହତ୍ୟା ଧମକ ଦିଆଯିବା ଘଟଣା ମୁମ୍ବାଇ ପୁଲିସର ଅଡୁଆ ବଢାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS