ସଂଖ୍ୟାଲଘୁ ମୁସଲିମ ଛାତ୍ରୀଙ୍କ ଲାଗି ଖୁବ୍ ଶୀଘ୍ର ଆସୁଛି “ପ୍ରଧାନମନ୍ତ୍ରୀ ସାଦୀ ସଗୁନ ଯୋଜନା”


ରାଉରକେଲାରୁ ଶିବ ପ୍ରସାଦ ଦାସ
ସଂଖ୍ୟାଲଘୁ ସଶକ୍ତ ମନ୍ତ୍ରଣାଳୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଥିବା ମହିଳା ମାନଙ୍କୁ ଜାତୀୟ ସ୍ରୋତରେ ସାମିଲ କରିବା ଲାଗି ଖୁବ ଶୀଘ୍ର ଆଣୁଛି ଏକ ନୂତନ ଯୋଜନା ‘ପ୍ରଧାନମନ୍ତୀ ସାଦୀ ସଗୁନ ଯୋଜନା’ । ଏହି ଯୋଜନା ମୂଖ୍ୟତଃ ମୁସଲିମ ବର୍ଗର ଛାତ୍ରୀମାନଙ୍କ ଲାଗି ଉର୍ଦ୍ଦିଷ୍ଟ । ଏହି ଯୋଜନାରେ ଜଣେ ମୁସଲିମ ଛାତ୍ରୀ କଲେଜ (ଗ୍ରାଜୁଏଟ)ଶିକ୍ଷା ସମାପ୍ତ କଲେ ସରକାର ଉପହାର ସ୍ୱରୂପ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ‘ସାଦୀ ସଗୁନ’ ଉପହାର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ଏପ୍ରିଲ ମାସରେ ସଂଖ୍ୟାଲଘୁ ମନ୍ତ୍ରଣାଳୟର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁସଲିମ ଛାତ୍ରୀଙ୍କ ନିମନ୍ତେ ରହିଥିବା ଛାତ୍ର ବୃତ୍ତି ଉପରେ ଆଲୋଚନା କରିବା ସହ ସରକାର ନେଇଥିବା ନିଷ୍ପତି ମଧ୍ୟରୁ ଏହା ଅନ୍ୟତମ ଅଟେ । ଏହି କମିଟି ଯୋଜନାର ରୂପରେଖ କିପରି ହେବ ସେ ନେଇ ବିଶେଷଜ୍ଞଙ୍କ ସହ ପରାମର୍ଶ ଜାରୀ ରଖିଛି । ଏହି ଯୋଜନାକୁ ସରକାର ‘ମୌଲାନା ଆଜାଦ ଏଜୁକେଶନ ଫାଉଣ୍ଡେସନ’ ଜରିଆରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖିଥିବା ସଂସ୍ଥାର ସଚିବ ରିଜାୱାନୁର ରେହମାନ କହିଛନ୍ତି । ଯଥା ସମ୍ଭବ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏହି ଯୋଜନାର ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପ୍ରଥମିକ ସ୍ତରରେ ଯେଉଁ ଛାତ୍ରୀମାନେ ସ୍କୁଲ ସ୍ତରରେ ମୌଲାନା ଆଜାଦ ଫାଉଣ୍ଡେସନ ଦ୍ୱାରା ସଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ‘ବେଗମ ହଜରତ ମହଲ ରାଷ୍ଟ୍ରିୟ ଛାତ୍ର ବୃତି’ ଯୋଜନାର ଉପକୃତ ହୋଇଥିବେ ସେମାନେ ଏହାର ଲାଭ ପାଇ ପାରିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଏହି ଯୋଜନାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ନିମନ୍ତେ ୫୦୦୦ ଟଙ୍କା ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନଙ୍କ ନିମନ୍ତେ ୬୦୦୦ଟଙ୍କାର ଆର୍ଥିକ ପ୍ରୋସôାହନ ରହିଛି । ଆର୍ଥିକ ଓ ସାମାଜିକ ସ୍ତରରେ ଦୁର୍ବଳ ଥିବା ବର୍ଗ ଲାଗି ଏହି ଯୋଜନା କାର୍ଯ୍ୟକାରୀ ହେଲେ ଦେଶର ବହୁ ମୁସଲିମ ଛାତ୍ରୀ ଏହାର ଫାଇଦା ପାଇ ପାରିବେ । ସଂଖ୍ୟାଲଘୁ ଓ ମହିଳା ସଶକ୍ତକରଣ କ୍ଷେତ୍ରରେ ଏହି ଯୋଜନା ବେଶ୍ ଲାଭ ଦାୟକ ହେବ ବୋଲି ତଥ୍ୟାଭିଜ୍ଞ ମହଲ ଆଶା ପ୍ରକାଶ କରିଛିନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS