ହରର୍ ପିଲ୍ମ ଦେଖି ଏକାଦଶ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା !
କୋଲକାତା: ହରର ଫିଲ୍ମ ଦେଖିବାକୁ ପିଲାମାନେ ସାଧାରଣତଃ ଜିଦ୍ କରି ଥା’ନ୍ତି । ୧୮ ବର୍ଷରୁ କମ୍ ବୟସର ପିଲା ହରର ପିଲ୍ମ ନ ଦେଖିବାକୁ ସତର୍କ କରାଯାଉଥିଲେ ସୁଦ୍ଧା ସେମାନେ ମାନିବାକୁ ପ୍ରସ୍ତୁତ ନୁହନ୍ତି । ତେବେ, ଏହି ଅମାନିଆପଣ ଜୀବନ ବି ନେଇପାରେ, ତାହା ପ୍ରତ୍ୟକ୍ଷ ହୋଇଛି କୋଲକାତାରେ ଘଟି ଥିବା ଏକ ଆତ୍ମହତ୍ୟା ଘଟଣାରୁ ।
ଦକ୍ଷିଣ କୋଲକାତାର ଘଟଣା । କାଳିଘାଟ ଅଂଚଳରେ ଜଣେ ୧୭ ବର୍ଷ ବୟସ୍କ ଛାତ୍ର ଶ୍ରୀଜନ୍ ଚୌଧୁରୀ ନିଜ ସାଙ୍ଗ ମାନଙ୍କ ସହ ଯାଇଥିଲେ ଗୋଟିଏ ହରର ଫିଲ୍ମ ଦେଖିବାକୁ । ଘରକୁ ଫେରିବା ପରେ ସେ ଅନ୍ୟମନଷ୍କ ଓ ବେଷାଦଗ୍ରସ୍ତ ହୋଇ ପଡ଼ିଥିବା ତାଙ୍କ ମା’ ଲକ୍ଷ୍ୟ କରିଥିଲେ । ଘଟରା କଣ ଜାଣିବାକୁ ସେ ଚାହିଁଁ ଥିଲେ ମଧ୍ୟ ଶ୍ରୀଜନ୍ କିଛି କହି ନଥିଲେ । ହଠାତ୍ ସୋମବାର ରାତିରେ ଶ୍ରୀଜନ୍ ନିଜ କୋଠରୀ ଭିତରୁ ବନ୍ଦ କରି ସିଲିଂରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳି ଥିଲା । ବେକରେ ଦୌଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି ।
ଶ୍ରୀଜନ୍ ସାଉଥ ପଏଂଟ୍ ସ୍କୁଲ ଏକାଦଶ ଶ୍ରେଣୀ ଛାତ୍ର ଥିଲେ । ସେ ହରର୍ ଫିଲ୍ମ ଦେଖିବା ପରେ ମାନସିକ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ କହିଛନ୍ତି ବୋଲି ମଙ୍ଗଳବାର ପୁଲିସ ସୂତ୍ରରୁ ସୂଚନା ମିଳିଛିି । ସୋମବାର ରାତିରେ ଶ୍ରୀଜନ୍ଙ୍କ ମୃତ ଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ତାଙ୍କ ମା’ଙ୍କ କହିବା ଅନୁସାରେ ଶ୍ରୀଜନ୍ ବନ୍ଧୁମାନଙ୍କ ସହ ହରର୍ ଫିଲ୍ମ ଦେଖି ଫେରିବା ପରଠାରୁ କିଛି ଦିନ ହେଲା ବିଷାଦଗ୍ରସ୍ତ ଜଣାପଡୁ ଥିଲେ ମଧ୍ୟ ପଚାରିଳେ କିଛି କହୁ ନଥିଲେ । ତାଙ୍କ ବ୍ୟବହାର ବଦଳି ଯାଇ ଥିଲା । ତେବେ, ସେ ଆତ୍ମହତ୍ୟା ଭଳି ଏକ ପଦକ୍ଷେପ ନେବେ ବୋଲି କେହି ଭାବି ନ ଥିଲେ । ଶ୍ରୀଜନ୍ ନିଜ ରୁମ୍ ଭିତରୁ ଲକ୍ କରି ରହିଥିବା ଦେଖି ତାଙ୍କ ମା’ ଡାକି ଥିଲେ । କିନ୍ତୁ, କୌଣସି ଉତ୍ତର ନ ମିଳିବାରୁ କବାଟ ଭାଙ୍ଗି ପରିବାର କୋଠରୀ ଖୋଲା ଯାଇଥିଲା । କୋଠରୀ ଭିତରେ ଶ୍ରୀଜନ୍ର ମୃତଦେହ ସିଲିଂରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ମୃତ ଦେହକୁ ଜବତ କରିବା ସହ ଶ୍ରୀଜନ୍ର ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ତଦନ୍ତ ଚଳାଇଛି । ତା’ ସହ ସିନେମା ଦେଖିବାକୁ ଯାଇଥିବା ସାଙ୍ଗମାନଙ୍କୁ ପଚରାଉଚୁରା କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS