ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପରଲୋକ
![](https://moanubhav.com/wp-content/uploads/2018/08/M.-Karunanidhi.jpg)
![](http://moanubhav.com/moads/upload/banner2.jpg)
ଚେନ୍ନାଇ, ଅଗଷ୍ଟ ୦୭: ଡ଼ିଏମକେ ପ୍ରତିଷ୍ଠାତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ଆଜି ସନ୍ଧ୍ୟା ୬ଟା ୧୦ ମିନିଟରେ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କରୁଣାନିଧି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଧୀରେ ଧୀରେ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଅଚଳ ହୋଇ ପଡି ଥିଲା । ଡାକ୍ତରମାନେ ବହୁ ଚେଷ୍ଟା କରି ମଧ୍ୟ ତାଙ୍କୁ ବଂଚାଇ ପାରି ନ ଥିବା ସଂପୃକ୍ତ ହସପିଟାଲ ଡ଼ାକ୍ତରମାନେ କହିଛନ୍ତି । କରୁଣାନିଧି ୧୩ ଥର ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୫ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଆଇଏଡ଼ିଏମକେ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ମୃତ୍ୟୁ ପରେ ଡ଼ିଏମକେ ମୁଖ୍ୟ ଏମ. କରୁଣାନିଧି ଥିଲେ ରାଜ୍ୟର ଏକମାତ୍ର ବର୍ଷିଆନ ଜନନେତା । ତାଙ୍କ ମୃତ୍ୟୁରେ ତାମିଲନାଡୁ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି । ଜୟଳଳିତାଙ୍କଙ୍କ ଭଳି କରୁଣାନିଧି ମଧ୍ୟ ତାମିଲ ଚଳଚ୍ଚିତ୍ର ଜଗତରୁ ରାଜନୀତିକୁ ଆସି ତାମିଲ ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ । ତାମିଲନାଡୁରେ ଡ଼ିଏମକେ ଓ ଏଆଇଏଡ଼ିଏମକେ ହିଁ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ତାମିଲନାଡୁବାସୀ ଉଭୟ ଜୟଲଲିତା ଓ କରୁଣାନିଧିଙ୍କୁ ଅଶେଷ ଭଲ ପାଇବା ସହ ଥରେ ଜୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିଲେ ଅପର ଥର କରୁଣାନିଧିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁଥିଲେ । ଜୟାଙ୍କ ପରି କରୁଣାନିଧି ମଧ୍ୟ ମୁଖ୍ୟମନ୍ତ୍ରୀ ଥାଆନ୍ତୁ ବା ନ ଥାଆନ୍ତୁ ଜୀବିତ ଥିବା ଅବସ୍ଥାରେ ଭାରତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ତାଙ୍କ ମୃତ୍ୟୁ ଭାରତୀୟ ରାଜନୀତି ପାଇଁ ମଧ୍ୟ ଏକ ବଡ ଝଟକା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଣାନିଧିଙ୍କ ମୃତ୍ୟୁ ଖବର ପାଇବା ପରେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ବର୍ତର୍ମାନ କରୁଣାନିଧିଙ୍କ ପୁଅ ଷ୍ଟାଲିନ୍ ଡ଼ିଏମକେର ନେତୃତ୍ୱ ନେଉଛନ୍ତି ।
![](http://moanubhav.com/moads/upload/banner3.jpg)
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS