ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ଭାରତ ୮ ଉଇକେଟ୍ ରେ ଜିତିଲା, ୨-୧ରେ ଭାରତର ସିରିଜ୍ ବିଜୟ
ବିଶାଖାପାଟଣମ୍,୧୮ ଡ଼ିସେମ୍ବର: ରବିବାର ଦିନ ଏଠାରେ ଅନୁଷ୍ଠିତ ତୃତୀୟ ଓ ଶେଷ ଦିନିକିଆ ଅନ୍ତର୍ଜାତିକ କ୍ରିକେଟ୍ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୮ ଉଇକେଟ୍ରେ ପରାଜିତ କରି ତିନିଟିକିଆ ଓଡ଼ିଆଇ ସିରିଜ ୨-୧ରେ ବିଜୟୀ ହୋଇଛି । ରବିବାର ଦିନର ଖେଳରେ ଶ୍ରୀଲଙ୍କା ଦଳ ୪୪.୫ ଓଭର୍ରେ ୧୦ ଉଇକେଟ୍ ବିନିମୟରେ ୨୧୫ ରନ୍ କରିଥିବା ବେଳେ ଭାରତ ୩୨.୧ ଓଭରରେ ୨ ଉଇକେଟ୍ ବିନିମୟରେ ୨୧୯ ରନ୍ କରିଥିଲା । ଶିଖର ଧାୱନଙ୍କ ଶତକ ଏବଂ ଶ୍ରେୟସ୍ ଆୟାରଙ୍କ ଲଗାତର ଦ୍ୱତୀୟ ଅର୍ଦ୍ଧଶତକ ଭାରତୀୟ ଟିମ୍କୁ ବିଜୟ ଲକ୍ଷ୍ୟ ୨୧୬ ରନ୍କୁ ପାର କରାଇ ଦେଇଥିଲା । ହାତରେ ଆଉ ୧୦୭ଟି ବଲ୍ ଖେଳିବାକୁ ଥିବା ବେଳେ ଭାରତୀୟ ଟିମ୍ ଲକ୍ଷ୍ୟ ଟପି ଶ୍ରୀଲଙ୍କାକୁ ପରାଜିତ କରି ଖେଳ ସମାପ୍ତି ଘୋଷଣା କରିବା ବେଶ୍ ରୋମାଂଚକର ଥିଲା । ଖେଳ ଆରମ୍ଭରେ ଭାରତୀୟ ଟିମ୍ର ୟୁଜଭେନ୍ଦ୍ର ଚହଲ୍ ଓ କୁଲଦୀପ ୟାଦବ ଶ୍ରୀଲଙ୍କାର ତିନିଟି ଲେଖାଏଁ ଉଇକେଟ୍ ଅକ୍ତିଆର କରି ୨୧୫ ରନ୍ରେ ଶ୍ରୀଲଙ୍କାର ରନ୍ ସୀମିତ କରି ଦେଇ ଥିଲେ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁ ଥିବା ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓଡ଼ିଆଇ ଧର୍ମାଶାଳା ଠାରେ ଖେଳି ପରାଜିତ ହେବା ପରେ ଭାଂଗି ପଡି ଥିଲେ । ତବେ, ମୋହାଲି ଠାରେ ଦ୍ୱତୀୟ ଓଡ଼ିଆଇରେ ବିଜୟୀ ହୋଇ ୧-୧ରେ ସିରିଜ୍କୁ ସମାନ ସ୍ତରକୁ ଆଣି ଥିଲେ । ରବିବାର ବିଶାଖାପାଟଣମରେ ଅନୁଷ୍ଠିତ ତୃତୀୟ ଓ ଶେଷ ଓଡ଼ିଆଇ ଉଭୟ ଭାରତ ଓ ଶ୍ରୀଲଙ୍କା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS