ଡା.ଜଗନ୍ନାଥ ଦାସଙ୍କ ପଂଚଦଶତମ ଶ୍ରାଦ୍ଧ ଦିବସ ପାଳିତ


ପ୍ରସାଦ ରାଓ
ଭୁବନେଶ୍ୱର, ମେ’୦୧: ସାରଳା ଦେବୀ ସ୍ମୃତି କମିଟି ଓ ଡା.ଜଗନ୍ନାଥ ଦାସ ସ୍ମୃତି କମିଟି ମିଳିତ ଆନୁକୂଲ୍ୟରେ ଆଜି ଡା.ଜଗନ୍ନାଥ ଦାସଙ୍କ ପଂଚଦଶତମ ଶ୍ରାଦ୍ଧ ଦିବସ ଲୋହିଆ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦେଶକ ସୂର୍ଯ୍ୟ ରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ଦାସଙ୍କ ପୁତ୍ର ପ୍ରଫେସର ଡା.ରୁଦ୍ର ପ୍ରସାଦ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସର୍ବୋଦୟ ନେତା କୈଳାଶ ଚନ୍ଦ୍ରଙ୍କୁ ଚଳିତ ବର୍ଷର ‘ଜଗନ୍ନାଥ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଟକସ୍ଥିତ ଉକ୍ରଳ ସେବା ସମିତିର ସଭାପତି ରମାକାନ୍ତ ନାଥ, ଓଡ଼ିଶା ବିଧାନସଭାର ପୂର୍ବତନ ସଚିବ ଦାଶରଥୀ ଶତପଥୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଡା. ପ୍ରଦୀପ ଚୌଧୁରୀ, ସାରଦା ଦେବୀ ସ୍ମାରକୀ ଟ୍ରଷ୍ଟର ସାଧାରଣ ସଂପାଦକ ଗୁରୁକଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଦୂରଦର୍ଶନ ସଂଚାଳିକା ଅନୁସୂୟା ସାହୁ ସୂଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
– ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS