ପୁସ୍ତକ ‘ଅସରନ୍ତି ଅପରାହ୍ନ’ ପାଠକାର୍ପିତ


ଭୁବନେଶ୍ୱର ୧୨/୫ (ପ୍ରସାଦ ରାଓ): ସ୍ଥାନୀୟ କେଶରୀ ଟକିଜ ପଛ ପ୍ଲାଟିନମ ଜୁବୁଲି ହଲ୍, ଓଡ଼ିଶା ଭବନ ପରିସରରେ ଶନିବାର ଦିନ ଇଂ ନରେନ୍ଦ୍ର କୁମାର ନାୟକଙ୍କ ପୁସ୍ତକ ‘ଅସରନ୍ତି ଅପରାହ୍ନ’ ପାଠକାର୍ପିତ ହୋଇଛି । ‘ସଂପର୍କର ସେତୁ’ ପତ୍ରିକାର ସଂପାଦକ ତଥା ଲେଖକ ଇଂ ରମେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତି୍ୟକ ଡକ୍ଟର ସୁରେନ୍ଦ୍ର ମୋହନ ମିଶ୍ର ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ତଥା ବିଶିଷ୍ଟ ଲେଖକ ଓ କବି ଗୋସ୍ୱାମୀ ଗୋଲାମ ଦେବତା ଓ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ଇଂ ନାୟକ ତାଙ୍କ ୩୮ତମ ବିବାହ ବାର୍ଷିକୀ ସମୟରେ ୩୮ ବର୍ଷର କର୍ମମୟ ଜୀବନକୁ ନେଇ ‘ଅସରନ୍ତି ଅପରାହ୍ନ’ ପୁସ୍ତକ ରଚନା କରିଥିଲେ । ଯେଉଁଥିରେ ତାଙ୍କ କର୍ମମୟ ଜୀବନର ଅନୁଭବ ଓ ଅନୁଭୂତି ଭରି ରହିଥିବା ସେ କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ,ପୁସ୍ତକର ପ୍ରକାଶିକା ଗୌରୀପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ନାୟକଙ୍କ ସୁପୁତ୍ରୀ ଅର୍ପିତାରାଣୀ ନାୟକ, ଶ୍ୱେତା, ସ୍ପନ୍ଦିତା ଓ ଅଂକିତାଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ ସମ୍ବାଦ ପାଠିକା ଅନୁସୂୟା ସାହୁ ସୂଚାରୁ ରୂପେ ସଂଚାଳନ କରିଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS