ଭାରତରେ ବନ୍ଦ ହେଲା ‘କୋଭିସିଲ୍ଡ’ ଟିକାର ପରୀକ୍ଷଣ
ମୋଅନୁଭବ.କମ୍
ସେପ୍ଟେମ୍ବର ୧୦
‘କୋଭିସିଲ୍ଡ’ ଟିକାର ନୈଦାନିକ ପରୀକ୍ଷାରେ ସାମିଲ ହୋଇଥିବା ବ୍ରିଟେନର ଜଣେ ସ୍ୱେଚ୍ଛାସେବୀ ଗୁରୁତର ଅସୁସ୍ଥ ହୋଇ ଏହି ଟିକାର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସ୍ୱେଚ୍ଚଶସେବୀ ଜଣକ ଅସୁସ୍ଥ ହେବା ପରେ ବ୍ରିଟେନରେ ‘କୋଭିସିଲ୍ଡ’ ଟିକାର ପରୀକ୍ଷଣ ବନ୍ଦ ରଖା ଯାଇଛି । ତେବେ, ଭାରତରେ ଏହି ଟିକାର ନୈଦାନିକ ପରୀକ୍ଷାରେ ସାିଲ ହୋଇଥିବା କୌଣସି ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇ ନଥିବାରୁ ବା ସେମାନଙ୍କ ଦେହରେ କୌଣସି ପ୍ରତିକୂଳ ପ୍ରତିକ୍ରିୟା ଦେଖା ଦେଇ ନ ଥିବାରୁ ଭାରତରେ ଏହାର ପରୀକ୍ଷଣ ପୂର୍ବବତ୍ ଚାଲିବ ବୋଲି ଦେଶରେ ଏହି ଟିକାର ନୈଦାନିକ ପରୀକ୍ଷଣ କରୁଥିବା ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଗତକାଲି ଦୃଢୋକ୍ତି ପ୍ରକାଶ କରିଥିଲେ । ତେବେ, ଡ଼ିସିଜିଆଇ ଏଥିରେ ବିରକ୍ତି ପ୍ରକାଶ କରି ସେରମ୍ ଇନଷ୍ଟିଚ୍ୟୁଟ୍ କୁ ନୋଟିସ ଜାରି କରିବା ପରେ ଭାରତରେ ଏହି ଟିକାର ପରୀକ୍ଷଣ ସାମୟିକ ଭାବେ ବନ୍ଦ ରଖାଗଲା ବୋଲି ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଛି । ଏଠାରେ ଉଲ୍ଲେଖନୀୟ ଯେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ତଥା ଆଷ୍ଟ୍ରାଜେନିକା ନାମକ ଭେଷଜ କଂପାନୀ ଦ୍ୱାରା ପ୍ରସ୍ତୁତ ଏହି କୋଭିଡ୍ ଟିକା ‘କୋଭିସିଲ୍ଡ’ ବ୍ରିଟେନରେ ନୈଦାନିକ ପରୀକ୍ଷା ସମୟରେ ଟିକା ନେଇ ଥିବା ଜଣେ ସ୍ୱେଚ୍ଛାସେବୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ତାହା ସାମନାକୁ ଆସିବା ପରେ ବ୍ରିଟେନରେ ‘କୋଭିସିଲ୍ଡ’ ଟିକାର ନୈଦାନିକ ପରୀକ୍ଷଣ ବନ୍ଦ ରଖା ଯାଇଛି । ତେବେ, ଭାରତରେ ଏହି ଟିକାର ନୈଦାନିକ ପରୀକ୍ଷା ସମୟରେ ଟିକା ନେଇ ଥିବା କୌଣସି ସ୍ୱେଚ୍ଛାସେବୀ ପ୍ରତିକୂଳ ପ୍ରତିକ୍ରିୟାର ସମ୍ମୁଖୀନ ହୋଇ ନାହାନ୍ତି ଦର୍ଶାଇ ଦେଶରେ ଏହି ଟିକାର ପରୀକ୍ଷଣ ଚାଲୁ ରହିବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଥିଲା । ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଥିଲା ଯେ, ବ୍ରିଟେନ ଘଟଣାରେ ସଂସ୍ଥା ବିବ୍ରତ ନୁହେଁ । କୌଣସି ଟିକାର ନୈଦାନିକ ପରୀକ୍ଷା ବେଳେ ଏଭଳି କିଛି ଘଟିବା ଅସ୍ୱାଭାବିକ ନୁହେଁ । ଭାରତରେ ‘କୋଭିସିଲ୍ଡ’ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଛି । ଏଥିରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ କାହାରି ଦେହରେ କୌଣସି ପ୍ରତିକୂଳ ପ୍ରତକ୍ରିିୟା ମିଳି ନାହିଁ । ତେଣୁ, ଦେଶରେ ପୂର୍ବବତ୍ ଏହି ଟିକାର ପରୀକ୍ଷଣ ଜାରି ରହିବ । ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର ପୁନେୱାଲ ଏଭଳି ମନ୍ତବ୍ୟ ରଖିବା ପରେ ଭାରତର ଡ଼ିସିଜିଆଇଙ୍କ ପକ୍ଷରୁ ବିରକ୍ତି ପ୍ରକାଶ କରାଯାଇ ସେରମ୍ ଇନଷ୍ଟିଚ୍ୟୁଟ୍ କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ରୋଗୀଙ୍କ ସୁରକ୍ଷା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ଭାରତରେ ଏହି ଟିକାର ପରୀକ୍ଷଣ ଅନୁମତିକୁ କାହିଁକି ସ୍ଥଗିତ ରଖା ନ ଯିବ ବୋଲି ଡ଼ିସିଜିଆଇ ମୁଖ୍ୟ ଡ. ଭି.ଜି ସୋମାନି ସେରମ୍ ଇନଷ୍ଟିଚ୍ୟୁଟକୁ ନୋଟିସ ପଠାଇ ଥିଲେ । ବିଦେଶରେ ଏହି ଟିକାର ପରୀକ୍ଷଣ ବନ୍ଦ କରାଯାଇ ଥିବାରୁ ଭାରତରେ ମଧ୍ୟ ତାହାର ପରୀକ୍ଷଣ ବନ୍ଦ ରଖିବାକୁ ଡ଼ିସିଜିଆଇଙ୍କ ନିର୍ଦେଶକୁ ଅନୁପାଳନ କରି ଦେଶରେ ଟିକାର ନୈଦାନିକ ପରୀକ୍ଷଣ ସାମୟିକ ଭାବେ ବନ୍ଦ ରଖାଗଲା ବୋଲି ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS