ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ରାଷ୍ଟ୍ରୀୟ ନାଟକ ସମାରୋହ ଉଦଯାପିତ
ରାଉରକେଲା, ଜୁନ୍ ୦୩ (ମୋ ଅନୁଭବ): ରାଉରକେଲା ସିଭିକ ସେଂଟର ଠାରେ ଚାଲି ଥିବା ପୂର୍ବୋତ୍ତର ନାଟ୍ୟ ସମାରୋହ ୧ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି । ଶେଷ ଦିବସରେ ଆର୍.ଏସ୍.ପିର ଡିଜିଏମ୍ ହୀରାଲାଲ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍.ଏସ୍.ଡି (ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା)ର ରେଜିଷ୍ଟ୍ରାର୍ ପ୍ରଦୀପ କୁମାର ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଓଡିଶାର କଳା, ଏ୍ୟ÷ତିହ୍ୟକୁ ରାଉରକେଲାର ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସେ ଓଡିଶା ଓ ରାଉରକେଲାରେ ହେଉଥିବା ମଂଚ ନାଟକର ଭୂୟସୀ ପ୍ରଶଂସା କରିଥିଲେ ମଧ୍ୟ ଓଡିଆ ଯୁବକମାନେ ନାଟ୍ୟ କ୍ଷେତ୍ରରେ ବେଶ୍ ପଛୁଆ ରହୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଉଦାହରଣ ଛଳରେ ସେ କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ଓଡିଶାର କୌଣସି ଛାତ୍ରଛାତ୍ରୀ ଏହି ସୁନାମଧନ୍ୟ ଅନୁଷ୍ଠାନରେ ଅଧ୍ୟୟନ ଲାଗି କୃତକାର୍ଯ୍ୟ ହୋଇ ନ ଥିବା ଦୁର୍ଭାଗ୍ୟଜନକ ।
ଗଲା ତିନି ବର୍ଷ ହେଲା ଭୁବନେଶ୍ୱର ଠାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଏକ ଶାଖା କାର୍ଯ୍ୟ କରୁଥିବା ଉଲ୍ଲେଖ କରି ମହାନ୍ତି କହିଲେ, ତାହା ଦ୍ୱାରା ମଧ୍ୟ କୌଣସି ପରିବର୍ତନ ଲକ୍ଷ୍ୟ କରାଯାଇ ନାହିଁ । ତେଣୁ, ଓଡିଶା ଓ ରାଉରକେଲାର ନାଟ୍ୟ ଅନୁଷ୍ଠାନମାନେ ନାଟକ ପରିବେଷଣ କରିବା ସହ ଏହି ସୁନାମଧନ୍ୟ ଅନୁଷ୍ଠାନ ଲାଗି ଯୋଗ୍ୟ ବିବେଚିତ ହେବା ପରି ଛାତ୍ରଛାତ୍ରୀ ସୃଷ୍ଟି କରିବା ଉଚିତ ।
ଏହି ଅବସରରେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ସଂବର୍ଦ୍ଧନା ଦିଆଯିବା ସହ ଏନ୍.ଏସ୍.ଡିର ନିଦେ୍ର୍ଦଶକ ସତ୍ୟବୀର ସିଂ, ସଂଯୋଜକ ସୁକୁମାର ଟୁଡୁ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ସଂଧ୍ୟାରେ ନାଗାଲ୍ୟାଣ୍ଡର ନାଟ୍ୟ ଅନୁଷ୍ଠାନ ‘ହିଲ୍ ଥିଏଟର’ର କଳାକାରମାନେ ନାଟକ ‘ଜିନା ଓ ଇତିବେନ’ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆର୍.ଏସ୍.ପିର ଇଡି ପି କେ ପ୍ରଧାନ ଓ ନିରୋଦକାନ୍ତ ସମାନ୍ତରାୟ ଯୋଗ ଦେଇ ରାଷ୍ଟ୍ରୀୟ ନଟକ ବିଦ୍ୟାଳୟରେ ପ୍ରଥମ ଓଡିଆ ରେଜିଷ୍ଟ୍ରାର ଭାବେ ଶ୍ରୀ ମହାନ୍ତି ଯୋଗ ଦେଇ ଥିବାରୁ ସେ ସମସ୍ତ ଓଡିଆଙ୍କ ଲାଗି ଗର୍ବ ଓ ଗୌରବ ବୋଲି କହିବା ସହ ରାଉରକେଲା ସହରରେ ଏହି କାର୍ଯ୍ୟକ୍ରମ କରି ଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ରାଉରକେଲାରେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହେଳେ ଆର୍.ଏସ୍.ପି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଆଂଚଳିକ ସଂଯୋଜକ ନଳିନୀ ନିହାର ନାୟକ ଧନ୍ୟବାଦ ଅର୍ପର କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS