ଅନ୍ ଲାଇନ୍ ଭୋଟିଂ ଅନୁମତି ପାଇଁ ପିଆଇଏଲ୍ ଗ୍ରହଣ କଲାନି ସୁପ୍ରିମ କୋର୍ଟ
ମୋଅନୁଭବ.କମ୍
ସେପ୍ଟେମ୍ବର ୨୨
ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଅନ୍ ଲାଇନ୍ ଭୋଟିଂ ପାଇଁ ଭୋଟରଙ୍କୁ ଅନୁମତି ଦିଆଯାଉ ବୋଲି ବରୁଣ ବିଶ୍ୱାସ ନାମକ ଜଣେ ଆବେଦନକାରୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ କରିଥିବା ଏକ ଜନସ୍ୱାର୍ଥ ମାମଲାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଛନ୍ତି । ଆଜି ଏହି ଜନସ୍ୱାର୍ଥ ମାମଲା ଉପରେ କୋର୍ଟରେ ଶୁଣାଣୀ ହୋଇଥିଲା । କୋର୍ଟ ମାମଲାର ଶୁଣାଣୀ କରିବା ପରେ ତାହା ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଥିଲେ । ଅପରପକ୍ଷରେ, ସେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଆବେଦନ କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ଏହି ଜନସ୍ୱାର୍ଥ ମାମଲାର ଶୁଣାଣୀ କଲା ବେଳେ ଆବେଦନକାରୀଙ୍କ ଓକିଲ ଅନ୍ ଲାଇନ୍ ରେ ଯେଉଁ ଯୁକ୍ତି ଉପସ୍ଥାପନ କରି ଥିଲେ ତାହା ‘ମ୍ୟୁଟ୍’ ଥିବାରୁ ବିଚାରପତିମାନେ ଶୁଣି ପାରି ନ ଥିଲେ । ଜଣେ ଓକିଲ ଅନ୍ ଲାଇନ୍ରେ ଉପସ୍ଥାପନ କରୁଥିବା ଯୁକ୍ତି ଯଦି ‘ମ୍ୟୁଟ୍’ ହୋଇ ବିଚାରପତି ଶୁଣି ପାରୁ ନାହାନ୍ତି ସାଧାରଣ ଭୋଟରଙ୍କୁ ଅନ୍ ଲାଇନ୍ ଭୋଟିଂ ପାଇଁ କେମିତି ଅନୁମତି ଦେବେ (?) ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ କୋର୍ଟ ଏସବୁ କଥାରେ ପଶିବାକୁ ଚାହୁଁ ନାହାନ୍ତି, ଆବେଦନକାରୀ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ରଖନ୍ତୁ ବୋଲି ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ଆବେଦନକାରୀ ଏଥିପାଇଁ ପୂର୍ଣ୍ଣତଃ ଅଧିକାରପ୍ରାପ୍ତ, ସେ କୋର୍ଟରୁ ଜନସ୍ୱାର୍ଥ ମାମଲା ପ୍ରତ୍ୟାହାର କରି ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅନ୍ ଲାଇନ୍ ଭୋଟିଂ ପାଇଁ ଆବେଦନ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS