ଗୁଜରାଟ ବିଧାନସଭା ଫଳାଫଳ : ବିଜେପି – କଂଗ୍ରେସ ମଧ୍ୟରେ କଂଟାର ଲଢେଇ, ସନ୍ଧ୍ୟା ସୁଦ୍ଧା ୯୯-୮୦ରେ ବିଜେପି ଆଗୁଆ
ଅହମ୍ମଦାବାଦ,୧୮ ଡ଼ିସେମ୍ବର: ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ସୋମବାର ସାମନାକୁ ଆସିଛି । ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ହୋଇ ଥିବା ନିର୍ବାଚନରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଥିବା ସନ୍ଧ୍ୟା ସୁଦ୍ଧା ମିଳିଥିବା ଫଳାଫଳରୁ ସ୍ପଷ୍ଟ ହେଉଛି । ୨୨ ବର୍ଷ ଲଗାତର କ୍ଷମତାରେ ରହି ସରକାର-ବିରୋଧୀ ଜନମତର ସମ୍ମୁଖୀନ ହୋଇଥିବା ସନ୍ଧ୍ୟା ସୁଦ୍ଧା କଂଗ୍ରେସଠାରୁ ଆଗୁଆ ଥିଲେ ବି କଂଗ୍ରେସ ମଧ୍ୟ ବେଶୀ ପଛରେ ନାହିଁ । କଂଟାକୁ କଂଟା ମୁକାବିଲା ହୋଇଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ୫ଟା ସୁଦ୍ଧା ମିଳି ଥିବା ନିର୍ବାଚନ ଫଳାଫଳ ଟ୍ରେଣ୍ଡ୍ ରୁ ବିଜେପି ୯୮ ଆସନରେ ଆଗୁଆ ଥିବା ସମୟରେ କଂଗ୍ରେସ ୮୧ରେ ରହିଛି । ଅନ୍ୟମାନଙ୍କ ଖାତାରେ ତିନିଟି ଆସନ ରହିଛି । ପୁନର୍ବାର ରାଜ୍ୟରେ ବିଜେପି କ୍ଷମତାସୀନ ହେବା ନିଶ୍ଚିତ ଜଣାପଡୁ ଥିଲେ ମଧ୍ୟ ଉଭୟ ବିଜେପି ସ କଂଗ୍ରେସ ଆସନ ସଂଖ୍ୟାରେ ଉପର, ତଳ ଚାଲି ଥିବାରୁ ବିଜେପି କେତେ ଆସନରେ ଆଗୁଆ ରହିବ, ତାହା ଫଳାଫଳ ଘୋଷଣା ପରେ ହିଁ ସ୍ପଷ୍ଟ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ହୋିଥିବା ଦୁଇ ପର୍ଯ୍ୟାୟ ନିର୍ବାଚନର ମଂଗ ଧରି ଥିବା ବେଳେ ସଦ୍ୟ ଏଆଇସିସି ସଭାପତି ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧୀ କଂଗ୍ରେସର ମଂଗ ଧରି ଥିଲେ । ଉଭୟଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି ।
ସୋମବାର ସକାଳ ୮ଟା ଭୋଟ ଗଣତି ଆରମ୍ଭ ହେଇଥଲା । ଗଣତି ଚାଲି ତିବା ସମୟରେ ବିଜେପି କଂଗ୍ରେସଠାରୁ ଅଧିକ ସଂଖ୍ୟକ ଆସନରେ ଆଗୁଆ ଥିବା ଦେଖି ବେଶ୍ ଆଶ୍ୱସ୍ତ ହୋଇଥିଲା । ତେବେ, କିଛି ସମୟ ପାଇଁ କଂଗ୍ରେସ ବିଜେପି ଠାରୁ ଆଗକୁ ଚାଲି ଯିବାରୁ ବିଜେପି ନେତାମାନେ ଆତଙ୍କିତ ହୋଇ ପଡିଥିଲେ ଏବଂ ଗୁଜରାଟ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳି ଥିଲା । ତେବେ, କିଛି ସମୟ ଭିତରେ ପରିସ୍ଥିତି ବଦଳି ଯାଇ ବିଜେପି ଆଗୁଆ ଥିବା ଆସନ ସଂଖ୍ୟା ୧୦୫ ପର୍ଯ୍ୟନ୍ତ ବଢି ଯାଇଥିବା ସମୟରେ କଂଗ୍ରେସ ୭୪କୁ ଖସି ଆସି ଥିଲା । ତେବେ, ସନ୍ଧ୍ୟା ୫ଟା ସୁଦ୍ଧା ବିଜେପି ୯୮ ଓ କଂଗ୍ରେସ ୮୧ ଆସନରେ ଆଗୁଆ ଥିବା ସୂଚନା ମିଳି ଥିଲା । ସନ୍ଧା ୫ଟା ୨୦ ମିନିଟ ବେଳକୁ ତାହା ୯୯ ଓ ୮୦ ରେ ପହଂଚି ଯାଇଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଫଳାଫଳ ମଧ୍ୟ ସାମନାକୁ ଆସିଛି । ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ୬୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୪ଟି ଓ କଂଗ୍ରେସ ୨୧ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟମାନେ ୩ଟି ଆସନରେ ଆଗୁଆ ଅଛନ୍ତି । ଦୁଇ ରାଜ୍ୟର ଚୂଡାନ୍ତ ନିର୍ବାଚନ ଫଳାଫଳ ଘୋଷଣା ପରେ ବାସ୍ତବ ଚିତ୍ର ଆଗକୁ ଆସିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS