ଭୋଟ ସରିଲା, ଏବେ ଦର ବୃଦ୍ଧିର ହାତୁଡି
୨୦୧୯ ଭୋଟ ସରିଲା । ଏବେ, ଦରବୃଦ୍ଧିର ହାତୁଡି ଜନତାକୁ ବ୍ୟତିବ୍ୟସ୍ତ କରିବାକୁ ଯାଉଛି । ‘ରାଷ୍ଟ୍ରବାଦ’ରେ ଉଦ୍ବୁଦ୍ଧ ହୋଇ ଜନତା ବିଜେପିକୁ ଆଶାତୀତ ସମର୍ଥନ ଦେଇଛନ୍ତି । ବିଜେପି ପୁନର୍ବାର କ୍ଷମତାକୁ ଆସୁ ଥିବାରୁ ବ୍ୟବସାୟୀ ମହଲ ଉତ୍ସାହିତ । ସେନସେକସ୍ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଉତ୍ଥାନର ଖବର ଆସିଲାଣି । ତେବେ, ଭୋଟ ସରୁ ସରୁ ମହଙ୍ଗା ମାଡ ଖାଉଟୀଙ୍କୁ ଅତିଷ୍ଟ କରିଛି । ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ବଢିବାରେ ଲାଗିଛି । ମେ’ ୧୯ରେ ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ୨୦ ତାରିଖ ଦିନ ରାଷ୍ଟ୍ରାୟତ୍ତ ତୈଳ କଂପାନୀମାନେ ପେଟ୍ରୋଲ ଲିଟର ପିଛା ଦର ୯ ପଇସା ଓ ଡ଼ଜେଲ ଲଟର ପିଛା ଦର ୧୫ ପଇସା ବୃଦ୍ଧି କରିଛନ୍ତି । ଚଳିତ ମାସରେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇ ଥିଲେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ କଂପାନୀମାନେ ପେଟ୍ରୋଲ ଓ ଡ଼ିଜେଲ ଦର ବଢାଇବା ବଦଳରେ ୧୫ ଦିନ ହେଲା କ୍ରମାଗତ ଭାବରେ କମାଇ ଚାଲି ଥିଲେ । ସରକାରଙ୍କ ଇଂଗିତରେ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟ ନିମ୍ନମୁଖୀ ରଖା ଯାଇଥିଲା ବୋଲି କୁହାଯାଉଛି । ନିର୍ବାଚନ ସରି ଥିବାରୁ କ୍ଷତି ଭରଣା ପାଇଁ ପେଟ୍ରୋଲିୟମ କଂପାନୀମାନେ ତେଲ ଦର ବଢାଇ ଥିବା ବେଳେ ଡାଲି, ଚାଉଳ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖାଉଟୀ ସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି । ଖାଉଟୀ ବଜାରରେ ଡ଼ାଲି କିଲେ ୧୦୦ ଟଙ୍କା ହେଲାଣି । ଚାଉଳ ଦର ୨୫ରୁ ୨୭ ହୋଇଥିବା ବେଳେ ଖାଇବା ତେଲର ଦର ମଧ୍ୟ ୧୦ରୁ ୨୦ ଟଙ୍କା ବଢି ଗଲାଣି । ଆଗାମୀ ଦିନରେ ବଜାର ଦର ଭୋଟରଙ୍କ ନିର୍ବାଚନ ସମୟର ଉତ୍ସାହକୁ ଭାଙ୍ଗି ଦେବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS