ଗୋପାଳ ଦାସ ମହାରାଜ କରୋନାରେ ଆକ୍ରାନ୍ତ
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ଶ୍ରୀକୃଷ୍ଣ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ମହାରାଜ କରୋନାରେ ଆକ୍ରାନ୍ତ ଥିବା ଗୁରୁବାର ସକାଳେ ଜଣାପଡିବା ପରେ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସପିଟାଲକୁ ସ୍ଥନାନ୍ତର କରା ଯାଇଛି । ବୁଧବାର ଦିନ ସେ ମଥୁରାରେ ଆୟୋଜିତ ଶ୍ରୀକୃଷ୍ଣ ଜନ୍ମୋତ୍ସବରେ ସାମିଲ ହୋଇ ଶ୍ରୀ ବାଳ ଗୋପାଳଙ୍କ ଅଭିଷେକ କରିଥିଲେ । ଏହା ପରେ ସେ ମଥୁରା ସହର ଜଙ୍କସନ୍ ରୋଡ୍ ରେ ଥିବା ସୀତାରାମ ମନ୍ଦିରରେ ରାତ୍ରୀଯାପନ କରିଥିଲେ । ତାଙ୍କୁ ଜର ଓ କାଶ ହେଉଥିଲା । ଗୁରୁବାର ସକାଳେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଖବର ପାଇ ଜିଲ୍ଲା ଅଧିକାରୀ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୀତାରାମ ମନ୍ଦିରରେ ପହଞ୍ଚି ନୃତ୍ୟ ଗୋପାଲ ଦାସ ମହାରାଜଙ୍କ ଆଂଟିଜେନ୍ ଟେଷ୍ଟ୍ କରାଇ ଥିଲେ | ମହନ୍ତ ମହାରାଜ କୋଭିଡ଼ ପଜେଟଭ୍ ଥିବା ଜଣାପଡିବାରୁ ତାଂକୁ ମେଦାନ୍ତକୁ ସ୍ଥାନାନ୍ତର କରାଯାଇଛି |
ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ଥିବାରୁ ଗତ ୫ ତାରିଖ ଦିନ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ | ତାଂକ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ୟୁପି ରାଜ୍ୟପାଳ ମଂଚାସୀନ ରହିଥିଲେ | ତେବେ, ଶ୍ରୀରାମ ମନ୍ଦିର ଭୂମିପୂଜନ ସମୟରେ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ସଂକ୍ରମିତ ନ ଥିଲେ ବୋଲି କୁହାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ମହନ୍ତଙ୍କ ସଂପର୍କରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ୍ ଟ୍ରେସିଂ ଚାଲିଛି | ତଥାପି, ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ନିଜର କରୋନା ଟେଷ୍ଟ୍ କରାଇ ନେବା ଉଚିତ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଉଛି |
ମୋ ଅନୁଭବ ମିଡ଼ିଆ
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS