ଫୋରେନ୍ସିକ ରିପୋର୍ଟ ଅଡୁଆ ବଢାଇଛି ରାଜ୍ୟ ସରକାରଙ୍କର
ଭୁବନେଶ୍ୱର, ୨୭ ଜାନୁୟାରୀ: କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ଫୋରେନ୍ସିକ ଲ୍ୟାବ୍ ଦେଇ ଥିବା ଦୁଇଟି ଭିନ୍ନ ରିପୋର୍ଟ ସରକାରଙ୍କ ଅଡୁଆ ବଢାଇଛି । ୨୦୧୭ ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ ଏହି ଗଣ ଦୁଷ୍କର୍ମ ଘଟଣା ଘଟିବା ପରେ ପୀଡ଼ିତାଙ୍କ ଅନ୍ତଃବସ୍ତ୍ର ଫେରେନ୍ସକ ଯାଂଚ ପାଇଁ ଭୁବନେଶ୍ୱର ଫୋରେନ୍ସିକ ସାଇନ୍ସ୍ ଲବରୋଟୋରୀକୁ ଆସିଥିଲା । ପ୍ରାଥମିକ ଯାଂଚ ରିପୋର୍ଟ (ଅକ୍ଟୋବର ୧୭ ତାରିଖ)ରେ ପୀଡ଼ିତାଙ୍କ ଅନ୍ତଃବସ୍ତ୍ରରେ ଦୁଇ ଜଣ ବ୍ୟକ୍ତିଙ୍କ ବୀର୍ଯ୍ୟ (ସିମେନ୍)ର ସନ୍ଧାନ ମିଳିଥିବା ଦର୍ଶା ଯାଇଥିବା ବେଳେ ଅକ୍ଟୋବର ୨୩ ତାରିଖରେ ମିଳି ଥିବା ଦ୍ୱିତୀୟ ତଥା ଚୂଡାନ୍ତ ରିପୋର୍ଟରେ ଅନ୍ତଃବସ୍ତ୍ରରୁ କୌଣସି ବାହ୍ୟ ପଦାର୍ଥ ମିଳି ନଥିବା କୁହାଯାଇଛି । ପ୍ରଥମ ରିପୋର୍ଟଟି ଏକ ପ୍ରାଥମିକ ‘ଇଂଟର ଡ଼ିଭିଜନାଲ ରିପୋର୍ଟ’ ଥିଲା, ଯାହାକି ସଠିକ୍ ନୁହେଁ । ଅକ୍ଟୋବର ୨୩ ତାରିଖରେ ଦିଆଯାଇ ଥିବା ରିପୋର୍ଟ ହିଁ ଠିକ୍ ବୋଲି ରାଜ୍ୟ ଫେରୋନ୍ସକ୍ ଲାବରୋଟୋରୀ ସଫେଇ ଦେଇଥିବା ବେଳେ ପ୍ରଥମ ରିପୋର୍ଟରେ ମିଳିଥିବା ଦୁଇ ଜଣ ବ୍ୟକ୍ତିଙ୍କ ବୀର୍ଯ୍ୟ ବା ସିମେନ୍ ର ଉପସ୍ଥିତି ଦ୍ୱିତୀୟ ରିପୋର୍ଟ ବେଳକୁ କେମିତି ଗାଏବ ହୋଇ ଗଲା ବୋଲି ବିରୋଧୀମାନେ ପ୍ରଶ୍ନ କରିଛନ୍ତି । ସରକାର କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ଏକ ପ୍ରେମ ଜନିତ ଘଟଣା କହି ଯେଉଁ କାହାଣୀର ଅବତାରଣା କରୁଛନ୍ତି ତାହାର ବିଶ୍ୱସନୀୟତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ରାଜ୍ୟ ସରକାରଙ୍କ କ୍ରାଇମ୍ ବ୍ରାଂଚ ଜାଣିଶୁଣି ଏହି ଘଟଣାକୁ ଚପାଇ ଦେବା ସକାଶେ ଏଭଳି କାହାଣୀର ଅବତାରଣା କରୁଥିବା ଏବଂ ସରକାରୀ ଚାପର ସମ୍ମୁଖୀନ ହୋଇ ଫୋରିନ୍ସିକ ରିପୋର୍ଟ ବଦଳା ଯାଇଥିବା ସନେ୍ଦହ କରାଯାଉଛି । ସରକାର ଯେତେ ଯାହା ସଫେଇ ଦେଲେ ବି ଜନସାଧାରଣ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି । ପୀଡ଼ିତା ନ୍ୟାୟ ପାଇବା ସକାଶେ ୧୦୩ ଦିନ କାଳ ଲଢି ବିଫଳ ହେବାରୁ ଦୁଇ ଦିନ ତଳେ ଆତ୍ମହତ୍ୟା କରିଛି । ପୀଡ଼ିତାର ଜୀବିତ ଅବସ୍ଥାରେ ଯେଉଁ ତଥ୍ୟ ବାହାରକୁ ଆସି ନଥିଲା ଆତ୍ମହତ୍ୟା ପରେ ଆସୁ ଥିବାରୁ ପୁଲିସ ଓ କ୍ରାଇମ ବ୍ରାଂଚ ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠୁଛି । କଂଗ୍ରେସ ଓ ବିଜେପି ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବାକୁ ଅଂଟା ଭିଡି ଥିବା ବେଳେ ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିବାରୁ ତଦନ୍ତ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଶାସକ ବିଜେଡ଼ି ମୁଖପାତ୍ର ଶୁକ୍ରବାର ଦିନ ସଫେଇ ଦେଇଛନ୍ତି । ଜୀବିତ ଅବସ୍ଥାରେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ମୃତ୍ୟୁ ପରେ କି ନ୍ୟାୟ ଦେବେ (?) ବୋଲି ଏବେ ସାଧାରଣରେ ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS