ନୂଆଦିଲ୍ଲୀରେ ଅନୁଷ୍ଠିତ ୬୯ତମ ଜନରାଜ୍ୟ ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଥିଲେ ୧୦ଟି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ନେତୃବୃନ୍ଦ…
ନୂଆଦିଲ୍ଲୀ, ୨୭ ଜାନୁୟାରୀ: ଶୁକ୍ରବାର ଦିନ ଏଠାରେ ଅନୁଷ୍ଠିତ ୬୯ ତମ ଜନରାଜ୍ୟ ଦିବସ ପ୍ୟାରେଡରେ ପ୍ରଥମ ଥର ପାଇଁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସଂଘର (ଏସୀୟାନ)ର ୧୦ ଜଣ ରାଷ୍ଟ୍ର ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ନେତାମାନେ ହେଉଛନ୍ତି – ବ୍ରୁନୋଇର ସୁଲତାନ ହାସାନାଲ ବୋଲକିହା, କାମ୍ବୋଡ଼ିଆର ପ୍ରଧାନମନ୍ତ୍ରୀ ହୁନ ସେନ, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ, ଲାଓସ୍ ର ପ୍ରଧାନମନ୍ତ୍ରୀ ଥୋଙ୍ଗଲୁନ ସିସୋଉଲିଥ, ମାଲେସିୟା ପ୍ରଧାନମନ୍ତ୍ରୀ ନାଜିବ ରଜାକ, ମ୍ୟାମାର ଷ୍ଟେଟ୍ କାଉନସିଲର ଡ ଆଙ୍ଗ୍ ସାନ ସୁ କି, ଫିଲିପାଇନ୍ସ ରାଷ୍ଟ୍ରପତି ରୋଡରିଗୋ ରୋଆ ଡ଼ୁଟେର୍ଟେ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଆନ ଲୁଙ୍ଗ୍, ଥାଇଲାଣ୍ଡ୍ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍-ଓଚା ଏବଂ ଭିଏତନାମ୍ ପ୍ରଧାନମନ୍ତ୍ରୀ ଗୁଏନ ସୁଆନ ଫୁକ୍ । ଇଣ୍ଡିଆ ଗେଟ୍ ନିକଟସ୍ଥ ରାଜପଥରେ ଅନୁଷ୍ଠିତ ଏହି ଜନରାଜ୍ୟ ଦିବସ ପ୍ୟାରେଡରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ଗ୍ରହଣ କରିବା ସହ ଦେଶ ଉଦେ୍ଦଶ୍ୟରେ ଅଭିଭାଷଣ ଦେଇଥିବା ବେଳେ ଏହି ୧୦ ଜଣ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଏକ ବିରଳ ଘଟଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରେଡ ସ୍ଥଳରେ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ । ଭାରତର ପ୍ରଥମ ଜନରାଜ୍ୟ ଦିବସ ଉତ୍ସବ ୧୯୫୦ ଜାନୁୟାରୀ ୨୬ ତାରିଖରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଉତ୍ସବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପରେ ଅନୁଷ୍ଠିତ ଜନରାଜ୍ୟ ଦିବସ ପ୍ୟାରେଡ ଗୁଡ଼ିକରେ ଆଉ ପାଂଚ ଜଣ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS