ରାଫେଲ୍ ମାମଲା, ମୋଦୀ ସରକାରଙ୍କୁ ସୁପ୍ରିମ କୋର୍ଟର କ୍ଲିନ୍ ଚିଟ୍
ନୂଆଦିଲ୍ଲୀ, ନଭେମ୍ବର ୧୪: ଫ୍ରାନ୍ସରୁ ୩୬ଟି ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ ସୁପ୍ରିମ କୋର୍ଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହି ଯୁଦ୍ଧ ବିମାନ କ୍ରୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ ଡିସେମ୍ବର ୧୪ ତାରିଖରେ ଯେଉଁ ରାୟ ଦେଇଛନ୍ତି ତାହାର ପୁନଃ ସମୀକ୍ଷାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟରେ ଯେଉଁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବା ତାହାର କିଛି ମେରିଟ୍ ନାହିଁ କହି ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତରେ ଗଠିତ ଖଣ୍ଡପୀଠ ତାହାକୁ ଖାରଜ କରି ଦେଇଛନ୍ତି । ଏହି ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ ଏସ୍ ଏକେ କାଉଲ ଓ ଜଷ୍ଟିସ କେ ଏମ ଯୋଶେଫ୍ ।
ଅନ୍ୟପକ୍ଷରେ, ଫ୍ରାନ୍ସରୁ ରାଫେଲ୍ ଯୁଦ୍ଧ ବିମାନ କ୍ରୟ ସଂପର୍କିତ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ୨୦୧୮ ଡିସେମ୍ବର ରାୟକୁ ଭିନ୍ନ ଅର୍ଥ କରି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ଚୌକିଦାର ଚୋର୍ ହେ’ ନାରା ଦେଇଥିବା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ମାନହାନୀ ମାମଲା ଚାଲି ଥିଲା । ସୁପ୍ରିମ କୋର୍ଟର ଏହି ଖଣ୍ଡପୀଠ ରାହୁଲ ଗାନ୍ଧୀ ଦେଶର ଏକ ପ୍ରତିଷ୍ଠିତ ରାଜନୈତିକ ଦଳର ନେତା, ଭବିଷ୍ୟତରେ ଅଧିକ ସଂଜତ ହୋଇ ବୟାନ ଦେବା ଆବଶ୍ୟକ ବୋଲି ପରାମର୍ଶ ଦେଇ ଆଜି ମାନହାନୀ ମାମଲାକୁ ବନ୍ଦ କରି ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS