ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ, ତଳିଆ ଅଂଚଳରେ ବନ୍ୟା ଆଶଙ୍କା ନେଇ ସତର୍କତା
ଭୁବନେଶ୍ୱର,୨୪ ଜୁଲାଇ: ରାଜ୍ୟରେ ଜୁଲାଇ ୨୧ ତାରିଖରୁ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମହାନଦୀ ଅବବାହିକାରେ ଏକ ମଧ୍ୟମ ଧରଣର ବନ୍ୟାର ଆଶଙ୍କା ରହିଛି । ତେଣୁ, ପ୍ରଶାସନ ଏହାର ମୁକାବଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ମହାନଦୀର ତଳ ଓ ଉପର ମୁଣ୍ଡ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଫୁଲିବା ସହ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବିପଦ ସଂକେତରୁ କିଛି ଫୁଟ ତଳେ ରହିଛି । ଲଗାଣ ବର୍ଷାରେ ଜଳଭଣ୍ଡାର ଜଳସ୍ତର ଅନ୍ତତଃ ୨୫ ଫୁଟ ବଢି ଯାଇଥିବା ସୋମବାର ଦିନ ଜଳଭଣ୍ଡାର କର୍ତର୍ୃପକ୍ଷ ସୂଚନା ଦେଇଥିଲେ । ବନ୍ୟା ଜଳ ପରିମାଣ ଅଧିକ ବୃଦ୍ଧି ପାଇଲେ ବଡ ଧରଣର ବନ୍ୟା ଆଶଙ୍କା ଥିବାରୁ ନିର୍ଦ୍ଦାରିତ ଯୋଜନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନରୁ ଏହି ଜଳଭଣ୍ଡାରୁ ଜଳ ନିଷ୍କାସନ ଆରମ୍ଭ କରାଯାଇଛି । ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ସକାଶେ ମଙ୍ଗଳବାର ମଧ୍ୟାହ୍ନ ୧୨ରେ ପ୍ରଥମେ ଜଳଭଣ୍ଡାରର ୭ ନଂବର ଫାଟକ ଖୋଲା ଯାଇଥିଲା । ପରେ ଆଉ ୪ଟି ଫାଟକ ଖୋଲା ଯାଇଛିି । ପର୍ଯ୍ୟାୟ କ୍ରମେ ଆଉ ୧୫ଟି ଫାଟକ ଖୋଲା ଯିବ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛିି । ଜଳଭଣ୍ଡାର କର୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳଭଣ୍ଡାରରେ ୬୧୮ ଫୁଟ ପାଣି ଥିଲା । ୬୩୦ ଫୁଟ ପର୍ଯ୍ୟନ୍ତ କୌଣସି ବିପଦ ନାହିଁ । ତେବେ, ଆଗୁଆ ଫାଟକ ଖୋଲି ଜଳ ନିଷ୍କାସନ କରା ନ ଗଲେ ବଡ଼ ଧରଣର ବନ୍ୟାର ଆଶଙ୍କା ଥିବାରୁ ଜଳଭଣ୍ଡାର କର୍ତର୍ୃପକ୍ଷ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନେଇ ଥିଲେ । ଆବଶ୍ୟକ ପୂଜା ପାଠ କରାଯିବା ପରେ ମଧ୍ୟାହ୍ନରୁ ବନ୍ୟାଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାରରୁ ପ୍ରାୟ ୩ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯିବା ଯୋଜନା ରହିଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୮୯୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୨, ୧୨୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି ବୋଲି ଜଳଭଣ୍ଡାର କର୍ତର୍ୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ମହାନଦୀକୁ ନିଷ୍କାସିତ ହୋଇଥିବା ବନ୍ୟା ଜଳ କଟକ ନିକଟସ୍ଥ ମୁଣ୍ଡୁଳି ବ୍ୟାରେଜରେ ପହଂଚିବା ପାଇଁ ଅନ୍ୟୁନ ୩୬ରୁ ୪୦ ଘଂଟା ଲାଗିବ । ଏହି ବନ୍ୟା ଜଳ ସମୁଦ୍ରକୁ ପ୍ରବାହତ ହୋଇଯିବ । ତଥାପି, ତଳିଆ ଅଂଚଳରେ ମଧ୍ୟମ ଧରଣର ବନ୍ୟାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ସରୀକର ଥିବା ନଦୀ ବନ୍ଧର ତଳିଆ ଅଂଚଳ ଗ୍ରାମବାସୀମାନେ ସତର୍କ ରହିବାକୁ ପରାମର୍ଶ ଦେିଛନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ମହାନଦୀରେ ପ୍ରବେଶ ନ କରିବାକୁ ସତର୍କ କରିଦିଆଯାଇଛି । ୨୯ ତାରିଖ ଆଉ ଏକ ଲଘୁଚାପର ଆଶଭ୍କା ରହିଥିବା ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS