କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ୪୯ ମୃତ, ୨୨ ଗୁରୁତର
କାଠମାଣ୍ଡୁ, ୧୩ ମାର୍ଚ୍ଚ: ନେପାଳର ରାଜଧାନୀ କାଠମାଣ୍ଡୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ବିମାନ ଦୁର୍ଘଟଣା ଘଟି ୪୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୨୨ଜଣ ଗୁରୁତର ଆହତ ହୋଇଛନ୍ତି । ୟୁଏସ୍-ବାଂଲା ଏୟାରଲାଇନସ୍ ର ଏହି ଯାତ୍ରୀବାହୀ ବିମାନ କାଠମାଣ୍ଡୁ ଆର୍ନ୍ତଜାତିକ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଅସ୍ୱାଭାବିକ ପ୍ରଦର୍ଶନ କରିଥିଲା । ପରେ ତାହା ବିମାନ ବନ୍ଦର ପରିସରରେ ଥିବା ପଡିଆରେ ପିଟି ହୋଇ ସେଥିରେ ନିଆଁ ଲାଗି ଯାଇଥିଲା । ଏହି ୭୮ ଆସନ ବିଶିଷ୍ଟ ଯାତ୍ରୀବାହୀ ବିମାନରେ ୬୭ ଜଣ ଯାତ୍ରୀ ଓ ୪ ଜଣ ବିମାନ କର୍ମଚାରୀ ଥିଲେ ବୋଲି ବିମାନ ବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି । ସୋମବାର ଅପରାହ୍ନ ୨ଟା ୨୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ବିମାନଟି ଜଳି ଯାଇ ଥିବା ବେଳେ ଗୁରୁତର ଆହତ ୨୨ଜଣ ଯାତ୍ରୀଙ୍କୁ ତିନିଟି ହସପିଟାଲରେ ଚିକିତ୍ସା କରାଯାଇ ଥିବା ପୁଲିସ ସୂଚନା ଦେଇଛନ୍ତି । କାଠମାଣ୍ଡୁ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୁଇ ଇଂଜିନ ବିଶିଷ୍ଟ ଏହି ବିମାନଟି ଅବତରଣ କରିବା ସମୟରେ ବିମାନର ଲାଣ୍ଡିଂ ଆଲାଇନମେଂଟରେ ତୃଟି ପରିଲକ୍ଷିତ ହୋଇଥିଲା । ଯେତେବେଳେ ବିମାନ ବନ୍ଦରର ଏୟାର ଟ୍ରାଫିକ କଂଟ୍ରୋଲ୍ ବିମାନକୁ ଅବତରଣ ନ କରାଇବାକୁ ପାଇଲଟ୍ ଙ୍କୁ ନିଦେ୍ର୍ଦଶ ଦେଲେ ପାଇଲଟ୍ ଙ୍କ ଆଡୁ କୌଣସି ଉତ୍ତର ମିଳି ନ ଥିଲା । ବିମାନଟି ବିମାନ ବନ୍ଦର ପରିସରରେ ପାର୍କିଂ ସ୍ଥଳରେ ଥିବା ଅନ୍ୟ ଏକ ବିମାନ ସହ ପିଟି ହେଉ ହେଉ ଅଳ୍ପକେ ବର୍ତି ଯାଇ ତିଲେ ମଧ୍ୟ ପୂର୍ବ ଦିଗରେ ଥିବା ପଡିଆରେ ପିଟି ହୋଇ ଜଳି ଯାଇ ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS