ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ


ପ୍ରସାଦ ରାଓ
ଭୁବନେଶ୍ୱର, ମେ’୦୧: ସ୍ଥାନୀୟ ଭୋଇ ନଗରସ୍ଥିତ ବିଜୁଳି କର୍ମଚାରୀ ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନ୍ ଏବଂ ଓଏଚପିସି ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀ ସଂଘ ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଓପିଟିସିଏଲ୍, ଓଏଚପିସି ଓ ଟିପିସିଓଡିଏଲର ଶତାଧିକ କର୍ମଚାରୀଙ୍କ ଉପସ୍ଥିତିରେ ଫେଡେରେସନ୍ ସାଧାରଣ ସଂପାଦକ ସତ୍ୟବାଦୀ ବାଘ ଶ୍ରମିକ ପତାକା ଉତ୍ତୋଳନ କରି ମଈ ଦିବସର ତାତ୍ପର୍ଯ୍ୟ ବୁଝାଇ ଥିଲେ । ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଆଗାମୀ ଦିନରେ ସଂଗଠିତ ସଂଗ୍ରାମ ହେବ ବୋଲି ସେ ସୂଚନା ଦେଇଥିଲେ । ସଭାରେ ଫେଡେରେସନର ଅତିରିକ୍ତ ସାଧାରଣ ସଂପାଦକ ଶମ୍ଭୁ ପ୍ରସାଦ ମହାପାତ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦ, ଓଏଚପିସି କର୍ମଚାରୀ ସଂଘର ସାଧାରଣ ସଂପାଦକ ଶ୍ୱେତାମ୍ବର ତ୍ରିପାଠୀ, ମଜଦୂର ସଂଘର ଶ୍ରୀକୃଷ୍ଣ ପଟ୍ଟନାୟକ, ଶୁଭେନ୍ଦୁ ଛୋଟରାୟ, ପରମାନନ୍ଦ ବେହେରା, ବିଜୁଳି କର୍ମଚାରୀ ସଂଘର କୃପାସିନ୍ଧୁ ମୁଦୁଲି, ଶ୍ୟାମସୁନ୍ଦର ସ୍ୱାଇଁ, ଜୟଦେବ ମଣ୍ଡଳ, ବନମାଳୀ ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈରାଗି ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓଏଚପିସିର ସୁଶାନ୍ତ ମହାରଣା ଓ ସୁଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS