‘ନ୍ୟାସନାଲ ହେରାଲ୍ଡ’ ବିରୋଧରେ ୫ହଜାର କୋଟିର ମାନହାନୀ ମକଦ୍ଦମା
ଅହମ୍ମଦାବାଦ, ଅଗଷ୍ଟ ୨୬ (ମୋଅନୁଭବ.କମ୍): ‘ନ୍ୟାସନାଲ ହେରାଲ୍ଡ’ ସମ୍ବାଦପତ୍ରରେ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତ ସଂପର୍କରେ ପ୍ରକାଶିତ ଏକ ରିପୋର୍ଟ ‘ଆପତ୍ତିଜନକ ଓ ମାନହାନୀ ସୂଚକ’ ବୋଲି ଦର୍ଶାଇ ଅନିଲ ଆମ୍ବାନୀଙ୍କ ରିଲାଏନ୍ସ ଗୃପ୍ କଂପାନୀଙ୍କ ପକ୍ଷରୁ ସଂପୃକ୍ତ ସମ୍ବାଦପତ୍ର ବିରୋଧରେ ୫ ହଜାର କୋଟି ଟଙ୍କାର ଏକ ମାନହାନୀ ମକଦ୍ଦମା ଦାଏର କରାଯାଇଛି । ଏହି ସମ୍ବାଦପତ୍ର ଗାନ୍ଧୀ ପରିବାର ମାଲିକାନାରେ ରହିଛି । ରିଲାଏନ୍ସ ଡ଼ିଫେନ୍ସ, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର ଓ ରିଲାଏନ୍ସ ଏରୋଷ୍ଟ୍ରକଚର୍ ପକ୍ଷରୁ ଏହି ସିଭିଲ ଡ଼ିଫାମେସନ୍ କେଶ୍ ଗତ ୨୪ ତାରିଖ ଦିନ ସିଟି ସିଭିଲ ଏଣ୍ଡ ସେସନ୍ସ ଜଜ୍ ପି.ଜେ.ତମାକୁୱାଲାଙ୍କ କୋର୍ଟରେ ଦାଏର ହୋଇଥିବା ଜଣାପଡିଛି ।
ରିଲାଏନ୍ସ ଗୃପ୍ କଂପାନୀମାନେ ‘ନ୍ୟାସନାଲ ହେରାଲ୍ଡ’ର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍, ତାହାର ମୁଖ୍ୟ ସଂପାଦକ ଜାଫର ଆଗା ଏବଂ ପ୍ରକାଶିତ ଲେଖାର ଲେଖକ ବିଶ୍ୱଦୀପକଙ୍କ ବିରୋଧରେ ଏହି ମାନହାନୀ ମାମଲା ଦାଏର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଅଭିଯୋଗର ଉତ୍ତର ରଖିବାକୁ ସିଟି ସିଭିଲ ଏଣ୍ଡ ସେସନ୍ସ ଜଜ୍ ତମାକୁୱାଲା ସଂପୃକ୍ତ ସମ୍ବାଦପତ୍ରକୁ ନୋଟିସ ଜାରି କରିଛନ୍ତି । ଦାଏର ହୋଇଥିବା ମାମଲାରେ ରିଲାଏନ୍ସ ଗୃପ୍ କଂପାନୀମାନେ କୋର୍ଟରେ ଦାଏଲ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଫେଲ୍ ଯୁଦ୍ଧ ବିମାନ ଖର୍ଦ୍ଧି ସଂପର୍କିର୍ତ ଚୁକ୍ତି ବିଷୟରେ ସରକାରୀ ଭାବେ ଘାଷଣା କରିବାର ୧୦ ଦିନ ପୂର୍ବରୁ ରିଲାଏନ୍ସ ଗୃପ୍ ମାଲିକ ଅନିଲ ଆମ୍ବାନୀ ‘ରିଲାଏନ୍ସ ଡ଼ିଫେନ୍ସ’ ନାମରେ ଏକ କଂପାନୀ ଖୋଲି ଥିଲେ ବୋଲି ସଂପୃକ୍ତ ସମ୍ବାଦପତ୍ରରେ ଯାହା ପ୍ରକାଶ ପାଇଛି ତାହା ଅତ୍ୟନ୍ତ ଆପତ୍ତିଜନକ ଓ ମାନହାନୀସୂଚକ । ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ରିଲାଏନ୍ସ କଂପାନୀକୁ ବେନିୟମ ବ୍ୟବସାୟିକ ଫାଇଦା ଦେବା ସକାଶେ ବର୍ତମାନର କେନ୍ଦ୍ର ସରକାର ଏଭଳି କରିଛନ୍ତି ବୋଲି ଲେଖାଟି ଜନସାଧାରଣରେ ଧାରଣା ସୃଷ୍ଟି କରିଛି । ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ଲେଖା ପ୍ରକାଶ କରାଯାଇଛି । ପ୍ରକାଶିତ ଲେଖାଟି ରିଲାଏନ୍ସ ଗୃପ୍ ଓ ଏହାର ଅଧ୍ୟକ୍ଷ ଅନିଲ ଆମ୍ବାନିଙ୍କ ଛବିକୁ ଖରାପ କରିବାକୁ ଉଦ୍ଦିଷ୍ଟ । ଏହାଦ୍ୱାରା କଂପାନୀ ପ୍ରତି ଜନସାଧାରଣରେ ପ୍ରତିକୂଳ ମନୋଭାବ ସୃଷ୍ଟି ହେଉଛି ବୋଲି ପିଟିସନରେ ଦର୍ଶାଯାଇଛି ।
ପ୍ରକାଶିତ ଲେଖାଟି ରିଲାଏନ୍ସ ଗୃପ୍ କଂପାନୀଙ୍କ ଚରିତ୍ର ସଂହାର ସହ ‘ବିପୁଳ’ କ୍ଷତି ଘଟାଇ ଥିବାରୁ ଏବଂ ଏହାଦ୍ୱାରା ରିଲାଏନ୍ସ ଗୃପ୍ ର ବଜାରରେ ଥିବା ସୁନାମ ନଷ୍ଟ ହୋଇଥିବାରୁ ସଂପୃକ୍ତ ସମ୍ବାଦପତ୍ର ଓ ତାହାର ପ୍ରକାଶନ ସଂସ୍ଥା ୫ ହଜାର କୋଟି ଟଙ୍କାର କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମ୍ବାନିଙ୍କ କଂପାନୀ ସମୂହ ଦାବି କରିଛନ୍ତି । ଅଭିଯୋଗକାରୀ କଂପାନୀଙ୍କ ପକ୍ଷରୁ ସମ୍ବାଦପତ୍ରରେ ପ୍ରକାଶିତ ଲେଖାକୁ ଦୃଢ ଭାବେ ଖଣ୍ଡନ କରାଯାଇଛି । ପୂର୍ବରୁ ଅନିଲ ଆମ୍ବାନିଙ୍କ ରିଲାଏନ୍ସ ଗୃପ୍ ପକ୍ଷରୁ ଦେଶର ଅଧିକାଂଶ କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଯାଇ ରାଫେଲ ଚୁକ୍ତି ସହ କଂପାନୀକୁ ଯୋଡି ଅଭିଯୋଗ କରିବାରୁ ନିବୃତ୍ ତ ରହିବାକୁ ଚେତାଇ ଦିଆଯାଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS