କୋରେଗାଓଁ-ଭୀମା ମାମଲା, ବୁଧବାର କୋର୍ଟରେ ପ୍ରମାଣ ଉପସ୍ଥାପନ କରିବାକୁ ପୁନେ ପୁଲିସକୁ ନିର୍ଦେଶ
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ (ମୋଅନୁଭବ.କମ୍): ୨୦୧୮ ଜାନୁୟାରୀରେ ଘଟି ଥିବା ମହାରାଷ୍ଟ୍ରର କୋରେଗାଓଁ-ଭୀମା ହିଂସାକାଣ୍ଡ ସହ ଗତ ଅଗଷ୍ଟ ୩୦ ତାରିଖରୁ ନିଜ ନିଜ ଘରେ ଗୃହବନ୍ଦୀ ଥିବା ଦେଶର ୫ ଜଣ ମାନବାଧିକାର ପ୍ରବକ୍ତାଙ୍କ ସଂପୃକ୍ତିକୁ ନେଇ ପୁଲିସ ନିକଟରେ ଯାହା କିଛି ତଥ୍ୟ, ପ୍ରମାଣ ଅଛି ବୁଧବାର (୧୯ ତାରିଖ) ଦିନ ତାହା କୋର୍ଟରେ ଉପସ୍ଥାପନ କରିବାକୁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ପୁନେ ପୁଲସ ଓ ମହାରାଷ୍ଟ୍ର ସରକାରଙ୍କୁ କାଲି ନିଦେ୍ର୍ଦଶ ଦେଇଛନ୍ତି । ପୁଲିସ ଯେଉଁ ତଥ୍ୟ, ପ୍ରମାଣ କଥା କହୁଛି ସେସବୁରେ ଯଦି ଦମ୍ ନ ଥିବ ତେବେ କୋର୍ଟ ସେହିକ୍ଷଣୀ ମାମଲାକୁ ଖାରଜ କରି ଦେବ ବୋଲି ମଧ୍ୟ ଖଣ୍ଡପୀଠ ଚେତାଇ ଦେଇଛନ୍ତି ।
ଏହି ମାମଲାରେ ୩୦ ତାରିଖରୁ ନିଜ ନିଜ ଘରେ ଗୃହବନ୍ଦୀ ଥିବା ୫ ଜଣ ମାନବାଧିକାର ପ୍ରବକ୍ତା ହେଉଛନ୍ତି – ହାଇଦ୍ରାବାଦର ପ୍ରଖ୍ୟାତ ବିପ୍ଳବୀ ଲେଖକ ପି. ବରବରା ରାଓ, ଓକିଲ ସୁଧା ଭରଦ୍ୱାଜ, ଗୌତମ ନାଭଲାଖା, ଅରୁଣ ଫେରିଆରା ଓ ଭେରନନ୍ ଗନସାଲଭେସ୍ । ସେମାନଭ୍କ ବିରୋଧରେ ନକ୍ସଲଂକ ସହ ସଂପୃକ୍ତି, ଭୂମିଗତ ମାଓବାଦୀଙ୍କୁ ନିରାପତ୍ତା ବାହିନୀ ପକ୍ଷରୁ ଚାଲି ଥିବା ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଓ ବାହ୍ୟ ସହାୟତା ଯୋଗାଇ ଦେବା, ଆପତ୍ତିଜନକ ଓ ଉତ୍ତେଜକ ଭାଷଣ ଦେଇ କୋରେଗାଓଁ-ଭୀମା ହିଂସାକାଣ୍ଡ ଭିଆଇବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନ୍ୟ କିଛି ବଡ ନେତାଙ୍କ ହତ୍ୟା ପାଇଁ ନକ୍ସଲମାନେ କରିଥିବା ଷଡଯନ୍ତ୍ରରେ ସେମାନେ ସଂପୃକ୍ତ ଥିବା ଭଳି ସଂଗୀନ ଅଭିଯୋଗ ରହିଛି । ପୁନେ ପୁଲିସ ପୂର୍ବରୁ ଧରା ପଡିଥିବା କିଛି ମାଓ ସମର୍ଥକଙ୍କ ଠାରୁ ଜେରା ବେଳେ ମିଳିଥିବା ତଥ୍ୟ ଭିତ୍ତିରେ ଅଗଷ୍ଟ ୨୮ ତାରିଖ ଦିନ ଦେଶର ଭିନ୍ନ ଭିନ୍ନ ସହରରୁ ଚଢାଇ କରି ସେମାନଙ୍କୁ ଗିରଫ କରି ଥିବା କହିଛନ୍ତି । ତେବେ, ରୋମି ଥାପ୍ପରଙ୍କ ସମେତ ଦେଶର କିଛି ବୁଦ୍ଧିଜୀବୀ, ଲେଖକ ପୁଲିସର ଅଭିଯୋଗ ‘ମିଥ୍ୟା’ ବୋଲି ଦର୍ଶାଇ ଦେଶରେ ଭିନ୍ନମତକୁ ଚପାଇ ଦେବା ପାଇଁ ପୁଲିସ ସହାୟତାରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଏର କରି ପାଲଟା ଅଭିଯୋଗ କରିଥିଲେ । ଗିରଫ ମାନବାଧିକାର ପ୍ରବକ୍ତାଙ୍କୁ ମିଥ୍ୟା ଆରୋପରୁ ତୁରନ୍ତ ମୁକ୍ତ କରାଯିବାକୁ ମଧ୍ୟ ଏଥିରେ ଦାବି କରାଯାଇଥିଲା ।
ସୁପ୍ରିମ କୋର୍ଟ ଖଣ୍ଡପୀଠ ମାମଲାର ତୁରନ୍ତ ଶୁଣାଣୀ କରି, ଭିନ୍ନମତକୁ ‘ଗଣତନ୍ତ୍ରର ସେଫ୍ଟିଭଲ୍ଭ’ ବୋଲି ଦର୍ଶାଇବା ସହ ଏହାକୁ ଚାପି ଦେବାକୁ ଉଦ୍ୟମ କରାଗଲେ ଫାଟି ଯିବ ଏବଂ ଗଣତନ୍ତ୍ର ବିପନ୍ନ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ପୁନେ ପୁଲିସର କାର୍ଯ୍ୟାନୁଷ୍ଠାନରେ ମଧ୍ୟ କୋର୍ଟ ସନେ୍ଦହ ପ୍ରକାଶ କରି ଅଭିଯୁକ୍ତମାନଙ୍କୁ ପୁନେ ନେଇ ଜେରା କରିବା ପରେ ପୁଲିସ ସେମାନଙ୍କୁ ସସମ୍ମାନେ ଘରେ ପହଂଚାଇବାକୁ ଏବଂ ପରବର୍ତର୍ୀ ନିର୍ଦେଶ ପର୍ଯ୍ୟନ୍ତ ଗୃହବନ୍ଦୀ ରଖିବାକୁ ପୁଲିସକୁ ଖଣ୍ଡପୀଠଙ୍କ ନିର୍ଦେଶ ଥିଲା । ସେପ୍ଟେେମ୍ବର ୬ ତାରିଖରେ ମାମଲାର ପରବର୍ତର୍ୀ ଶୁଣାଣୀ ତାରିଖ ଧାର୍ଯ୍ୟ ହୋଇ ଥିଲା । ପରେ ତାହା, ସେପ୍ଟେମ୍ବର ୧୨, ୧୫ ଓ ୧୭ ତାରିଖକୁ ଘୁଂଚି ଅବଶେଷରେ ୧୯ ତାରିଖକୁ ଧାର୍ଯ୍ୟ ହୋଇଛି । କାଲି ସମସ୍ତ ପ୍ରମାଣ ସହ କୋର୍ଟରେ ହାଜର ହେବାକୁ ପୁଲିସକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ।
ମାମଲା ତଦନ୍ତ ସ୍ତରରେ ଥିବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନ ଥିଲା ବୋଲି ପୁନେ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଗତ ଅଗଷ୍ଟ ୩୧ ତାରିଖରେ ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମଳନୀରେ ଦେଇଥିବା ମନ୍ତବ୍ୟରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଡ଼କାଇ ଚେତାବନୀ ଦେଇଥିଲେ । କୋର୍ଟରେ ମାମଲା ବିଚାରାଧିନ ଥିବା ସମୟରେ ପୁଲିସ ଏହା ଉପରେ ଯେକୌଣସି ମନ୍ତବ୍ୟ ଦେଲା ବେଳେ ଅଧିକ ଦାୟିତ୍ୱସଂପନ୍ନ ହେବା ଉଚିତ ବୋଲି କୋର୍ଟ କହିଥିଲେ । ୧୭ ତାରିଖ ଦିନ ମାମଲାର ଶୁଣାଣୀ ସମୟରେ ଗୃହବନ୍ଦୀ ଥିବା ମାନବାଧିକାର ପ୍ରବକ୍ତାମାନଙ୍କ ପକ୍ଷରୁ ଏକାଧିକ ଓକିଲ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥିତ ହୋଇ ମାନବାଧିକାର ପ୍ରବକ୍ତାଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ । କ୍ଷମତାସୀନ ବିଜେପି ସରକାର ଭିନ୍ନମତକୁ ଚପାଇବା ଉଦେ୍ଦଶ୍ୟରେ କାର୍ଯ୍ୟକର୍ତର୍ାଙ୍କୁ ମିଥ୍ୟା ମାମଲାରେ ଜଡିତ କରି ହାରାଶ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ତେବେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ ଏହାକୁ ଖଣ୍ଡନ କରି ଗୃହବନ୍ଦୀ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି ଏବଂ ପ୍ରମାଣର ଭିଡ଼ିଓ ମଧ୍ୟ ରଖା ଯାଇଛି ବୋଲି ଯୁକ୍ତି ଉପସ୍ଥାପନ କରିବାରୁ ମାମଲାର ପରବର୍ତର୍ୀ ଶୁଣାଣୀ ୧୯ ତାରିଖକୁ ଧାର୍ଯ୍ୟ ହୋଇଛି । ପୁଲିସ ଖଣ୍ଡପୀଠଙ୍କ ସମ୍ମୁଖରେ କାଲି ସମସ୍ତ ପ୍ରମାଣ ଉପସ୍ଥାପନ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ଯଥେଷ୍ଟ ପ୍ରମାଣ ନ ଥିଲେ ମାମଲା ଏଇଠି ହିଁ ଖାରଜ କରି ଦିଆଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଜଷ୍ଟିସ ଏ.ଏମ. ଖାନୱିଲକର ଓ ବିଚାରପତି ଜଷ୍ଟିସ ଡ଼ି. ୱାଇ.ଚନ୍ଦ୍ରଚୂଡ ଏହି ମାମଲାର ଶୁଣାଣୀ କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS