ହିମାଚଳ ପ୍ରଦେଶ ବିଧାନସଭା ଭୋଟ ସରିଲା, ୭୪ ପ୍ରତିଶତ ମତଦାନ ହୋଇଛିି
ନୂଆଦିଲ୍ଲୀ,୧୦ ନଭେମ୍ବର: ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଗୁରୁବାର ମତଦାନ ଶେଷ ହୋଇଛି । ମୋଟ ୭୪ ପ୍ରତିଶତ ମତଦାତା ସେମାନଙ୍କ ମତ ସାବ୍ରସ୍ତ କରିଥିବା ଜଣାପଡିଛି । ରାଜ୍ୟର ମୋଟ ୬୮ଟି ବିଧାନସଭା ଆସନ ପାଇଁ ୬୨ ଜଣ ବିଧାୟକଙ୍କ ସମେତ ୩୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି, ରାଜ୍ୟ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ, ଉପ ବାଚସ୍ପତି ଜଗତ ସିଂହ ନେଗୀ, ୮ ଜଣ ମୁଖ୍ୟ ପାର୍ଲିଆମେଂଟାରୀ ସଚିବ, ୧୦ ଜଣ ମନ୍ତ୍ରୀ, ଅନ୍ୟୁନ ୧୨ ଜଣ ପୂର୍ବତନ ମନ୍ତ୍ରୀ । ରାଜ୍ୟର ୭,୫୨୫ଟି ମତଦାନ କେନ୍ଦ୍ରରେ ୯ ତାରିଖ ମତଦାନ ହୋଇଛି । ୫୦.୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୪ ପ୍ରତିଶତ ଗୁରୁବାର ଦିନ ମତଦାନ କରିଛନ୍ତି । ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଥିଲା । କଂଗ୍ରେସର କୁଶାସନ ଏବଂ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ବିରୋଧରେ ହୋଇ ଥିବା ଦୁର୍ନୀତି ଅଭିଯୋଗକୁ ବିଜେପି ମୁଖ୍ୟ ଇସ୍ୟୁ କରି ପ୍ରଚାର ଅଭିଯାନ ଚଳାଇ ଥିଲା । ଭୋଟ ଦାନ ଉତ୍ସାହଜନକ ହୋଇଥିବାରୁ ବିଜେପି ଉତ୍ସାହିତ । ରାଜ୍ୟର ୬୮ଟି ବିଧାନସଭା ଆସନରୁ ଅନ୍ତତଃ ୬୦ଟି ବିଜେପିକୁ ମିଳିବ ଏବଂ ଦଳ ରାଜ୍ୟରୁ କଂଗ୍ରେସକୁ ମୂଳପୋଛ କରିବାକୁ ସକ୍ଷମ ହେବ ବୋଲି ଭୋଟ ସରିବା ପରେ ବିଜେପି ନେତୃବର୍ଗ ଦାବି କରିଛନ୍ତି । ଗୁଜୁରାଟ ବିଧାନସଭା ପାଇଁ ଡ଼ିସେମ୍ବରରେ ଦୁଇ ପର୍ଯ୍ୟାୟ ଭୋଟ ହେବାକୁ ଥିବାରୁ ଡ଼ିସେମ୍ବର ୧୪ରେ ଦ୍ୱତୀୟ ପର୍ଯାୟ ଭୋଟ ସରିବା ପରେ ୧୮ ତାରିଖ ଗୁଜୁରାଟ ଓ ହିମାଚଳ ପ୍ରଦେଶ ଭୋଟ ଫଳାଫଳ ଏକାଠି ପ୍ରକାଶ ପାଇବ । ଯେଉଁମାନେ ଭୋଟ ପୂର୍ବରୁ ଓ ଭୋଟ ଦାନ ଦିନ ଜନମତ ସଂଗ୍ରହ କରିଛନ୍ତି ସେମାନେ ତାହା ଡ଼ିସେମ୍ବର ୧୪ ତାରିଖ ଗୁଜୁରାଟ ଭୋଟ ସରିବା ପରେ ହିଁ ପ୍ରସାରଣ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିଦେ୍ର୍ଦଶ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS