ଥ୍ୟାମ ଲୁଇଙ୍ଗ ଗୁମ୍ପାରୁ ଉଦ୍ଧାର ହେଲେଣି ୮ ବାଳକ, କୋଚଙ୍କ ସହ ବାକି ଚାରି ବାଳକ ଉଦ୍ଧାର ଅପେକ୍ଷାରେ
ବ୍ୟାଂକକ, ଜୁଲାଇ ୧୦: ଥାଇଲ୍ୟାଣ୍ଡର ଥ୍ୟାମ ଲୁଇଙ୍ଗ ଗୁମ୍ଫାରେ ଫସି ରହି ଥିବା ୧୬ ବର୍ଷରୁ କମ ଫୁଟବଲ ଦଳର ୧୨ ଜଣ ଖେଳାଳୀ ଓ ସେମାନଙ୍କ କୋଚଂକୁ ଉଦ୍ଧାର କରିବା ସକାଶେ ରବିବାରରୁ ଚାଲି ଥିବା ଉଦ୍ଧାର ଅଭିଯାନ ସଫଳତା ଆଡକୁ ଯାଉଛି । ଆଉ ୪ ଜଣ ବାଳକଙ୍କୁ ସୋମବାର ଦିନ ଉଦ୍ଧାର କରାଯିବା ଉଦ୍ଧାର ହୋଇଥିବା ବାଳକଙ୍କ ସଂଖ୍ୟା ୮ରେ ପହଂଚିଛି । ରବିବାର ଦିନ ଉଦ୍ଧାରକାରୀ ଦଳ ୪ ଜଣ ବାଳକଙ୍କୁ ଉଦ୍ଧାର କରିଥିଲେ । ଆଉ ୪ ଜଣ ବାଳକ ଓ ସେମାନଙ୍କ କୋଚଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସମସ୍ତ ଯୋର୍ ଲଗାଇ ଦେଇଛନ୍ତି । ପାଖାପାଖି ୯୦ ଜଣ ବୁଡାଳୀ (ଡାଇଭର୍) ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେଥିରୁ ୫୦ ଜଣ ବିଦେଶୀ ବୁଡାଳୀ ହୋଇଥିବା ବେଳେ ୪୦ ଜଣ ଥାଇଲ୍ୟାଣ୍ଡର । ଉଦ୍ଧାର କରାଯାଇଥିବା ବାଳକମାନଙ୍କୁ ଉତ୍ତର ଥାଇଲ୍ୟାଣ୍ଡରେ ଥିବା ଚିଆଙ୍ଗ ରାଏ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।
ଜୁନ ୨୩ ତାରିଖରୁ ୧୨ ଜଣ ଥାଇ ସ୍କୁଲ ବାଳକ ଓ ସେମାନଙ୍କ କୋଚଙ୍କ ସହ ଥ୍ୟାମ ଲୁଇଙ୍ଗ ଗୁମ୍ଫାରେ ପ୍ରବେଶ କରିବା ପରେ ବାହାରକୁ ବାହାରି ପାରି ନ ଥିଲେ । ଗୁମ୍ଫାଟି ଅତ୍ୟନ୍ତ ଦୁର୍ଗମ ହୋଇଥିବା ବେଳେ ବନ୍ୟା ଜଳରେ ବୁଡି ରହି ଥିବାରୁ ଦେଶୀ, ବିଦେଶୀ ପ୍ରଶିକ୍ଷିତ ବୁଡାଳୀଙ୍କ ସହାୟତାରେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ଥାଇଲ୍ୟାଣ୍ଡର ଇଲାଇଟ୍ ନେଭି ସିଲ୍ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗୁମ୍ଫା ଭିତରକୁ ପହଁରି ପହଁରି ଯାଇ ଫସି ରହି ଥିବା ବାଳକମାନଙ୍କ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଅଣଓସାରିଆ ଗୁମ୍ଫା ଭିତର ବନ୍ୟା ଜଳରେ ବୁଡି ରହିଥିବା ବେଳେ ବାହାରେ ପ୍ରତିକୂଳ ପାଗ ଉଦ୍ଧାରକାରୀ ଦଳକୁ ଅଡୁଆରେ ପକାଇଛି । ‘ବନ୍ୟା ଜଳ ଓ ସମୟ’ ସହ ସେମାନେ ସଂଘର୍ଷ କରୁଥିବା ଉଦ୍ଧାରକାରୀ ଦଳ କହିଛନ୍ତି । ୧୧ରୁ ୧୬ ବର୍ଷ ବୟସର ଏହି ବାଳକ ମାନେ ସେମାନଙ୍କ ୨୫ ବର୍ଷ ବୟସ୍କ କୋଚଙ୍କ ସହ ଜୁନ ୨୩ ତାରିଖରେ ଫୁଟବଲ ପ୍ରାକ୍ଟିସ କରିବା ପରେ ଜଣେ ସାଥୀ ଖେଳାଳୀଙ୍କ ଜନ୍ମଦିନ ପାଳନ ପାଇଁ ମିଆମାର ସୀମାନ୍ତରେ ଥିବା ଏହି ଗୁମ୍ଫା ଭିତରେ ପ୍ରବେଶ କରିଥିଲେ । ତେବେ, କୌତୁହଳବଶତଃ ସେମାନେ ବହୁ ବାଟ ଭିତରକୁ ଚାଲି ଯାଇଥିଲେ ମଧ୍ୟ ଫେରିବା ବାଟ ଭୁଲି ଯାଇ ପାଣି, କାଦୁଅରେ ଭର୍ତି ଅଣ ଓସାରିଆ ଗୁମ୍ଫା ଭିତରେ ଫସି ରହି ଥିଲେ । ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳରେ ଗୁମ୍ଫାଟି ବୁଡି ରହି ଫେରିବା ବାଟ ବନ୍ଦ ହୋଇ ଯାଇଥିଲା । ସେମାନେ ଏକପ୍ରକାର ଝୁଲନ୍ତ ଅବସ୍ଥାରେ ଗୁମ୍ପା ଭିତରେ ଦୁଇ ସପ୍ତାହରୁ ଅଧିକ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତି ଓ ରିହରସାଲ ପରେ ରବିବାରରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ଫସି ରହିଥିବା ପିଲାମାନଙ୍କୁ ଖାଦ୍ୟ, ଓøଷଧ, ଅନ୍ୟ ଆବଶ୍ୟକ ସାମଗ୍ରୀ ଉଦ୍ଧାରକାରୀ ଦଳଙ୍କ ମାଧ୍ୟମରେ ଗୁମ୍ଫା ଭିତରେ ଯୋଗାଇ ଦିଆଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS