ହକି ବିଶ୍ୱ ଲିଗ୍ ଫାଇନାଲ: ଆର୍ଜେଂଟିନାକୁ ହରାଇ ଅଷ୍ଟ୍ରେଲିଆ ଟାଇଟଲ୍ ବିଜେତା
ଭୁବନେଶ୍ୱର, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): କଳିଙ୍ଗ ଷ୍ଟାଡ଼ିୟମରେ ଚାଲି ଥିବା ହକି ବିଶ୍ୱ ଲିଗ୍ ଫାଇନାଲ୍ -୨୦୧୭ରେ ରବିବାର ଦିନ ଆର୍ଜେଂଟିନାକୁ ୨-୧ ଗୋଲ୍ରେ ହରାଇ ଅଷ୍ଟ୍ରେଲିଆ ଟାଇଟଲ୍ ବିଜୟୀ ହୋଇଛି । ଅଷ୍ଟ୍ରଲିଆର ଜେରମି ହେୱାର୍ଡ (୧୭) ଖେଳର ଦ୍ୱିତୀୟ କ୍ୱାଟରରେ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନିଜ ଟିମ୍ କୁ ଆଗୁଆ ରଖି ଥିବା ବେଳେ ଆର୍ଜେଂଟିନାର ଅଗଷ୍ଟିନ୍ ବୁଗାଲୋ ଗୋଟିଏ ଗୋଲ୍ ଦେଇ ସ୍କୋର ସମାନ ସ୍ତରକୁ ଆଣି ଥିଲେ । ତେବେ, ଫାଇନାଲ କ୍ୱାଟର ଫୁଲ୍ ଟାଇମର ଦୁଇ ମିନିଟ ପୂର୍ବରୁ ଅଷ୍ଟ୍ରେଲିଆର ବ୍ଲାକ୍ ଗୋଭର୍ସ (୫୮) ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତରିତ କରି ଅଷ୍ଟ୍ରେଲିଆକୁ ଟାଇଟଲ୍ ବିଜୟୀ କରାଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS