ମୁମ୍ବାଇ ନିକଟରେ ଘରୋଇ ଚାଟର୍ଡ ବିମାନ ଦୁର୍ଘଟନାଗ୍ରସ୍ତ, ୫ ଜଣଙ୍କ ମୃତ୍ୟୁ


ମୁମ୍ବାଇ, ଜୁନ ୨୮: ସହର ଉପକଂଠ ଘାଟକୋପାର ଅଂଚଳରେ ଗୁରୁବାର ଅପରାହ୍ନରେ ଏକ ୧୨ ଆସନ ବିଶିଷ୍ଟ ଘରୋଇ ଚାଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ପାଇଲଟ୍, ଦୁଇ ଜଣ ବିମାନ ରକ୍ଷଣାବେକ୍ଷଣ ଯନ୍ତ୍ରୀ ଓ ଜଣେ ପଥଚାରୀ, ଏଭଳି ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି । ଡ଼ିଜିସିଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିଙ୍ଗ୍ ଏୟାର ସି୯୦ ବିମାନଟି ଏକ ନିର୍ମାଣ ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବିମାନର ‘ବ୍ଲାକ୍ ବକ୍ସ’ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାର ତଦନ୍ତ କରିବାକୁ ଡ଼ିଜିସିଏକୁ ନିର୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି । ଏୟାରକ୍ରାଫ୍ଟ ଆକ୍ସିଡେଂଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋ ବିମାନ ଦୁର୍ଘଟଣାର ତଦନ୍ତ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମହାନିର୍ଦେଶକ ବିଏସ ଭୁଲର ଗଣମାଧ୍ୟମକୁ କହିଛନ୍ତି । ପ୍ରାଥମିକ ତଦନ୍ତ ପାଇଁ ଡ଼ିଜିସିଏ ଟିମ୍ ମୁମ୍ବାଇରେ ପହଂଚିଛନ୍ତି ।
ଏହି ଚାଟର୍ଡ ବିମାନଟି ଟେଷ୍ଟିଂ ପାଇଁ ଜୁହୁରୁ ଉଡାଣ ଭରି ଥିବା ବେଳେ ଗୁରୁବାର ଅପରାହ୍ନ ସାଢେ ଗୋଟାଏ ସମୟରେ ଘାଟକୋପାର (ୱେଷ୍ଟ୍) ଓଲ୍ଡ ମାଲିକ ଇଷ୍ଟେଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା । ଖବର ପାଇବା ସଂଗେ ସଂଗେ ମୁମ୍ବାଇ ମେଟ୍ରୋପଲିଟାନ ଫାୟାର ବ୍ରିଗେଡର ୧୦୮ଟି ଆମ୍ବୁଲାନ୍ସ ଓ ଏନଡ଼ିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଂଚି ଥିଲେ । ଅପରାହ୍ନ ଗୋଟାଏ ୧୬ ମିନିଟରେ ଡ଼ିଷ୍ଟ୍ରେସ୍ କଲ୍ ପାଇବା ପରେ ତିନିଟି ଦମକଳ ମଧ୍ୟ ଘଟରାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଅପରାହ୍ନ ଗୋଟାଏ ୪୦ ମିନିଟ ସୁଦ୍ଧା ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀମାନେ କହିଛନ୍ତି । ଏହି ୧୨ ଆସନ ବିଶିଷ୍ଟ ଚାଟର୍ଡ ବିମାନଟି ଦୀପକ କୋଠାରୀଙ୍କ ଦ୍ୱାରା ପରିଚାଳିତ ୟୁଭି ଏଭିଏସନ୍ ସଂସ୍ଥାର । ଉତ୍ତର ପ୍ରଦେଶ ସରକାର ୨୦୧୪ରେ ଏହି ବିମାନଟିକୁ ସଂପୃକ୍ତ ସଂସ୍ଥାକୁ ବିକ୍ରି କରିଦେଇଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS