ପ୍ରଥମ ଦିନ ‘ପଦ୍ମାବତ୍’ ଦେଖିଲେ ଏକ ନିୟୁତ ଦର୍ଶକ
ନୂଆଦିଲ୍ଲୀ, ୨୭ ଜାନୁୟାରୀ: ରାଜପୁତ କର୍ନୀ ସେନାର ବିରୋଧ ଓ ହିଂସାତ୍ମକ ପ୍ରଦର୍ଶନ ସତ୍ୱେ ଦେଶବ୍ୟାପୀ ୨୫ ତାରିଖ ଦିନ ମୁକ୍ତିଲାଭ କରିଥିବା ହାଇ ବଜେଟ୍ ପିଲ୍ମ ‘ପଦ୍ମାବତ୍’ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି। ମୁକ୍ତିଲାଭ କରିବାର ପ୍ରଥମ ଦିବସରେ ଏକ ନିୟୁତ ଦର୍ଶକ ଏହି ଫିଲ୍ମଟି ଦେଖି ଥିବା ଏହାର ନିର୍ମାତା ଭାଇକମ୍ -୧୮ ମୋସନ୍ ପିକ୍ଚର୍ସ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦେଶର ପ୍ରାୟ ୭ ହଜାର ସିନେମା ଗୃହରେ ଏହି ଫିଲ୍ମଟି ମୁକ୍ତିଲାଭ କରିଥିବା ଜଣାପଡିଛି । ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ କର୍ନୀ ସେନା ଭଳି କିଛି ଗୋଷ୍ଠୀଙ୍କ ହିଂସାତ୍ମକ ବିରୋଧ ଜାରୀ ରହିଛି । ରାଜ୍ୟ ମାନଙ୍କରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ରାଜ୍ୟ ସରକାରମାନଙ୍କର ହୋଇ ଥିବାରୁ ପ୍ରତିବାଦ ସୂଚକ ଦଂଗା, ହାଙ୍ଗାମା କରୁଥିବା ଗୋଷ୍ଠୀଙ୍କ ସହ ରାଜ୍ୟ ସରକାରମାନେ ଆଲୋଚନା କରିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ଭି.କେ.ସିଂହ କହିଛନ୍ତି। କୋର୍ଟ ନିଦେ୍ର୍ଦଶ ସତ୍ୱେ ଗୁରୁବାର ଦିନ ଚାରିଟି ରାଜ୍ୟରେ ହିଂସାତ୍ମକ ପ୍ରତିବାଦକୁ ସଂପୃକ୍ତ ରାଜ୍ୟ ସରକାରମାନେ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ସେସବୁ ରାଜ୍ୟରେ ‘ପଦ୍ମାବତ୍’ର ପ୍ରଦର୍ଶନ ସଂଭବ ହୋଇ ନାହିଁ । ତେଣୁ, ଏହି ଚାରିଟି ରାଜ୍ୟ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ କରି ଦାଏର ହୋଇଥିବା ପିଟିସନ୍ ଉପରେ ସୋମବାର ଶୁଣାଣୀ ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ବୁଧବାର ଦିନ ହରିଆନାର ଗୁରଗାଓଁରେ ବିକ୍ଷୋଭକାରୀମାନେ ଏକ ସ୍କୁଲ ବସ୍ ଉପରେ ଆକ୍ରମଣ କରିଥିବା ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS