ଧର୍ମେନ୍ଦ୍ର ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ
ଭୁବନେଶ୍ୱର, ୧୩ ମାର୍ଚ୍ଚ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ଅନ୍ୟ ୭ ଜଣ ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ଶେଷ ହେଉ ଥିବାରୁ ସେମାନଙ୍କୁ ପୁନଃ ନିର୍ବାଚିତ କରାଇବାକୁ ବିଜେପି ନିଷ୍ପତ୍ତି ନେଇଛି । ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ଥିବା ଓଡ଼ିଶା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥର ଦଳ ମଧ୍ୟ ପ୍ରଦେଶରୁ ପ୍ରାର୍ଥୀ କରିଛି । ଧର୍ମେନ୍ଦ୍ର ସୋମବାର (୧୨ ତାରିଖ) ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସମତେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଥୱର ଚାନ୍ଦ ଗେହେଲଟ ମଧ୍ୟ ପ୍ରଦେଶକୁ ସ୍ଥାନାନ୍ତର ହୋଇଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ଯାଉ ଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ହିମାଚଳ ପ୍ରଦେଶ ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିହାରରୁ ରାଜ୍ୟସଭାକୁ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପରଷୋତ୍ତମ ରୁପାଲା ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଭାଇ ମାଣ୍ଡବ୍ୟ ଗୁଜରାଟରୁ ରାଜ୍ୟସଭାକୁ ଯିବେ । ଏହି ସାତ ଜଣ ମନ୍ତ୍ରୀଙ୍କ ବ୍ୟତୀତ ବିଜେପି ସାଧାରଣ ସଂପାଦକ ଭୂପିନ୍ଦର ୟାଦବଙ୍କୁ ରାଜସ୍ଥାନରୁ ପୁନଃ ପ୍ରାର୍ଥୀ କରା ଯାଇଛି । ଏପ୍ରିଲରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଦେକରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ସେ ତାଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ପୁନଃ ମନୋନୀତ ହେବା ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS