କୋରେଗାଓଁ-ଭୀମା ମାମଲା: ଗିରଫ ମାନବାଧିକାର ପ୍ରବକ୍ତାଙ୍କ ଶୁଣାଣୀ ୧୭କୁ ଘୁଂଚିଲା
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ମୋଅନୁଭବ.କମ୍): ମହାରାଷ୍ଟ୍ରର କୋରେଗାଓଁ-ଭୀମାରେ ଗତ ଜାନୁୟାରୀ ମାସରେ ଘଟି ଥିବା ହିଂସା ସହ ସଂପୃକ୍ତ ଥିବା ଅଭିଯୋଗରେ ପୁନେ ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ ମାନବାଧିକାର ପ୍ରବକ୍ତାଙ୍କ ମାମଲାର ଶୁଣାଣୀକୁ ସୁପ୍ରିମ କୋର୍ଟ ଆସନ୍ତା ୧୭ ତାରିଖକୁ ଘୁଂଚାଇଛନ୍ତି । ସେପର୍ଯ୍ୟନ୍ତ ଅଭିଯୁକ୍ତମାନେ ନିଜ ନିଜ ଘରେ ଗୃହବନ୍ଦୀ ରହିବେ । ଗତ ଅଗଷ୍ଟ ୨୮ ତାରିଖରେ ସେମାନଙ୍କୁ ବିଭିନ୍ନ ସହରରୁ ଗିରଫ କରାଯାଇଥିଲା । ୨୯ ତାରିଖ ଦିନ ସେମାନଙ୍କୁ ସିଧାସଳଖ ସୁପ୍ରିମ କୋର୍ଟରେ ହାଜର କରାଯାଇଥିବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣୀ କରି ସେପ୍ଟେମ୍ବର ୬ ତାରିଖରେ ପରବର୍ତର୍ୀ ଶୁଣାଣୀ ତାରିଖ ଧାର୍ଯ୍ୟ କରିଥିଲେ । ପରବର୍ତର୍ୀ ଶୁଣାଣୀ ପର୍ଯ୍ୟନ୍ତ ସେମାନେ ଜେଲକୁ ନ ଯାଇ ନିଜ ନିଜ ଘରକୁ ଫେରି ସେଠାରେ ଗୃହବନ୍ଦୀ ହୋଇ ରହିବେ ବୋଲି କୋର୍ଟ ନିର୍ଦେଶ ଦେଇଥିଲେ । ପୁଲିସ ସେହି ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଥିଲା । ସେପ୍ଟେମ୍ବର ୬ ତାରିଖରେ ପୁନେ ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ସୁପ୍ରିମ କୋର୍ଟର ଖଣ୍ଡପୀଠ ଲେଖିକା ରୋମିଲା ଥାପରଙ୍କ ଦ୍ୱାରା ୫ ମାନବାଧିକାର ପ୍ରବକ୍ତାଙ୍କ ସପକ୍ଷରେ ଦାଖଲ କରାଯାଇଥିବା ଏକ ପିଟିସନର ଶୁଣାଣୀ କରି ପରବର୍ତର୍ୀ ଶୁଣାଣୀ ତାରିଖ ସେପ୍ଟେମ୍ବର୧୨କୁ ଧାର୍ଯ୍ୟ କରିଥିଲେ । ଗତକାଲି ପୁଣି ଥରେ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣୀ ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରିଛନ୍ତି । ୧୨ ତାରିଖ ଦିନ ରୋମିଲା ଥାପରଙ୍କ ପିଟିସନ ଉପରେ ଶୁଣାଣୀ ହେବାକୁ ଥିବା ବେଳେ ଅଭିଯୁକ୍ତଙ୍କ ଓକିଲ ଅଭିଷେକ ମନୁ ସଂଘଭି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନ୍ୟ ଏକ ମାମଲାରେ କୋର୍ଟରେ ହାଜର ହେବାକୁ ଥିବାରୁ ୧୨ଟା ପରେ ଖଣ୍ଡପୀଠଙ୍କ ସମ୍ମୁଖରେ ହାଜରେ ହେବେ ବୋଲି ଆଗୁଆ ଜଣାଇ ଥିଲେ । ତେବେ, ଖଣ୍ଡପୀଠ ମାମଲାର ବିଚାରଣାକୁ ୧୭ ତାରିଖକୁ ଘୁଂଚାଇ ଦେଇଥିଲେ ।
ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଏ.ଏମ. ଖାନୱିଲକର ଓ ବିଚାରପତି ଜଷ୍ଟିସ ଡ଼ି. ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ପୁନେ ପୁଲିସ ଗିରଫ କରିଥିବା ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ନିଜ ନିଜ ଘରେ ଗୃହବନ୍ଦୀ ଥିବା ଏହି ୫ ମାନବାଧିକାର ପ୍ରବକ୍ତା ହେଉଛନ୍ତି – ପ୍ରଖ୍ୟାତ ବିପ୍ଳବୀ ଲେଖକ ପି. ବରବରା ରାଓ, ଓକିଲ ତଥା ମାନବାଧିକାର କର୍ମୀ ଭେରନନ୍ ଗନସାଲଭିସ୍, ଅରୁଣ ଫେରିଆରା, ଗୌତମ ନଭଲାଖ ଓ ସୁଧା ଭରଦ୍ୱଜ । ନକ୍ସଲଙ୍କ ସହ ଏହି ମାନବାଧିକାର ପ୍ରବକ୍ତାଙ୍କ ଭିତିରି ସଂପର୍କ ଥିବା ଏବଂ ସେମାନେ ଭୂମିଗତ ନକ୍ସଲଙ୍କୁ ପୁଲିସ ଓ ସୁରକ୍ଷା ବାହିନୀର ଗତିବିଧି ସଂପର୍କରେ ସୂଚନା ଦେବା ସହ ବାହ୍ୟ ସାହାୟତା ଯୋଗାଉ ଥିବା ପୁଲିସ ଅଭିଯୋଗ କରିଛି । ଗିରଫ ମାନବାଧିକାର ପ୍ରବକ୍ତାମାନେ ୨୦୧୭ ଡ଼ିସେମ୍ବର ୩୧ ତାରିଖରେ ଦେଇଥିବା ଉତ୍ତେଜକ ଭାଷଣ ଯୋଗୁ ୨୦୧୮ ଜାନୁୟାରୀରେ କୋରେଗାଓଁ-ଭୀମାରେ ରକ୍ତାକ୍ତ ସଂଘର୍ଷ ଘଟିଲା ବୋଲି ପୁଲିସ ଦର୍ଶାଇଛି । ସେମାନଙ୍କ ବିରୋଧରେ ପୁଲିସ ଆଣି ଥିବା ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ଯେଭଳି ଷଡଯନ୍ତ୍ର ହୋଇଥିଲା ଠିକ୍ ସେଭଳି ଷଡଯନ୍ତ୍ର ବର୍ତର୍ମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦେଶର ଅନ୍ୟ କିଛି ବଡ ନେତାଙ୍କୁ ହତ୍ୟା ପାଇଁ ନକ୍ସଲଙ୍କ ଆଡୁ କରାଯାଇଛି ଏବଂ ସେଥିରେ ଏହି ମାନବାଧିକାର ପ୍ରବକ୍ତାଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିଛି ।
ପୁନେ ପୁଲିସ ଅଗଷ୍ଟ ୨୮ରେ ଏହି ୫ ମାନବାଧିକାର ପ୍ରବକ୍ତାଙ୍କୁ ଗିରଫ କରିବା ପରେ ଦେଶର କିଛି ପ୍ରତିଷ୍ଠିତ ଲେଖକ ଓ ବୁଦ୍ଧିଜୀବୀ ତୁରନ୍ତ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଲୋଡି ଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଏ.ଏମ. ଖାନୱିଲକର ଓ ବିଚାରପତି ଜଷ୍ଟିସ ଡ଼ି. ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲର ତୁରନ୍ତ ଶୁଣାଣୀ କରି ୫ ମାନବାଧିକାର ପ୍ରବକ୍ତାଙ୍କୁ ପୁନେ ପୁଲିସ ଜେରା କରିବା ପରେ ଜେଲ୍ ନ ପଠାଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ନିଜ ନିଜ ଘରେ ଗୃହବନ୍ଦୀ କରି ରଖିବାକୁ ନିର୍ଦେଶ ଦେଇଥିଲେ । ପୁନେ ପୁଲିସ ତରବରିଆ ଭାବେ ମାନବାଧିକାର କର୍ମୀଙ୍କୁ ଗିରଫ କରିବା ଘଟଣାରେ ଖଣ୍ଡପୀଠ ନାପସନ୍ଦ କରି ‘ଭିନ୍ନମତ ପ୍ରକାଶ କରିବା ହେଉଛି ଗଣତନ୍ତ୍ରର ସେଫ୍ଟିଭଲ୍ଭ, ଏହାକୁ ଚାପିବାକୁ ଉଦ୍ୟମ କଲେ ଫାଟି ଯିବ’ବୋଲି କଡା ଚେତାବନୀ ଦେଇଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ନିର୍ଦେଶକୁ ଚ୍ୟାଲେଂଜ କଲା ଭଳି ପୁନେ ପୁଲିସର ଜଣେ ଏସିପ ଅଗଷ୍ଟ ୩୧ ତାରିଖରେ ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରି ମାମଲାଟି ବର୍ତମାନ ତଦନ୍ତ ସ୍ତରରେ ଥିବା ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବା ଉଚିତ ହୋଇ ନାହିଁ ବୋଲି କହିବାରୁ ପରବର୍ତର୍ୀ ତାରିଖରେ କୋର୍ଟ ତାହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସୁପ୍ରିମ କୋର୍ଟଙ୍କ ସ୍ୱଚ୍ଛତା ଓ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ଅଧିକାର ପୁଲିସର ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇ ପୁନେ ପୁଲିସର ମନ୍ତବ୍ୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତି ‘ଅପମାନସୂଚକ’ ବୋଲି କହିଥିଲେ । ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଡ଼ି.ୱାଇ. ଚନ୍ଦ୍ରଚୂଡ କୋର୍ଟରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ତୁସାର ମେହେଟ୍ଟାଙ୍କୁ ଚେତାବନୀ ଦେବ ସହ କୌଣସି ମାମଲା କୋର୍ଟଙ୍କ ବିଚାରାଧୀନ ଥିବା ସମୟରେ ପୁଲିସ ତାହା ଉପରେ ମନ୍ତବ୍ୟ ରଖିବାରେ ଅଧିକ ସଂଜମତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଜଣାଇ ଦେଇଥିଲେ । ପୁଲିସର ଏଭଳି କାର୍ଯ୍ୟ ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ମେହେଟ୍ଟା ସରକାରଙ୍କ ପକ୍ଷରୁ ଖଣ୍ଡପୀଠ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ତେବେ, ଏହି ନିର୍ଧିଷ୍ଟ ମାମଲାରେ କୋର୍ଟ ସଂପୃକ୍ତ ମାନବାଧିକାର ପ୍ରବକ୍ତାଙ୍କ ପ୍ରତି କୋହଳ ମନୋଭାବ ପ୍ରକାଶ କରୁଥିବା ପୁନେ ପୁଲିସ ଓ ମହାରାଷ୍ଟ ସରକାର ଅଭିଯୋଗ କରୁ ଥିବାରୁ ୧୨ ତାରିଖ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଏହା ଉପରେ କି ନିର୍ଣ୍ଣୟ ନେଉଛନ୍ତି ଦେଖିବାକୁ ବିଭିନ୍ନ ମହଲରେ ଉତ୍ସୁକତା ଦେଖିବାକୁ ମିଳି ଥିଲା । ତେବେ, ଖଣ୍ଡପୀଠ ମାମଲା ତାରିଖ ୧୭ ତାରିଖକୁ ଘୁଂଚାଇ ମାନବାଧିକାର ପ୍ରବକ୍ତାଙ୍କୁ ଆଶ୍ୱସ୍ତ କରିଥିବା ବେଳେ ପୁନେ ପୁଲିସ ଓ ମହାରାଷ୍ଟ୍ର ସରକାରଙ୍କ ପାଇଁ ଏହା ଅଶ୍ୱସ୍ତିକର ହୋଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS