‘କଳା ସାଆନ୍ତେ, ଅଛ କେମନ୍ତେ’ର ଗାୟକ ଅରବିନ୍ଦ ମୁଦୁଲି ଆଉ ନାହାନ୍ତି
ଭୁବନେଶ୍ୱର, ୨ ମାର୍ଚ୍ଚ : ପ୍ରଖ୍ୟାତ ଜଗନ୍ନାଥ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ଗୁରୁବାର ସକାଳେ ୫୬ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ହୃଦଘାତରେ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଦୁଲିଙ୍କ କଂଠରେ ‘କଳା ସାଆନ୍ତେ, ଅଛ କେମନ୍ତେ’, ‘ଜଗା ପାଇଁ ନିତି ମଲ୍ଲି ଫୁଲ’ ପ୍ରଭୃତି ଭଜନ ଘରେ ଘରେ ପରିଚିତ । ତିନି ହଜାରରୁ ଅଧିକ ଭଜନ ସେ ଗାଇଛନ୍ତି । ସେ ଜଣେ ସଂଗୀତଜ୍ଞ, ଗାୟକ ଓ ଗୀତ ରଚୟିତା ଭାବେ ପରିଚିତ ଥିଲେ । ଓଡ଼ିଆ ଭଜନ ସମ୍ରାଟ ଭୀକାରି ବଳଙ୍କ ସେ ପଟ୍ଟଶିଷ୍ୟ ଥିଲେ । ତାଙ୍କ ଭଜନ ଓଡ଼ିଶାରେ ଓ ରାଜ୍ୟ ବାହାରେ ସହସ୍ରାଧିକ ଓଡ଼ିଆଙ୍କ ମନ କିଣି ଥିଲା। ସେ ଶ୍ରୀଜଗନ୍ନାଥଙ୍କ ଭକ୍ତ ଥିଲେ ଏବଂ କେବଳ ଭଜନ ଗାଉ ଥିଲେ । ତାଙ୍କ ମୃତ୍ୟୁରେ କେବଳ ସଂଗୀତ ଜଗତ ନୁହେଁ, ସଂପୂର୍ଣ୍ଣ କଳା ଓ ସଂସ୍କୃତି ଜଗତରେ ଶୋକର ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଖ୍ୟାତ ଗାୟକ ପ୍ରଣବ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅରବିନ୍ଦ ମୁଦୁଲି ୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଖନାଟି ଗାଁରେ ଜନ୍ମ ଗ୍ରହଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS