ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଗଲେ
ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ୍ ବିରାଟ କୋହଲୀ ଓ ବଲିଉଡ୍ ନାୟିକା ଅନୁଷ୍କା ଶର୍ମାଙ୍କ ପ୍ରେମ୍ କାହାଣୀ ଉଭୟ ଭାରତୀୟ କ୍ରିକେଟ୍ ଓ ଫିଲ୍ମ ଜଗତରେ ବେଶ୍ ଚର୍ଚ୍ଚାରେ ଥିଲା । ଦୁହିଁଙ୍କୁ ନେଇ କେତେବେଳେ ଖଟା ତ କେତେବେଳେ ମିଠା ପ୍ରତିକ୍ରିୟା ଦେଖିବାକୁ ମିଳୁ ଥିଲା । କ୍ରିକେଟ୍ ରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଏହି ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାର ହାୱା ବଦଳୁ ଥିଲା । ସୋମାବାର (ଡ଼ିସେମ୍ବର ୧୧ତାରିଖ) ସବୁ ଖଟା, ମିଠା ଚର୍ଚ୍ଚାର ଅବସାନ ଘଟିଛି । ଇଟାଲୀରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ଆଜିର ଦିନଟି ସେମାନଙ୍କ ପାଇଁ ସ୍ୱତନ୍ତ୍ର । ଉଭୟଙ୍କ ପରିବାର, ଶୁଭେଚ୍ଛୁ ଓ ସମର୍ଥକଙ୍କ ପ୍ରେମ ଓ ଆଶୀର୍ବାଦ ସେମାନଙ୍କ ଜୀବନକୁ ସଫଳ ଓ ସୁନ୍ଦର କରିଛି ବୋଲି ଅନୁଷ୍କା ଏହି ବିବାହକୁ ନେଇ ଟ୍ୱିଟ୍ କରିଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS