ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ପ୍ରଶାନ୍ତ, ସୌମ୍ୟ ଓ ଅଚ୍ୟୁତ
ଭୁବନେଶ୍ୱର, ୦୮ ମାର୍ଚ୍ଚ: ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଓଡ଼ିଶାର ତିନିଟି ରାଜ୍ୟ ସଭା ଆସନ ପାଇଁ ବିଜେଡ଼ିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୭ ତାରିଖ ସକାଳେ ବିଜେଡ଼ିରେ ଯୋଗ ଦେଇଥିବା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ତଥା କଳିଙ୍ଗ ଟିଭିର ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରି ଥିବା ବେଳେ ଦଳର ମୁଖପାତ୍ର ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ତୁଲାଇ ଆସୁ ଥିବା ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ପ୍ରାର୍ଥୀ କରା ଯାଇଛି । ୧୨ ତାରିଖ ଦିନ ସେମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ତିନିଟି ଯାକ ଆସନରୁ ବିଜୟୀ ହେବା ପାଇଁ ବିଜେଡ଼ିର ଆବଶ୍ୟକ ସଂଖ୍ୟକ ପ୍ରଥମ ପସନ୍ଦ ଭୋଟ ରହି ଥିବାରୁ ଦଳର ଏହି ତିନି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ । ରାଜ୍ୟରେ ବିଜେପି ବା କଂଗ୍ରେସ ଗୋଟିଏ ହେଲେ ଆସନରୁ ଲଢିବାକୁ ସକ୍ଷମ ନ ଥିବାରୁ ବିଜେଡ଼ିର ତିନି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହେବା ନିଶ୍ଚିତ । ନିର୍ବାଚନ କମିସନଙ୍କୁ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ୨୩ରେ ରାଜ୍ୟସଭା ପାଇଁ ଭୋଟ ହେବ ଏବଂ ସେହିଦିନ ନିର୍ବାଚିତ ସଦସ୍ୟମାନଙ୍କ ନାମ ଘୋଷଣା କରାଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS