ଏନ୍ ଏସ୍ ଡ଼ିର ରାଷ୍ଟ୍ରୀୟ ପୂର୍ବୋତ୍ତର ନାଟ୍ୟ ସମାରୋହ: ପ୍ରଥମ ଦିବସରେ ଆସାମ ଓ ଦ୍ୱିତୀୟ ଦିବସରେ ମଣିପୁରୀ ନାଟକ ପରିବେଷିତ
ରାଉରକେଲା, ମେ’ ୩୧ (ମୋ ଅନୁଭବ): ରାଉରକେଲା ସିଭିକ୍ ସେଂଟର ପରିସରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ତରଫରୁ ପାଂଚ ଦିନିଆ ରାଷ୍ଟ୍ରୀୟ ପୂର୍ବୋତ୍ତର ନାଟ୍ୟ ସମାରୋହ ୨୮ ତାରିଖରୁ ଆରମ୍ଭ ହୋଇଛି । ରାଉରକେଲା ଇସ୍ପାତ କାରଖାନା (ଆରଏସ୍ ପି)ର ଇଡି ପି. କେ. ପ୍ରଧାନ ଏହାକୁ ଉଦଘାଟନ କରିଥିବା ବେଳେ ଏନଆଇଟିର କୁଳସଚିବ ସନ୍ତୋଷ କୁମାର ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନାଟକ ମାଧ୍ୟମରେ ଉତ୍ତରପୂର୍ବ ଓ ପୂର୍ବୋତ୍ତର ରାଜ୍ୟ ମଧ୍ୟରେ ସୁସଂପର୍କ ସ୍ଥାପନ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଏହି ନାଟକ ମହୋତ୍ସବକୁ ଉଦଘାଟନ କରି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବୋତ୍ତର ରାଜ୍ୟ ନାଟ୍ୟ ମହୋତ୍ସବର ସଂଯୋଜକ ସୁକୁମାର ଟୁଡୁ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଆଂଚଳିକ ସଂଯୋଜକ ନଳିନୀ ନିହାର ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଏହି ନାଟ୍ୟ ସମାରୋହର ପ୍ରଥମ ଦିବସରେ ଆସାମ ନାଗାଁଓର ‘ଅରଚିଡ ଥିଏଟର୍’ ତରଫରୁ ହେମନ୍ତ କୁମାର ବୋରାଙ୍କ ରଚିତ ଓ ସାହି ଦୁଇ ହକ୍ ଙ୍କ ନିର୍ଦେଶିତ ଅହମିୟା ଓ ଇଂରେଜ ଭାଷାର ନାଟକ ‘ବବଲ୍ ଇନ୍ ଦ ରିଭର’ ପରିବେଷିତ ହୋଇ ଥିଲା । ବ୍ରହ୍ମପୁତ୍ର ନଦୀ କୂଳରେ ଗଢ଼ି ଉଠି ଥିବା ଆସାମ ପ୍ରଦେଶରେ ଅସମୀୟା ଜନଜାତି ଠାରୁ ଆରମ୍ଭ କରି ବିଭିନ୍ନ ଜାତି, ଉପଜାତି ସମତେ ମୋଗଲ ଓ ଇଂରେଜଙ୍କ ପରି ବିଦେଶୀମାନେ ବସବାସ କରିଥିଲେ । ଏହି ବିଦେଶୀମାନଙ୍କ ପ୍ରବେଶ ସହ ମୂଳ ଅସମୀୟା ଆଦିମ ଜନଜାତି କିପରି ନିଜସ୍ୱ ପରିଚୟ ନିଜ ଅଂଚଳରେ ହରାଇ ବସିଛନ୍ତି ତାହା ଉପରେ ନାଟକଟି ଗତିଶୀଳ ହୋଇଥିଲା । ନାଟକ ମାଧ୍ୟମରେ ନାଟ୍ୟକାର ବେଶ୍ ସୁନ୍ଦର ଭାବେ ପୂର୍ବୋତ୍ତର ରାଜ୍ୟ ଆସାମରେ ଜାତି,ଉପଜାତିର ସୃଷ୍ଟି, ବିବର୍ତନ ଧାରା ଓ ବିଲୟ ସଂପର୍କରେ ବର୍ଣ୍ଣନା କରିବା ସହ ବ୍ରହ୍ମପୁତ୍ର ନଦୀକୁ ରାଷ୍ଟ୍ର ଓ ଜାତି, ଉପଜାତି ଗୁଡିକୁ ନଦୀର ପାଣି ଫୋଟକ ସହ ତୁଳନା କରିଛନ୍ତି, ଯାହାକି ନାଟକ ‘ବବଲ୍ ଇନ୍ ଦ ରିଭର’ ମାଧ୍ୟମରେ ପରିବେଷଣ ହୋଇଛିି । ନାଟକରେ ଅଭିନୟ କରିଥିବା କଳାକାରମାନଙ୍କ କଳାତ୍ମକ ଅଭିନୟ ଓ ଚିତ୍ରକଳା ଅତ୍ୟନ୍ତ ନିଖୁଣ ସାଙ୍ଗକୁ ସଙ୍ଗୀତ, ଆଲୋକ, ରୂପସଜ୍ଜା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା । ତାହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।
ସମାରୋହର ଦ୍ୱିତୀୟ ଦିବସରେ ମଣିପୁରର ପ୍ରସିଦ୍ଧ ନାଟ୍ୟ ସଂସ୍ଥା ‘ପିପୁଲସ୍ ଆର୍ଟ ଆଂଡ ଡ୍ରାମାଟିକ ଆସୋସିଏସନ’ର କଳାକାରଙ୍କ ଦ୍ୱାରା ଲାଇସରାମ ରାନ୍ଧୋନୀ ଦେବୀଙ୍କ ନିର୍ଦେଶିତ ମଣିପୁରୀ ନାଟକ ‘ଲୋକଥେଲ’ ପରବେଷିତ ହୋଇଯାଇଛି । ପାହାଡ ପର୍ବତ ଘେରା ମଣିପୁରର ଏକ କ୍ଷୁଦ୍ର ଗ୍ରାମରେ ଜମିଦାରଙ୍କ ଦ୍ୱାରା ଜଣେ ଗରିବ ଯୁବତୀ ଦୁଷ୍କର୍ମର ଶିକାର ହୋଇଛି । ଯେତେବେଳେ ସେ ଏହାର ପ୍ରତିବାଦ କରିଛି ଜମିଦାର ତାକୁ ହତ୍ୟା କରିବା ସହ ମାଟି ତଳେ ପୋତି ଦେଇଛନ୍ତି । ପରବର୍ତି ସମୟରେ ଯୁବତୀର ଅତୃପ୍ତ ଆତ୍ମା ସେହି ଗ୍ରାମର ଜଙ୍ଗଲରେ ଘୁରି ବୁଲିବା ସହ ସମସ୍ତଙ୍କୁ ନ୍ୟାୟ ଭିକ୍ଷା କରିଛି । ପୁରୁଷବାଦୀ ରୁଗଣ୍ ମାନସିକତା ଯୋଗୁଁ ଆମ ସଭ୍ୟତାରେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିôବା ହିଂସାକୁ ନେଇ ଏହି ନାଟକଟି ଗତିଶୀଳ ହେବା ସହ ସମାଜଧର୍ମୀ ହୋଇଛି । ମଣିପୁରୀ କଳାକାରମାନଙ୍କ ଅଭିନୟ ମଧ୍ୟ ହୃଦୟସ୍ପର୍ଶୀ ଥିଲା । ଜୁନ ୧ ତାରିଖ ପର୍ଯ୍ୟନ୍ତ ଏହି ନାଟ୍ୟ ସମାରେହ ଚାଲିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS