ଚତୁଃ ରାଷ୍ଟ୍ରୀୟ ପୁରୁଷ ହକି, ଜାପାନକୁ ୬-୦ରେ ପରାଜିତ କଲା ଭାରତ
ତାଉରାଙ୍ଗା(ନ୍ୟୁଜିଲ୍ୟାଣ୍ଡ), ୧୮ ଜାନୁୟାରୀ: ଏଠାରେ ଆରମ୍ଭ ହୋଇଥିବା ଚତୁଃ ରାଷ୍ଟ୍ରୀୟ ପୁରୁଷ ହକି ଇନଭିଟେସନାଲ୍ ଟୁର୍ଣ୍ଣାମେଂଟରେ ବୁଧବାର ଭାରତ ଜାପାନକୁ ୬-୦ ଗୋଲରେ ପରାଜିତ କରି ପ୍ରଥମ ବିଜୟ ହାସଲ କରିଛି । ଭାରତର ରୁପିନ୍ଦର ସିଂହ ଓ ବିବେକ ସାଗର ପ୍ରସାଦ ପ୍ରଥମ ଦୁଇଟି ଗୋଲ ଦେଇ ଭାରତକୁ ଅଗ୍ରଣୀ ରଖି ଥିଲେ । ପରେ ଦିଲ୍ଲିପପ୍ରୀତ ସିଂହ ଓ ହରମନପ୍ରୀତ ସିଂହ ଅନ୍ୟ ଗୋଲ ସ୍କୋର କରିଥିଲେ । ଭାରତୀୟ ଦଳର ପଦର୍ଶନ ଏତେଦୂର ଶୃଙ୍ଖଳିତ ଥିଲା ଯେ ଜାପାନ ଗୋଟିଏ ହେଳେ ଗୋଲ୍ ସ୍କୋର କରିବାର ସୁଯୋଗ ପାଇ ନ ଥିଲା । ଖେଳ ଆରମ୍ଭର ସାତ ମିନିଟରେ ଭାରତୀୟ ଟିମର ରୁପିନ୍ଦର ପାଲ ସିଂହ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଳରେ ପରିଣତ କରିଥିଲେ । ଭାରତ ପାଇଁ ପ୍ରଥମ ମ୍ୟାଚ୍ ଖେଳୁଥିବା ବିବେକ ସାଗର ପ୍ରସାଦ ପରେ ପରେ ଆଉ ଦୁଇଟି ଗୋଲ ଦେଇ ହାଫ୍ ଟାଇମ୍ ସୁଦ୍ଧା ଭାରତକୁ ୩-୦ରେ ଅଗ୍ରଣୀ ରଖିଥିଲେ । ପରେ ଦିଲ୍ଲିପ ପ୍ରୀତ, ହରମନପ୍ରୀତଙ୍କ ଗୋଲ୍ ଭାରତକୁ ୬-୦ରେ ବିଜୟୀ କରାଇ ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS