ମୋଦୀ ବାୟୋପିକ୍ ପ୍ରଚାରଧର୍ମୀ ନଥିଲା: ବିବେକ ଓବରୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ମୋଦୀଙ୍କ ଭୋଟ ପ୍ରଚାର ମାଧ୍ୟମ ନ ଥିଲା । ରିଚାର୍ଡ ଆଟେନବରୋଙ୍କ ଅନନ୍ୟ ଚଳଚ୍ଚିତ୍ର ‘ଗାନ୍ଧି’ ଭଳି ଏହି ଚଳଚ୍ଚତ୍ର ମଧ୍ୟ ଅନନ୍ୟ । ରେଳ ଷ୍ଟେସନରେ ଚା’ ବିକୁଥିବା ଜଣେ ବାଳକ କେମିତି ବିବର୍ତନ ମଧ୍ୟ ଦେଇ ଗୁଜରାଟ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛି, ତାହା ମୋଦୀ ବାୟୋପିକ୍ ରେ ଉପସ୍ଥାପନ କରାଯାଇଛି । ଏକଥା କହିଛନ୍ତି ମୋଦୀ ବାୟୋପିକ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ବଲିଉଡ୍ ଅଭିନେତା ବିବେକ ଓବରୟ । ଭାରତୀୟ ଗଣତନ୍ତ୍ରକୁ ଉଚ୍ଚ ପ୍ରଶଂସା କରି ସେ କହିଛନ୍ତି, ଦେଶର ଗଣତନ୍ତ୍ରରେ ସମସ୍ତଙ୍କ ପାଇଁ ସମାନ ସମ୍ଭାବନା, ସୁଯୋଗ ଓ ସମ୍ମାନ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅସହିଷ୍ଣୁ କହିି ଗତ ପାଂଚ ବର୍ଷ ହେଲା ସମାଲୋଚନା କରିଆସୁଥିବା ଲୋକଙ୍କ କୌଣସିି ଜଣକୁ ଗିରଫ କରାଯାଇଛି କି (?) ବୋଲି ଓବରୟ ପାଲଟା ପ୍ରଶ୍ନ କରିବା ସହ ଏହା ହିଁ ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ ବୋଲି ମନ୍ତବ୍ୟ ରଖିଛନ୍ତି । ନିକଟରେ ଏକ ଇଂରାଜୀ ଦୈନିକକୁ ସାକ୍ଷାତକାର ଦେବା ଅବସରରେ ଓବରୟ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅତି କମ୍ ରେ ପାଂଚ ଥର ତାଙ୍କୁ ନିର୍ବାଚନ ଲଢିବାକୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ, ସେ ରାଜନୀତିରେ ରୁଚି ରଖୁ ନଥିବାରୁ ସେଥିପ୍ରତି ଆକର୍ଷିତ ହୋଇ ନାହାନ୍ତି ।
ମୋଦୀ ବାୟୋପିକ୍ ପ୍ରଚାରଧର୍ମୀ ନ ଥିଲା ବୋଲି ଯୁକ୍ତିକୁ ସାବ୍ୟସ୍ତ କରିବାକୁ ଯାଇ ସେ କହିଛନ୍ତି ରିଚାର୍ଡ ଆଟେନବରୋଙ୍କ ‘ଗାନ୍ଧି’ ଫିଲ୍ମରେ ମହାତ୍ମା ଗାନ୍ଧି ତାଙ୍କ ପୁଅମାନଙ୍କ ପ୍ରତି କାହିଁକି ଅବହେଳା କରିଥିଲେ ତାହା ଉଲ୍ଲେଖ କରି ନାହାନ୍ତି । ଫିଲ୍ମ ସମୀକ୍ଷକମାନେ ତାହା ଜାଣିବାକୁ ଚାହିଁବାରୁ ଆଟେନବରୋ କହି ଥିଲେ – ସେ ‘ପିତା’ ନୁହେଁ ‘ରାଷ୍ଟ୍ରପିତା’ଙ୍କୁ ନେଇ ପିଲ୍ମଟି ପ୍ରସ୍ତୁତ କରିଛନ୍ତି । ‘ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋଗ୍ରାଫି, ତାଙ୍କୁ ନେଇ ପ୍ରକାଶିତ ବିଭିନ୍ନ ଲେଖା ଓ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ବର୍ଷେରୁ ଅଧିକ ସମୟ ଅନୁଧ୍ୟାନ କରିବା ପରେ ‘ମୋଦୀ’ ବାୟୋପିକ୍ ନିର୍ମାଣ କରିଛୁ’ ବୋଲି ଓବରୟ କହିଛନ୍ତି । ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ ଶିକ୍ଷା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବାକୁ ଏବଂ ପରିଶ୍ରମ କମାଇ ଅଧିକ ସମୟ ବିଶ୍ରାମ ନେବାକୁ ସେ (ଓବରୟ) ପରାମର୍ଶ ଦେବାକୁ ଚାହିଁଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ବିବେକ ଓବରୟ ଅଭିନିତ ‘ମାଦୀ’ ବାୟୋପିକ୍ ମୁକ୍ତିଲାଭ କରିବାର ଥିଲା । କିନ୍ତୁ, ବିରୋଧୀଙ୍କ ଆଡୁ ପ୍ରବଳ ଚାପ ଯୋଗୁ ନିର୍ବାଚନ କମିସନ ଫିଲ୍ମର ମୁକ୍ତିଲାଭ ଉପରେ ରୋକ୍ ଲଗାଇ ଥିଲେ । ମେ’ ୨୩ ତାରିଖ ପରେ ଏହି ଚଳଚ୍ଚତ୍ର ମୁକ୍ତିଲାଭ କରିବ ବୋଲି କମିସନ ନିର୍ଦେଶ ଦେଇଥିଲେ । ଏହି ଫିଲ୍ମର କିଛି ଦୃଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଅଭିନୟ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS