ବଲ୍ ଟ୍ୟାଂପରିଂ ଅଭିଯୋଗ, ଅଷ୍ଟ୍ରେଲିଆର କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଦଣ୍ଡିତ
ନୂଆଦିଲ୍ଲୀ, ୨୬ ମାର୍ଚ୍ଚ: ଦକ୍ଷିଣ ଆଫ୍ରିକା ବିରୋଧରେ ଶନିବାର ଅନୁଷ୍ଟିତ କ୍ରିକେଟ୍ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାଂପରିଂ କରିଥିବା ଅଭିଯୋଗରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଓ ଦଳର ଓପନର୍ କ୍ୟାମେରନ୍ ବେଙ୍କରଫ୍ଟଙ୍କୁ ଆଇସିସି ଦଣ୍ଡିତ କରିଛି । ଷ୍ଟିଭ୍ ଗୋଟିଏ ମ୍ୟାଚ୍ ଖେଳିବାରୁ ବାସନ୍ଦ ହେବା ସହ ଶହେ ପ୍ରତିଶତ ମ୍ୟାଚ୍ ଫି ହରାଇଛନ୍ତି । ସେହିପରି, ଦଳର ଓପନର୍ କ୍ୟାମେରନ୍ ବେଙ୍କରଫ୍ଟଙ୍କ ୭୫ ପ୍ରତିଶତ ମ୍ୟାଚ ଫି କଟି ଯାଇଛି । ସିସିଟିଭି ଫୁଟେଜ୍ ରେ ଧରା ପଡିବା ପରେ ଶନିବାର ସେମାନେ ବଲ୍ ଟ୍ୟାଂପରିଂ କଥା ସ୍ୱୀକାର କରିଛନ୍ତି । ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍ ଠାରେ ଶନିବାର ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଦିନର ଟେଷ୍ଟ୍ ମ୍ୟାଚ୍ ଥିବା ବେଳେ ଖେଳକୁ ନିଜ ସପକ୍ଷରେ ନେବା ପାଇଁ ଏହି ବଲ୍ ଟ୍ୟାଂପରିଂ କରାଯାଇଥିଲା । ବଲ୍ ର ପ୍ରାକୃତିକ ଅବସ୍ଥାକୁ ବଦଳାଇବା ସକାଶେ କ୍ୟାମେରନ୍ ବେଙ୍କରଫ୍ଟ ଏହି ଅନୈତିକ କାର୍ଯ୍ୟ କରିଥିଲେ । ବୋଲିଂ କରିବା ସମୟରେ ସେ ବଲ୍ ରେ ସ୍ୱିଂଗ୍ ଆଣିବା ପାଇ ଛୋଟ୍ ଟେପ୍ଟିଏ ଲଗାଇ ଥିବା ସିସିଟିଭି ଫୁଟେଜ୍ ରୁ ଧରା ପଡି ଥିଲା । ତେବେ, ଏହା ଏକୁଟିଆ ତାଙ୍କର ନିଷ୍ପତ୍ତି ନଥିଲା, ସାମଗ୍ରୀକ ଭାବେ ଦଳର ନିଷ୍ପତ୍ତି ଥିଲା ବୋଲି ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ସ୍ୱୀକାର କରିଛନ୍ତି । ଆଇସିସିର ଚିଫ୍ ଏକଜିକ୍ୟୁଟିଭ ଡ଼େଭିଡ ରିଚାର୍ଡସନ୍ ଅଷ୍ଟ୍ରେଲିଆ କ୍ୟାପଟେନ୍ ସ୍ମିଥ୍ ଙ୍କ ବିରୋଧରେ ଖେଳାଳୀ ଓ ଖେଳାଳୀଙ୍କ ସପୋର୍ଟ ଟିମ୍ ପାଇଁ ଲାଗୁ ଥିବା ଆଇସିସି ଆଚରଣବିଧିର ଆଟିକିଲ୍ ୨.୨.୧ର ଉଲଂଘନ ଅଭିଯୋଗ ଆଣିଛନ୍ତି । ବାସ୍ତବ ଖେଳୁଆଡ ମନୋଭାବର ବିପରିତ ଯେ କୌଣସି ଗୁରୁତର କାର୍ଯ୍ୟ ଆଇସିସି ଆଚରଣବିଧିର ଏହି ଧାରା ଉଲଂଘନ କରୁଛି ବୋଲି ସେ କହିଛନ୍ତି। ଶନିବାର ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକା ଠାରୁ ୩୨୨ ରନ୍ ବ୍ୟବଧାନରେ ଶୋଚନୀୟ ଭାବେ ପରାଜିତ ହୋଇଛି । ୪୩୦ ରନ୍ ର ଲକ୍ଷ ନେଇ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିବା ବେଳେ ମାତ୍ର ୧୦୭ ରନ୍ ରେ ଆଉଟ୍ ହୋଇ ଯାଇ ଥିଲା । ଶୁକ୍ରବାର ଦିନ ଜୋହାନ୍ସବର୍ଗ ଠାରେ ସିରିଜର ଫାଇନାଲ ମ୍ୟାଚ ଖେଳା ଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS